STORYMIRROR

Dharitri Das

Tragedy

4  

Dharitri Das

Tragedy

ଆକାଶର ତାରା

ଆକାଶର ତାରା

1 min
221

ଆକାଶର ତାରା ହୋଇଗଲ ଅପା

    ଭୁଲିତ ଆମକୁ ସବୁ

ସଭାପତି ପଦ କରିଗଲ ଖାଲି

  ଦୋଷ ଯେ କାହାକୁ ଦେବୁ।

ଶୁଭ୍ର ତନୁ ତୁମ ଦେଖୁଥିଲେ ଲାଗେ

    ସରଗ ରାଇଜ ପରୀ

ଖସି ଆସିଥିଲ ମରତକୁ ସତେ

  ହୋଇଣ ସୁନ୍ଦରୀ ନାରୀ।

ଧର୍ଯ୍ୟଶୀଳା ଗୁଣେ ତୁମ ସହ ସମ

  ନୋହିବେ ଜଗତେ କେହି

ମନ୍ଦ ଗୁଣ କିଛି ଦେଖିଛନ୍ତି ବୋଲି

  କହି କେ ପାରିବେ ନାହିଁ।

ସଦଗୁଣେ ପୂର୍ଣ୍ଣ ମହିୟସୀ ମାଆ

   ତୁମରି ପରିକା ଦେବୀ

ପୂର୍ବରାଗ ଯାର ମାନସ କନିଆ

    କିପରି ଉପମା ଦେବି।

ବିୟୋଗରେ ଆମେ ହେଉଅଛୁ ଝୁରି

    ତୁମରି ଗୁଣକୁ ଗାଇ

ଝୁରୁଥିବୁ ସଦା ସର୍ବଦା ତୁମକୁ

   ଦୁଃଖକୁ ଆଦରି ନେଇ।

ଅହ୍ୟ ସୁଲକ୍ଷଣୀ ଡେଙ୍ଗୁରା ବଜାଇ

    ଶୁକଳ ପକ୍ଷରେ ଗଲ

ସ୍ୱର୍ଗପୁରେ ଯାଇ ଦେବତାଙ୍କ ସଙ୍ଗେ

    ଆସନ ଗ୍ରହଣ କଲ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy