ଆଜିକାଲିର ପରିବା ବଜାର ଭାଉ
ଆଜିକାଲିର ପରିବା ବଜାର ଭାଉ
ଆଜିକାଲିର ପରିବା ବଜାର ଭାଉ
କାନକୁ ଶୁଭୁଛି ଆଖିକୁ ଦିଶୁଛି
ଅଧିକ କଅଣ କରିବି କାହାକୁ ଆଉ,
ଯିଏ ଯାହାର ଔକାତ୍ ଦେଖାଇ
ବିକ୍ରି ହୁଅନ୍ତି ମୂଲଚାଲରେ
ବଜାରରେ ତ ଭିଡ଼ ଲୋକ ହାଉଯାଉ।
ଯେତେ ଗଦା ଗଦା ଫୁଲ ବନ୍ଧା କୋବି
କା'ର କେତେ ମୂଲ ହୁଏନା ଭାବି
ପାରିଲା ଯିଏ ନେଲା ଥଳୀ ପୁରେଇ
ଆଉ କିଏ ନେଉ କି ନ ନେଉ,
ବାଇଗଣ ବିଲାତି ବାଇଗଣର ଉଡ଼ା ବିକିରି
ପରିବା ଭିତରେ ଏ ପରିବା ତ ଜରୁରୀ
କିଲେ ଅଧକିଲେ ନ ନେଲେ ନ ଚଳେ
ପକେଟ ଫାଙ୍କା ହେଲେ ହେଉ।
ଏତେ ତ ବିଲାତି ମାରୁଛି ସେଞ୍ରୀM
କିଣି ଖାଇବା ଆଗରୁ ପାଟି ଖଟା ଖଟା
ଭାରି କଷ୍ଟେ ଜୀବନ ଯାକି ମୁହଁ ଚାହୁଁ ତାହାରି,
ରୂପ ଗୁଣେ ସମୟ ଅନୁଯାୟୀ
କାହାର କେତେ ଚାହିଦା ଦାମରେ ଅଧିକ
ନେବା ଲୋକ ଆଣେ ବିଚାର କରି।
କାଙ୍କଡ଼ କଲରା ପୋଟଳ ଜହ୍ନି ଭେଣ୍ଡି
ନେବାର ଥିଲେ ନିଅ ସୁଯୋଗ ଉଣ୍ଡି
ସବୁଦିନେ ତ ଏ ସବୁ ମହଙ୍ଗା
କିଏ କାହାକୁ କଅଣ କହିବ ଆଉ ?
ପୁଇ ବଇତାଳୁ ଝୁଡ଼ଙ୍ଗ କଖାରୁ ଲାଉ
ଆଳୁ ସାରୁ ଖମ୍ଵଆଳୁ ଯେତେ ଥାଉ
ବିଶେଷ ଦରକାର ଅଛି ତ ନେଉ
ନହେଲେ ପଡ଼ି ପଡ଼ି ଖତ ଖାଉ।
କାକୁଡି କଞ୍ଚାଲଙ୍କା ଶାଗ ଧଣିଆଁପତ୍ର
ନେବାକୁ ହେବ ହେଲେ ବି ଅଳପ ମାତ୍ର
ଅମୃତଭଣ୍ଡା କଞ୍ଚାକଦଳୀ କୁନ୍ଦୁରି
ଖୋଜି ଖୋଜି ଆଗରେ ନେଉ,
ମୂଳା ଗାଜର ବିଟ୍ ବିନସ୍ ନାଡ଼ୁକା
କିଛି କିଛି ନେଉ ପଇସା ହେଲେ ବଳକା
କେବେ ଯଦି ପଡ଼େ ମଉକା
ହେଲେ ହେଉ ନହେଲେ ସେ ଥାଉ।
ମାଛ ମାଂସ ତ ଆଗତୁରା ବାର ନେଇ
ଦାମ୍ କୁ ଖାତିର ନାହିଁ ଯା ହେଉ
ଖାଇବାକୁ ପଡ଼ିବ ନିରାମିଷ ହେବୁ କାହିଁ,
ପାଟି ରୋଚକ କେମିତି ହେବ ଆଉ ?
ଏମିତି ତ ଚାଲିଛି ବଜାର ଭାଉ
ପକେଟ ସମ୍ଭାଳି ଚାଲି ଥାଉ
ତେଣିକି ଯିଏ ଯା' କହିଲେ କହୁ
ଅର୍ଥ ନେଇ ତୀର୍ଥ ବୁଲା ହେଉ ଥାଉ,
ଆଲୋ ସଖୀ ଆପଣା ମହତ ଆପେ ରଖି
ଲୋଡ଼ା ନାହିଁ କାହାରି ସାକ୍ଷୀ
ଟାଣି ଓଟାରି ଯେମିତି ହେଲେ ଦିନ ଯାଉ
ଏଇ ତ ଆଜିକାଲିର ପରିବା ବଜାର ଭାଉ।
