STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ଆକାଶ ଛାତିରୁ ମେଘର ମୁହଁଟା

ଆକାଶ ଛାତିରୁ ମେଘର ମୁହଁଟା

1 min
14.1K


🌹❤🌹ମହାସ୍ମୀତା 🌹❤🌹


ଆକାଶ ଛାତିରୁ ମେଘର ମୁହଁଟା

ଅଳପ ଅଳପ ଦିଶେ

ମନ ଆଇନାରେ ସ୍ମୃତିର ଜଲ୍ ସା

ପଶ୍ଚିମା ପବନେ ମିଶେ।


ମେଘ ଢାଳେ ଲୁହ ବରଷା ରୂପରେ

ମୋ ଲୁହ ନୀରବେ ଝରେ

ମେଘର ମାଦଳ ବାଜିଲେତ ଥରେ

ଲୁହ ପୋଛେ ପଣତରେ।


ମିଳନର ବଂଶୀ ମହ୍ଲାର ରାଗରେ

ସାରା ରାତି ବାଜୁଥାଏ

ପ୍ରେମ ଆଳାପର ବିହାଗ ତାନରେ

ମନ କିନ୍ତୁ ଭିଜୁଥାଏ।


ଶ୍ରାବଣର ବର୍ଷା ମୋ ଲୁହ ସାଥିରେ

ନଈ ହୋଇ ବହିଯାଏ

ସେ ନଈ ଦେହରେ ସାରା ବରଷ ମୁଁ

ନାଆ ହୋଇ ଭାସୁଥାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy