ଆକାଶ
ଆକାଶ
ସୁନିିଳ ଅମ୍ବରରେ ଭସା ଭସା ମେଘ,
ଦେଖି ତ୍ରିଲୋଚନ ଆଶ୍ଚର୍ଯ୍ୟ ବିିିିମୋହିତ ।
ଖଣ୍ଡ ଖଣ୍ଡ ହୋଇ ଭାସି ଯାଉଛି ବେଗେ ,
ଚାରୁପୂର୍ଣତା ରେ ମୋ ନୟନ ଚକିତ ।।
ହୋଇଥାନ୍ତା ଯଦି ଏ କଳା ଜଳଧର ,
ନୃତ୍ୟ କରନ୍ତା ଆଜି ଖୁସିରେ ମୟୁର ।
ଚଞ୍ଚଳ ଗତିରେ ଗମନ କରୁଛି ଯେ ,
ରଖିବାକୁ ତାକୁ ଶକ୍ତି କାଇଁ ଯେ ମୋର ।।
ଏତେ ଦୂରେ ପୁଣି ରହିଛି ବାରିିିଧର ,
ଦର୍ଶନ କେବଳ ଯେ ହେବ ତା'ର ସାର ।
ନିକଟରେ ଥିଲେ ଏବେ କରନ୍ତି ସ୍ପର୍ଶ ,
ମଣିଥାନ୍ତି ତେବେ ଏ ସୁଖ ଅଟେ ମୋର ।।