ଆମ ସମାଜ ଆମ ସାହିତ୍ୟ
ଆମ ସମାଜ ଆମ ସାହିତ୍ୟ
ସାହିତ୍ୟ ଗଢ଼ଇ ସଭ୍ୟ ସମାଜ ଟେ
ଏଥିରେ ଦ୍ଵିମତ ନାହିଁ,
ସାହିତ୍ୟ ଫୁଲଇ ଫଳଇ ସେଇଠି
ସମାଜେ ଆଦୃତ ପାଇ।
କ୍ଷୀର ନୀର ଭଳି ସମ୍ପର୍କ ଯେ ଥାଏ
ସାହିତ୍ୟ ସମାଜ ମଧ୍ୟ,
ସଂସ୍କାର ସଂସ୍କୃତି ନୀଡ଼ ବାନ୍ଧି ରହେ
ଜୀବନର ଛନ୍ଦେ ଛନ୍ଦେ।
ଅନ୍ୟାୟ ଅନୀତି ପାଖ ମାଡେନାହିଁ
ସଭ୍ୟତାର ଢାଳ ଥିଲେ,
ପାପର କୁହୁଡି ଯାଏ ଅପସରି
ପୁଣ୍ୟର କିରଣ ବଳେ ।
ସାହିତ୍ୟ ସର୍ବଦା ସମାଜ ହିତରେ
ମୃଦୁ ମଳୟ ଟି ବାହେ,
ମଙ୍ଗ ଧରିଥିଲେ ସୁସାହିତ୍ୟିକ
ସମାଜ ସୁଧାର ହୁଏ ।
ଅଶ୍ଳିଳ ସାହିତ୍ୟ ରାବଣ ପରିକା
ଲଙ୍କାକୁ ଦହନ କରେ,
ଯେତେ ଜ୍ଞାନୀ ହେଲେ ମୂରୁଖ ସମାନ
ନିଜେ ମରେ ଆଉ ମାରେ।