Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଆମକୋ ସିମକୋ ଗୁଳିକାଣ୍ଡ

ଆମକୋ ସିମକୋ ଗୁଳିକାଣ୍ଡ

1 min
179


ବିରସା ମୁଣ୍ଡାଙ୍କ ପ୍ରଜା ଆନ୍ଦୋଳନେ ଆଦିବାସୀ କଲେ ମେଳି,

ସୁନ୍ଦରଗଡ଼ରେ ଚହଳ ପଡ଼ିଲା ବିଦ୍ରୋହ ଉଠିଲା ଜଳି |


ଗାଙ୍ଗପୁର ରାଜ୍ୟ ରାଏବଗା ପାଶେ ଲାଗିଲାଗି ଦୁଇଗାଆଁ,

ସହିଦ ରକତେ ଇତିହାସେ ଲେଖା ଆମକୋ ସିମକୋ ନାଆଁ |


ଖୁଣ୍ଟକଟା ନାମେ ଜମିଦାରୀ ପ୍ରଥା ଏ’ ରାଜ୍ୟରେ ଚାଲିଥିଲା,

ଅନ୍ୟାୟ ଖଜଣା ଶୋଷଣ ବିରୁଦ୍ଧେ ପ୍ରତିବାଦ ସଭାହେଲା |


କୃଷକ ଶ୍ରମିକ ଖଟିଖିଆ ଲୋକ ନିର୍ମଳକୁ କଲେ ନେତା,

ଆମକୋ ସିମକୋ ଆନ୍ଦୋଳନ ହେଲା ରାଜାପାଇଁ ମୁଣ୍ଡବ୍ୟଥା |


ଇଂରେଜ ଫଉଜ ହକାରିଲେ ରାଣୀ ବିପ୍ଲବ ଦମନ ପାଇଁ,

ନିର୍ମଳ ମୁଣ୍ଡାକୁ ବନ୍ଦୀ କରିବାକୁ ଫଉଜ ଆସିଲେ ଧାଇଁ |


ଫଉଜଙ୍କୁ ଦେଖି ମାତିଲେ ଜନତା ମରିବାକୁ କରିପଣ,

ନିର୍ମଳ ମୁଣ୍ଡାକୁ ଖୋଜିଲେ ପୁଲିସ ପଚାରି ଜଣକୁ ଜଣ |


ସଭିଏଁ କହିଲେ ନିର୍ମଳ ମୁଣ୍ଡା ମୁଁ କାହିଁକି ଖୋଜୁଛ କୁହ,

ଖୁଣ୍ଟକଟା ପ୍ରଥା ଉଠାଇଲେ ଯାଇ ବିପ୍ଳବ ହୋଇବ ଥୟ |


ନିରସ୍ତ୍ର ଜନତା ଅନ୍ୟାୟ ବିରୁଦ୍ଧେ ନାଚୁଥିଲେ ଧ୍ଵନି ଦେଇ,

କିଏ ଭାବିଥିଲା ଗୁଳି ବି ଫୁଟିବ ରକ୍ତନଦୀ ଯିବ ବହି ?


ପୁଲିସ ଫଉଜ ବର୍ବର ପରାଏ ଫୁଟାଇଲେ କେତେ ଗୁଳି,

ଗୁଳିଚୋଟ ଖାଇ ଚଉରାଅଶି ଜଣ ଭୂଇଁରେ ପଡ଼ିଲେ ଢଳି |


ପ୍ରାଣ ବିକଳରେ କିଏ ଗଲେକାହିଁ କଲେନିଜ ଉପଚାର,

ଚାଳିଶ ପରାଏ ସହିଦ ଶରୀରକୁ ନେଲେ ବୀରମିତ୍ରପୁର |

000


Rate this content
Log in

Similar oriya poem from Tragedy