STORYMIRROR

Ranjit pal

Abstract

2  

Ranjit pal

Abstract

ଆମ ଶିକ୍ଷାମନ୍ତ୍ରୀ

ଆମ ଶିକ୍ଷାମନ୍ତ୍ରୀ

1 min
96

ଶିକ୍ଷାମନ୍ତ୍ରୀ ଆମ ବାବୁ ସମୀର 

ସରୁକଥାରେ ସେ ଭାରି ମାହିର

ଲାଗି ପଡିଛନ୍ତି ଭାରି ଜୋର 

ଗ୍ରୀଷ୍ମ ଅବକାଶ କରିବେ ଦୂର

 

ଖରାଦିନେ ହେବ ଏକ୍ସଟ୍ରା କ୍ଲାସ୍

ପିଲା ହୋଇଯିବେ ସବୁ ପାସ୍

ଉଜ୍ଜ୍ୱଳ ଉତ୍ଥାନ ଉତକରଷ

ଛୁଟି ମଧ୍ୟରେ ହୋଇବ ଶେଷ


ସ୍କୁଲୁ ଶିକ୍ଷକ ପାଳି କରିକି 

ପିଲାଙ୍କୁ ଡାକିବେ ବୁଲିବୁଲିକି

ଦିବ୍ୟଜ୍ଞାନ ଦେବେ ସରାଗେ ବୋଳି

ଛାତ୍ରଛାତ୍ରୀ ସବୁ ଦେବେ ଓଗାଳି


ଏସି ରୁମରେ ବସିବସିକି 

ଯୋଜନା କରୁଛ ଭଳିଭଳିକି

ଆଜ୍ଞା କିଛି ପ୍ରଶ୍ନ ଅାମ ମନ୍ତ୍ରୀବାବୁଙ୍କୁ

କି ବିଛା କାମୁଡେ ତୁମ ମୁଣ୍ଡକୁ


ଦରମା ଦଉଛ ହାତଗଣତି

ଦିନମଜୁରିଆ ଶୁଣି ହସନ୍ତି

ବଳଦ ପରିକା ଆମ ଖଟଣି 

ଆଖିକୁ ତମର ଯମା ଦିଶୁନି


ନିଜ ଛୁଆ ସିନା ଏଠି ପଢିଲେ 

ଗାଲୁଆମି କଥା ଛାଡନ୍ତ ଭଲେ 

ଭାବିଅଛ ଆମେ ତୁଠ ପଥର 

ପାଦ ଘଷିଦେବ ମନ ଯାହାର


ପ୍ରାଇଭେଟ୍ ସ୍କୁଲୁ କରିଦେଇକି

ପିଲା ନେଇଯାଅ ବାଛିବାଛିକି

ତଳିତୁଳା ଦେଇ ଆମ ପାଳିକି 

ଦୋଷଦିଅ ସବୁ ମୁଣ୍ଡେ ବୋଳିକି


ଏମିତି ପିଲାଏ ଆମ ଭାଗ୍ୟରେ 

ଯେତେ ବୁଝାଇଲେ ପାଠନାହିଁରେ 

କୁକୁର ଲାଙ୍ଗୁଡ ଧରେଇ ଦେଇ

ସିଧା କରିବାକୁ କହୁଛ କାହିଁ

 

ସରକାରୀ ଚାକିରି କରିଛୁ ପାଇଁ 

ଯାହା କହୁଅଛ ମାନିବୁ ଭାଇ

ପଙ୍ଖା ଖଣ୍ଡେ ସାତସପନ ଏଠି

ବହୁ ବିଦ୍ୟାଳୟେ ନାହିଁ ଇଲେକ୍ ଟ୍ରି


ଖରା ଦେଖି ନିଜେ ହୁଅ ଛାନିଆ

କହିଦିଅ ଛୁଟି ହେଲା ଆଗୁଆ

ପୋଥି ଭଳିକା ଏ ସିଲାବସ୍ 

ନ ସରିଲା ଯଦି ଆମର ଦୋଷ


କହୁଅଛୁ ଆମେ ଶିକ୍ଷକ ଜାତି 

କେଉଁକଥାରେ ଆମ ନାହିଁ ଆପତ୍ତି

ଛୁଆ କି ଶିକ୍ଷକ ଯଦି ମରିଲେ 

କଥା ବୁଝିଦେବୁ ତୁମର ଭଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract