STORYMIRROR

Ranjit pal

Inspirational

4  

Ranjit pal

Inspirational

ମୁଁ - ଓଡିଆ

ମୁଁ - ଓଡିଆ

1 min
330


ଓଡିଆ ବୋଲି ମୁଁ ମନରେ ଗରବ

ସୁନ୍ଦର ମୋ ମାତୃଭାଷା

ଗୋଟିଏ ଧାଡିରେ ଦଶଟା ଇଂରାଜୀ

ଶବଦ ମୋ ମୁହେଁ ବସା

ନିତି ବାନ୍ତିକରେ ଇଂରାଜୀ ଭାଷା ମୁଁ

କିଛି କଥା କହୁ କହୁ

କେମିତି ଉନ୍ନତି ନ ହେବ କୁହତ

ମୋ ପରି ଓଡିଆ ଥାଉଁ

ଅନ୍ୟକୁ ନିତି ମୁଁ ଆଙ୍ଗୁଠି ଦେଖାଏ

ଭୁଲିଯାଏ ନିଜ କଥା

ନିଜେ ଇଂରାଜୀରେ ମତାମତ ଲେଖେ

ଅନ୍ୟ ପାଇଁ କରେ ଚିନ୍ତା

ଶାସ୍ତ୍ରୀୟ ମାନ୍ୟତା ପାଇଛି ମୋ ଭାଷା

ଗର୍ବିତ ମୁଁ ସେଥିପାଇଁ

ସେଦିନୁ ଇଂରେଜ ଗଲେଣି ମୋ ଦେଶୁ

(ହେଲେ)ତାଙ୍କୁ ଭୁଲି ପାରିନାହିଁ

ବକ ଧାର୍ମିକ ମୁଁ ଆଖି ବୁଜିକହେ

ଆମିଷ ଖାଉନି ଭାଇ

ସିଦ୍ଧ କରିବାକୁ ମତାମତ ମୋର

ସବୁ କରିପାରେ ମୁହିଁ

ସଭାରେ ଭାଷଣ ଦିଏ ପ୍ରତିଦିନ

ଭାଷାର ଉନ୍ନତି ପାଇଁ

ବ୍ୟବହାର ବେଳେ ଭୁଲିଯାଇଥାଏ

ମନେ କିଛି ରହେ ନାହିଁ

ମୋ ସମାନ ଆଉ ମାତୃଭାଷା ପ୍ରୀତି

କାହା ହୃଦେ ଅଛି କୁହ

ସମ୍ମିଳିତ ହେଲେ ଭାଷାର ଉନ୍ନତି

କେମିତି ନ ହେବ ରୁହ

ବନାନ ଶୁଦ୍ଧତା ଶିଖିନି ଏ ଯାଏ

ଶିଖିବାର ଇଚ୍ଛା କାହିଁ ?

ତଥାପି ଗରବେ କହୁଛି ମୁଁ ନିତି

ମୋ ପରି ଓଡିଆ ନାହିଁ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational