STORYMIRROR

Gunanidhi Samal

Romance

4  

Gunanidhi Samal

Romance

ଆମ ଗାଁ "ଓ ତୁମ ସହର

ଆମ ଗାଁ "ଓ ତୁମ ସହର

1 min
22.9K

ଆମରି ଗାଆଁର ନାଲିମାଟି ରାସ୍ତା

ତୁମ ସହରକୁ ଛୁଏଁ

ତୁମ ସହରର ପାସେଞ୍ଜର ଗାଡି

ଆମଗାଆଁ ଦେଇ ଧାଏଁ।

ଆମରି ଗାଆଁରେ ସୂରୁଯ ଉଇଁଲେ

ଫୁଲଫୁଟେ ନାନା ଜାତି

ତୁମ ସହରରେ ଆଲୁଅ ଜଳିଲେ

ଧୀରେଧୀରେ ଆସେ ରାତି।

ତୁମ ସହରରେ ବେପାର ଚାଲୁଛି

ଆମରି ଗାଆଁରେ ଚାଷ

ତୁମ ସହରରେ ପଇସା ମିଳୁଛି

ଆମରି ଗାଆଁରେ ହସ।

ସଞ୍ଜ ଗଡ଼ିଗଲେ ତୁମ ସହରରେ

ଚାଲେ ଭଳିଭଳି ଟିଭି

ଆମରି ଗାଆଁର ପୁରାଣ ଟୁଙ୍ଗିରେ

ମିଞ୍ଜିମିଞ୍ଜି ଜଳେ ଡିବି।

ତୁମ ସହରବି ଭଲଲାଗେ ମୋତେ

ତୁମକୁ ଦେଖିଲା ଦିନୁ

ଡରଲାଗେ କାଳେ କହିଦେବ ଦିନେ

ଭୁଲିଯାଅ ମୋତେ ଜାନୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance