STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଆମେ ଶାନ୍ତି ଚାହୁଁ

ଆମେ ଶାନ୍ତି ଚାହୁଁ

1 min
385


ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ

"ସର୍ବେ ଭବନ୍ତୁ ସୁଖୀନଃ ସର୍ବେ ସନ୍ତୁ ନିରାମୟ"

ଆମ ପବିତ୍ର ମନ ହୃଦୟରେ ଶୁଭଭାବନା

ବିଶ୍ଵ ଭାତୃତ୍ବର ନିରପେକ୍ଷ ଆତ୍ମୀୟତା ଭାବ,

ଆମ ଐତିହ୍ୟ ଜାତୀୟ ସଂହତି ଏକତା

ମାନବବାଦର ମହତ୍ଵ ଗୁରୁତ୍ବ କରେ ପରିପ୍ରକାଶ

ସମୂହ ପ୍ରଗତି ସମୂହ କଲ୍ୟାଣ ଆମ ନିଷ୍ଠାପଣ

"ବସୁଧୈବଃ କୁଟୁମ୍ଵକମ୍" ଆମ ଚରିତ୍ର ସ୍ବଭାବ।


ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ

ଆମ ରକ୍ତ ବିନ୍ଦୁରେ ପୁରୁଷାର୍ଥର ମହାନ ଆଦର୍ଶ

ଜୀବନ ଦେଇ ଜୀବନ ରଖିବା ବଞ୍ଚାଇ

ଆଖିରୁ ଲୁହ ପୋଛି ଓଠରେ ଭରି ଦେବା ହସ,

କୋଟିଏ ପ୍ରାଣର ଗୋଟିଏ ପ୍ରଣବ ବୀଜମନ୍ତ୍ର

ସତ୍ୟ ଅହିଂସା ଜୀବେ ଦୟା କ୍ଷମା କରିବା

ମ୍ଳେଛ ସଂହାରି ସନ୍ଥ ପାଳିବାର ନ୍ୟାୟ ନୀତି

ଆମ ଶ୍ରମ ସାଧନା କରିବାକୁ ସର୍ବାଙ୍ଗୀନ ବିକାଶ। 


ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ

ରାମାୟଣ ମହାଭାରତରୁ ପାଇଛୁ ମହାନ ଶିକ୍ଷା

ବେଦାନ୍ତର ଜ୍ଞାନ କହେ"ସର୍ବ ଇଦଂ ଖଳୁ ବ୍ରହ୍ମ"

ଗୀତର ଅମୃତବାଣୀ ଦିଏ ସର୍ବଶ୍ରେଷ୍ଠ ଆତ୍ମଜ୍ଞାନ,

ଆମ ଇତିହାସ କରେ ଆମ ଜାତିର ଜୟଗାନ

ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦୋଽପି ଗରୀୟସୀ

ଆମ ଆତ୍ମାର ଆହ୍ବାନ ଯୋଗାଏ ହୃଦୟେ ଇନ୍ଧନ

ଆମେ ସ୍ବତନ୍ତ୍ର ସ୍ବାଧୀନ ସ୍ଵଚ୍ଛତା ଆମ ସ୍ବାଭିମାନ।


ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ

ଯୁଦ୍ଧର ବିଭୀଷିକା ଭୟଙ୍କର କରୁଣ ପରିଣତି

ମର୍ମେ ମର୍ମେ ଅନୁଭବ କରି ସେ ଚଣ୍ଡାଶୋକ

ହୋଇଥିଲେ ମହାନୁଭବ ଧର୍ମାଶୋକ ଅଦ୍ଵିତୀୟ,

ଦୀକ୍ଷିତ ହୋଇ ଧର୍ମ ଧାରଣେ ସତ୍ୟ ଆଚରଣେ

ସାରା ବିଶ୍ଵେ ପ୍ରଚାର କରିଥିଲେ ବୁଦ୍ଧଙ୍କ ବାଣୀ

ବୁଝାଇଥିଲେ ତରବାରୀର ଜୟ ନୁହେଁ ଜୟ

ମାନବର ହୃଦୟକୁ ଜୟକରିବା ହିଁ ପ୍ରକୃତ ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action