Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4  

DILIP KUMAR SAHOO

Children

ଆମ ଚାଳଘରସରଗ ମୋର

ଆମ ଚାଳଘରସରଗ ମୋର

1 min
329


ମୋ ଘର ମୋ ପାଇଁ ଭାରି ସୁନ୍ଦର

ନୂଆଁଣିଆ ଚାଳ ନଡା ଛପର।

ଝାଟିମାଟି କାନ୍ଥ ସରୁ ବାରଣ୍ଡା

ଘର ଭିତର ଟା ଆହାକି ଥଣ୍ଡା ।

ହେଉ ଶୀତ ଅବା ହେଉ ବରଷା

ଏ ଘର ମୋ ପାଇଁ ସାହା ଭରସା ।

ଚାଳରେ ଆମର ଗୁଣ୍ଡୁଚି ମୂଷା

ଘରଚଟିଆ ବି କରନ୍ତି ବସା ।

ଡାମରା କାଉ ଟା ସକାଳୁ ଆସି

କାଆ କାଆ ରାବେ ଚାଳରେ ବସି ।

ବରଷା ହୋଇଲେ ଚାଳ ମଥାନେ

ପାଳଛତୁ ଫୁଟେ ତୋଳୁ ଯତନେ ।

ଛତୁ ତରକାରୀ ଭାରି ସୁଆଦ

ମା°ସ ଝୋଳ ତାକୁ କରଇ ବାଦ ।

ଚାଳରେ ମାଡଇ କଖାରୁ ଡଙ୍କ

କଖାରୁ ସାଗ ର ଭାରି ମୁଁ ରଙ୍କ ।

କଖାରୁ ଲତାରେ ଫୁଟିଲେ ଫୁଲ

ଚାଳ ଆମ ଦିଶେ କି ଝଲମଲ ।

ରଙ୍ଗ ବେରଙ୍ଗର ପରାଜାପତି

ଫୁଲ ଚାରିପାଖ ଘୂରି ବୁଲନ୍ତି ।

ମାଙ୍କଡ଼ ଆସିବି ଚାଳରେ ଡିଏଁ 

କଖାରୁ କସି କୁ ଛିଡେଇ ଖାଏ ।

ମାଙ୍କଡ଼ ଡେଇଁଲେ ଚାଳରେ କଣା 

ବରଷା ପାଣି ତ କରଇ ବଣା ।

ତୋଫାନ ବି ନିଏ ଚାଳ ଉଡେଇ

ଛପର ଉପରୁ ନଡା ଆଡେଇ ।

ଫି ବର୍ଷ ତେଣୁ ଘର ଛାଉଣୀ

ଛାଉଣୀ ନହେଲେ ପସଇ ପାଣି ।

ଏ ଚାଳ ଛପର ସରଗ ମୋର

ଭାରି ସ୍ନେହବୋଳା ପରଶ ତାର ।



Rate this content
Log in

Similar oriya poem from Children