STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଆମ ଭିତରୁ ଜଣେ

ଆମ ଭିତରୁ ଜଣେ

1 min
192

ସେମାନେ ବି ଆମ ଭିତରୁ ଜଣେ

କଥା କହି ପାରନ୍ତିନି ସତ

କିନ୍ତୁ ପରିପ୍ରକାଶ କରନ୍ତି ନିଜ ନିଷ୍ପାପ ଭାବନାକୁ

ବିଚିତ୍ର ଅଙ୍ଗଭଙ୍ଗୀରେ

ଓ ଆମ ଚାରିପାଖରେ ରହିଥାନ୍ତି

ଆମଭିତରୁ ଜଣେ ହୋଇ

ଆମକୁ ଆପଣେଇ ଓ ଆମ ସହ ଖାପ ଖୁଆଇ। 


ପ୍ରକୃତିର ଏକ ଅଭିନ୍ନ ଅଂଶୀଦାର ହୋଇ

ସେମାନେ ବି ବହିଚାଲିଛନ୍ତି ବିବର୍ତ୍ତନର ସ୍ରୋତରେ

ସମୟର ଦିଗନ୍ତକୁ ଚିରି

କିଛି ହଜିଯାଇଛନ୍ତି ପରିବର୍ତ୍ତନର ଧାରାରେ

ଆଉ କିଛି ଚାଲିଛନ୍ତି ମାନିନେଇ ପ୍ରକୃତିର ନୀତି ଓ ଧର୍ମକୁ। 


ଆମେ କିନ୍ତୁ ନିଜ ବୁଦ୍ଧି କୌଶଳରେ

ଭିନ୍ନ ହୋଇ ଯାଇଛୁ ସେମାନଙ୍କଠାରୁ ଅନେକ ଉର୍ଦ୍ଧ୍ବରେ

କେବେ ସେମାନଙ୍କୁ ପ୍ରତାରିତ କରିଛୁ

କେବେ ଆପଣେଇ ନେଇଛୁ ନିଜ ସ୍ୱାର୍ଥସିଦ୍ଧି ଲାଳସାରେ

ଓ ସେମାନଙ୍କ ସୁରକ୍ଷାର ନାଆଁରେ

ବାନ୍ଧିରଖିଛୁ ଶିକୁଳି ଓ ପଞ୍ଜୁରୀ ଭିତରେ

ଛିନ୍ନ କରି ସ୍ବାଧୀନତା 

ନିଜ ସୁବିଧା ମୁତାବକ ହାତଗଢ଼ା ଅଭୟାରଣ୍ୟରେ। 


ଅନେକ ଉଜାଡ଼ିଛୁ ସବୁଜ ଅବୟବକୁ

ନିଜ ପ୍ରଗତିର ଅହଙ୍କାର ଅସ୍ତ୍ର ହାତେ ଧରି

କଥାରେ ଲେଖାରେ ଭାଷଣ ବାଜିରେ

ସରକାରୀ ଫାଇଲ ଓ ଯୋଜନା ଭିତରେ

ରହିଯାଇଛି ବୃକ୍ଷରୋପଣ ଓ ବନ ମହୋତ୍ସବ। 


ସେମାନେ ଆମ ଭିତରୁ ଜଣେ ହେଲେ ମଧ୍ୟ

ଆମେ ଦୂର କରିଦେଇଛୁ ନିଜଠାରୁ

ନିଜ ଆତ୍ମପ୍ରତିଷ୍ଠାର ପରାକାଷ୍ଠା ପାଇଁ

ଥରେ ହାତ ବଢ଼େଇ ଦେଖ

ସମ୍ଭ୍ରମରେ ଭୟାତୁର ହାତ ତାଙ୍କ ଦେବେ ସେ ବଢ଼େଇ

ବିଶ୍ୱାସର ଆଶ୍ବାସନା ପାଇ

ଦେଖିବ ସେ ଆନନ୍ଦର ପଟାନ୍ତର ନାହିଁ। 



Rate this content
Log in

Similar oriya poem from Inspirational