Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Classics Fantasy Others

3  

Jayashree Maharana

Classics Fantasy Others

ଆକାଶ

ଆକାଶ

1 min
210


ଅନନ୍ତ ଅସୀମ କାୟା ନୀଳ ରଙ୍ଗାଚ୍ଛନ୍ନ

ସୃଷ୍ଟିର ବିଚିତ୍ର କଳା  ବିଧିର ବିଧାନ

ଦୂର ଦିଗନ୍ତକୁ ଦେଖି ଭ୍ରମିତ ନୟନ

ଧରିତ୍ରୀ ସହିତ ସତେ ଘଟିଛି ମିଳନ ।


ବକ୍ଷେ ସୂର୍ଯ୍ୟ ଚନ୍ଦ୍ର ତାରା କରିଛି ଧାରଣ

ପ୍ରାତଃ ସଂଜେ ରବିକରେ ଦିଶେ ଶୋଭାବନ

ଚାନ୍ଦ ତାରା ଗହଣରେ ରାତ୍ରି ଆଗମନ

ଅପୂର୍ବ ସୌନ୍ଦର୍ଯ୍ୟ ଭରି କିଣେ ଜନମନ ।


କୋଳେ ତା'ର ମେଘମାଳା କଲେ ବିଚରଣ

ଢାଳିଦିଏ ବର୍ଷାଧାରା ଧରାରେ ତକ୍ଷଣ

ବିଶାଳ ଉଦାର ହୃଦ ଚିର ସ୍ୱାର୍ଥ ଶୂନ୍ୟ

ବିଶ୍ୱ ସ୍ଥିତି ସଂଗଠନେ ଅଦ୍ୱିତୀୟ ସ୍ଥାନ ।


ସୂକ୍ଷ୍ମସତ୍ତା ଅସ୍ତିତ୍ବରେ ଆକାଶ ମହାନ

ପ୍ରକୃତି ପୃଷ୍ଠରେ ଗଢେ ପ୍ରତିଟି ଜୀବନ ।




Rate this content
Log in

Similar oriya poem from Classics