Achyutananda Dhal

Inspirational

3  

Achyutananda Dhal

Inspirational

ମହାନ ମୋ ଭାରତବର୍ଷ

ମହାନ ମୋ ଭାରତବର୍ଷ

1 min
145



ସଦା ଶାନ୍ତି ମୈତ୍ରୀ ପ୍ରେମ ଓ ଅହିଂସା

ଯାହାର ମାଟିରେ ବାସୁଛି,

ସାରା ସଂସାରକୁ ଜ୍ଞାନର ଆଲୋକ

ସଦା ସର୍ବଦା ଯେ ଦେଉଛି ।


ଗୀତା ଭାଗବତ ବେଦ ରାମାୟଣ

ଯେ ଦେଶରେ ପୂଜା ପାଉଛି,

ନର ଏଠି ନାରାୟଣ ଅବତାରେ

ଯୁଗେ ଯୁଗେ ଜନ୍ମ ନେଉଛି।


ନୀତି ଆଦର୍ଶର ମାନବ ଧର୍ମର

ଗାଥା ଯେ ସର୍ବଦା ଗାଉଛି,

ମହାବୀର ଆଉ ଗୌତମବୁଦ୍ଧକୁ

ମୋ ଦେଶ ଜନମ ଦେଇଛି।


ଗାନ୍ଧିଜୀ ନେହେରୁ ସୁବାଷ ଶାସ୍ତ୍ରୀଜୀ

ଆଉ ଯେତେ ମହାପୁରୁଷ,

ନିଜ ଜୀବନକୁ ଉତ୍ସର୍ଗ ଫଳରେ

ସ୍ୱାଧୀନ ହୋଇଲା ଏ ଦେଶ।


ବାର ବରଷର ଧରମା ବାଜିଆ

ଜାତି ପାଇଁ ହାରି ଜୀବନ,

ରଚିଗଲେ ଅପାଶୋରା ଇତିହାସ

ଦେଶପାଇଁ ହେଲେ ମହାନ।


ସବୁଠୁ ସୁନ୍ଦର ସବୁଠୁ ନିଆରା

ମହାନ ମୋ ଭାରତବର୍ଷ ,

ନମନ କରୁଛି ସର୍ବଦା ଝୁରୁଛି

ସେ' ଅପାଶୋରା ଇତିହାସ।


Rate this content
Log in

Similar oriya poem from Inspirational