Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଆଜାଦୀ କା ଅମୃତ ମହୋତ୍ସବ

ଆଜାଦୀ କା ଅମୃତ ମହୋତ୍ସବ

1 min
143


ପଞ୍ଚସ୍ତରୀ ବର୍ଷ ସ୍ୱାଧୀନ ପରଶ

ଲଭିଲେଣି ଆମ ଭାରତ ଭବ

ଆସରେ ପାଳିବା ସର୍ବେ ଭାରତୀୟ

ଆଜାଦୀ କା ଅମୃତ ମହୋତ୍ସବ ।


ହର୍ ଘରେ ଉଡ଼ାଇ ତ୍ରିରଙ୍ଗା ଆମର

ଗାଇ ଗାଇ ତା'ର ବିଜୟ ଗୀତି

ସକଳ ହୃଦୟେ ଭରି ଦେଉଥିବା

ଶାନ୍ତି ସଦ୍ଭାବନା ଭ୍ରାତୃତ୍ୱ ପ୍ରୀତି ।


ହୋଇ ସୁସଜ୍ଜିତ ତୋଳି ବୀରବାଦ୍ୟ

ଉଜ୍ଜୀବିତ ଯେତେକ ବୀରଗାଥା

ଜଣାଇ ଦେବାକୁ ସମର୍ଥ ଆମେ ବି

ବୀର ପଦବୀ ପାଇଁ ସାମରଥା ।


ଅତୀତରେ ଥିଲୁ ଆଜି ବି ରହିଛୁ

କେବଳ ଚର୍ମର ପରିବର୍ତ୍ତନ

ନଚେତ୍ ଭିନ୍ନତା ଆମ ପାଖେ ନାହିଁ

ଭରି ବି ରହିଛି ମଣିଷପଣ ।


ଏ ଶୁଭ ମୁହୂର୍ତ୍ତ ଜୀବନର ସତ୍ୟ

ବତାଇ ଦେବାକୁ ଆସିଛି ଆଜି

ଯେତେ ତ୍ରୁଟି ଅଛି କରି ସଂଶୋଧନ

ଏକତ୍ୱ ମନ୍ତ୍ରରେ ଯିବାରେ ହଜି ।


ସେଥିରୁ ଅମୃତ ଝରି ପଡ଼ୁଥିବ

ମିଳିମିଶି ଆମେ କରିବା ପାନ

ମାଟିରେ ମିଶିଲେ ପାର୍ଥିବ ଦେହ ବି

ରହିଥିବ ନାମ ଅମର ଜାଣ ।



Rate this content
Log in

Similar oriya poem from Inspirational