ଆମ ଶିକ୍ଷାମନ୍ତ୍ରୀ
ଆମ ଶିକ୍ଷାମନ୍ତ୍ରୀ
ଶିକ୍ଷାମନ୍ତ୍ରୀ ଆମ ବାବୁ ସମୀର
ସରୁକଥାରେ ସେ ଭାରି ମାହିର
ଲାଗି ପଡିଛନ୍ତି ଭାରି ଜୋର
ଗ୍ରୀଷ୍ମ ଅବକାଶ କରିବେ ଦୂର
ଖରାଦିନେ ହେବ ଏକ୍ସଟ୍ରା କ୍ଲାସ୍
ପିଲା ହୋଇଯିବେ ସବୁ ପାସ୍
ଉଜ୍ଜ୍ୱଳ ଉତ୍ଥାନ ଉତକରଷ
ଛୁଟି ମଧ୍ୟରେ ହୋଇବ ଶେଷ
ସ୍କୁଲୁ ଶିକ୍ଷକ ପାଳି କରିକି
ପିଲାଙ୍କୁ ଡାକିବେ ବୁଲିବୁଲିକି
ଦିବ୍ୟଜ୍ଞାନ ଦେବେ ସରାଗେ ବୋଳି
ଛାତ୍ରଛାତ୍ରୀ ସବୁ ଦେବେ ଓଗାଳି
ଏସି ରୁମରେ ବସିବସିକି
ଯୋଜନା କରୁଛ ଭଳିଭଳିକି
ଆଜ୍ଞା କିଛି ପ୍ରଶ୍ନ ଅାମ ମନ୍ତ୍ରୀବାବୁଙ୍କୁ
କି ବିଛା କାମୁଡେ ତୁମ ମୁଣ୍ଡକୁ
ଦରମା ଦଉଛ ହାତଗଣତି
ଦିନମଜୁରିଆ ଶୁଣି ହସନ୍ତି
ବଳଦ ପରିକା ଆମ ଖଟଣି
ଆଖିକୁ ତମର ଯମା ଦିଶୁନି
ନିଜ ଛୁଆ ସିନା ଏଠି ପଢିଲେ
ଗାଲୁଆମି କଥା ଛାଡନ୍ତ ଭଲେ
ଭାବିଅଛ ଆମେ ତୁଠ ପଥର
ପାଦ ଘଷିଦେବ ମନ ଯାହାର
ପ୍ରାଇଭେଟ୍ ସ୍କୁଲୁ କରିଦେଇକି
ପିଲା ନେଇଯାଅ ବାଛିବାଛିକି
ତଳିତୁଳା ଦେଇ ଆମ ପାଳିକି
ଦୋଷଦିଅ ସବୁ ମୁଣ୍ଡେ ବୋଳିକି
ଏମିତି ପିଲାଏ ଆମ ଭାଗ୍ୟରେ
ଯେତେ ବୁଝାଇଲେ ପାଠନାହିଁରେ
କୁକୁର ଲାଙ୍ଗୁଡ ଧରେଇ ଦେଇ
ସିଧା କରିବାକୁ କହୁଛ କାହିଁ
ସରକାରୀ ଚାକିରି କରିଛୁ ପାଇଁ
ଯାହା କହୁଅଛ ମାନିବୁ ଭାଇ
ପଙ୍ଖା ଖଣ୍ଡେ ସାତସପନ ଏଠି
ବହୁ ବିଦ୍ୟାଳୟେ ନାହିଁ ଇଲେକ୍ ଟ୍ରି
ଖରା ଦେଖି ନିଜେ ହୁଅ ଛାନିଆ
କହିଦିଅ ଛୁଟି ହେଲା ଆଗୁଆ
ପୋଥି ଭଳିକା ଏ ସିଲାବସ୍
ନ ସରିଲା ଯଦି ଆମର ଦୋଷ
କହୁଅଛୁ ଆମେ ଶିକ୍ଷକ ଜାତି
କେଉଁକଥାରେ ଆମ ନାହିଁ ଆପତ୍ତି
ଛୁଆ କି ଶିକ୍ଷକ ଯଦି ମରିଲେ
କଥା ବୁଝିଦେବୁ ତୁମର ଭଲେ