STORYMIRROR

Ranjit pal

Others

3  

Ranjit pal

Others

*ନାରୀ*

*ନାରୀ*

1 min
325


ପ୍ରକୃତ ନାରୀଟି ସଂସାରରେ ସିଏ 

ମୁହେଁ ସଦା ହସ ହସ

ପ୍ରେମ ସ୍ନେହ ଡୋରେ ବାନ୍ଧି ରଖିଥାଏ

ସଂସାରକୁ କରି ବଶ


ପ୍ରକୃତ ନାରୀ ସେ ରୂପ ଯାହା ହେଉ

ହେୟ ବୋଲି ମନେ ଭାବି

ଶିକ୍ଷା ପ୍ରାପ୍ତ କରି ସାମାଜ ପାଇଁକି

ଖୋଲେ ସଫଳତା ଚାବି


ପ୍ରକୃତ ନାରୀ ସେ ଜନ୍ମରୁ ମୃତ୍ୟୁକୁ 

ଦୁଇ କୂଳକୁ ସେ ହିତା

ତାର ପରଶରେ ମିଠା ହୋଇଯାଏ

ଭାବ ଯଦି ଥାଏ ପିତା


ପ୍ରକୃତ ନାରୀ ସେ ଅନ୍ୟ ସନ୍ତାନକୁ

ଆଦରେ ଆପଣା ଜଣେ

ଦୁଃଖୀ ପିଲା ଦେଖି ହୃଦ ତାର କାନ୍ଦେ

ନିଜ ପିଲା ଭଳି ମଣେ


ପ୍ରକୃତ ନାରୀ ସେ ଦରକାର ହେଲେ

ବୀରାଙ୍ଗନା ଟିଏ ସାଜି

ନିଜ ଜୀବନକୁ ଦେଶ ପ୍ରୀତି ପାଇଁ

ଲଗାଇ ଦିଏ ସେ ବାଜି


ପ୍ରକୃତ ନାରୀ ସେ ସୀମାର ମଧ୍ୟରେ

ରହି ଆଲୋକ ସେ ଦିଏ

ସେଇ ଆଲୋକରେ ଦୁଇକୁଳ ପାଇଁ 

ସମ୍ମାନ ଆଗେଇ ନିଏ


ପ୍ରକୃତ ନାରୀ ସେ ଅନ୍ଯାୟ ଦେଖିଲେ

ମାଆ ଦୁର୍ଗା ରୂପ ଧରି

ପାପୀ କୁ ଅଚିରେ ନାଶ କରିଦିଏ

ଅସୀମ ସାହସ ଭରି


ପ୍ରକୃତ ନାରୀ ସେ ସମାଜରେ ଜାଣ

ଦେବୀର ସ୍ଵରୂପ ସାଜି

ପରମ୍ପରା ସଙ୍ଗେ ସଂସ୍କୃତି ପାଇଁକି

ଜୀବନ ଲଗାଏ ବାଜି


ପ୍ରକୃତ ନାରୀ ସେ ହୃଦୟ ଯାହାର

ବିଶାଳ ସାଗର ପରି

ସେଥିପାଇଁ ସିଏ ସବୁଠାରୁ ଉଚ୍ଚ

ମାଆର ନାମକୁ ଧରି


ପ୍ରକୃତ ନାରୀ ସେ ଲାଜ ଆଭୂଷଣେ

ମୁଖେ ରଖେ ମିଠା ହସ

ପ୍ରତିଦାନେ ପୁଣି ସଂସାର ପାଇଁକି

ବାଣ୍ଟଇ ମମତା ରସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍