STORYMIRROR

Liza Senapati

Inspirational

3  

Liza Senapati

Inspirational

ଆମ ଏକତା

ଆମ ଏକତା

1 min
12K

ଏକ ଏକ ହୋଇ ,

ଆମେ ହେବା ଶହେ,

ଆମ ପାଇଁ ଆମେ 

ଦେଶ ଆମ ଖୋଜେ ଏକତା,

ଏକତାର ମହାମନ୍ତ୍ର ବିଜୟର ଶୂତ୍ର,

ଚାଲ ଆମେ ଆମ ଜାତି ପାଇଁ

ହେବା ପୁଣିଥରେ ଏକ,

ଜାତିର ସମ୍ମାନ ଆମର ଟେକ,

ଲଢିବା ତାର ସ୍ୱାଭିମାନ ପାଇଁ,

ଜାତି ଆମ ଲୋଡେ ଭାଷାକୁ ତା,

ହଜିଗଲାଣି ତାର ଆଦର,

ସବୁଠି ମାତୃଭାଷାର ଅପମାନ,

କେତେ ଭାଷା କେତେ ଜାତି କୁ,

ହୁଏ ମୋର ଏ ମାଟିରେ ସମ୍ମାନ,

ନିଜ ଭାଷା ହୁଏ ହତାଦର,

ଦି ପଦ ମାତୃଭାଷା 

ଓଡ଼ିଆ ପୁଅ ପାରୁନି କହି।

ମିଛେ ପିଟେ ଡିଣ୍ଡିମ ମୁଁ ସ୍ୱାଭିମାନି।

ନିଜ ରାଜ୍ୟେ ପାଏନି ଯେ ଆଦର,

କାଇଁବା କିଏ କରିବ ତାକୁ ସମ୍ମାନ।

ଚାଲ ପୁଣି ଆମେ ହେଇଯିବା ଏକ,

ଆମ ସ୍ୱାଭିମାନ ପାଇଁ ଆମେ ମିଶାଇବା ହାତ।

ଆମରି ଭିତରେ କେତେ କେତେ ,

ଭାଷା ପ୍ରେମି ଯାଇଛନ୍ତି ଶୋଇ,

ଜାଗ୍ରତ କରି ସଭିଙ୍କୁ,

ଗଢିବା ସୁନ୍ଦର ମାତୃଭୂମି ପୂଣି।



Rate this content
Log in

Similar oriya poem from Inspirational