STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଆଲୋକ

ଆଲୋକ

1 min
184


ନିଷ୍ଠାର ଅନ୍ୟ ନାମ ଅପେକ୍ଷା 

ନିଷ୍ଠାର ଆଉଗୋଟେ ନାମ ପ୍ରତୀକ୍ଷା 

କେଜାଣି, ନିଷ୍ଠା ନଈର ଦୁଇ କୂଳେ 

ଭକ୍ତି,ଆନ୍ତରିକତା ଅନୁରାଗର କେବଳ ପରୀକ୍ଷା 

ସ୍ରଷ୍ଠାଙ୍କୁ ନିଷ୍ଠାରେ ଡାକିଲେ 

ପୂରଣ ହୁଏ କାଳେ ଆକାଂକ୍ଷା 

ନିଷ୍ଠାରେ ଅଶ୍ରୁ ମିଶିଲେ 

କରି ହୁଏନା ଜମା ଉପେକ୍ଷା 

ସେଇ ନିଷ୍ଠାକୁ ପରାକାଷ୍ଠା କରି 

ପାଇଛି ଏଯାଏଁ ଯାହା ଖାଲି ତିତିକ୍ଷା 

ଆଉ ଅନ୍ଧାର ଅଳନ୍ଧୁ ହଟେଇ 

ଆଲୋକ ଜାଳୁଛି ନିଷ୍ଠା ରେ ପାଇବି ସୁରକ୍ଷା 

ହାହାକାର ଆର୍ତ୍ତନାଦ, ସଭିଏଁ ଏଠି ଭୁଖା 

ନିରୀକ୍ଷଣ ପର୍ଯ୍ୟବେକ୍ଷଣ ଭିତରେ ଅଶିକ୍ଷା 

ମହୁମଖା ଚରଖାରେ ପୁଣି ସେଇ ଶିକ୍ଷା 

ଏକମାତ୍ର ସନ୍ଧାନ ଦେଇପାରେ ଆଲୋକଶିଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational