Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Others

3  

Sunanda Mohanty

Classics Others

ଆହେ ଚକାଆଖି

ଆହେ ଚକାଆଖି

1 min
137



ଆହେ ଚକାଆଖି 

ତୁମେ ଏକା ସାକ୍ଷୀ 

ଭକତର ଭାବ ଦେଖି 

ଭାବଗ୍ରାହୀ ଭାଗ୍ୟ ଦିଅ ଲେଖି ।


ଆହେ ଚକା ଆଖି 

କେତେ ପାପ ରଖି 

କେତେ ପୂଣ୍ୟ ବାକି 

ଖାତାରେ ପକାଅ ଶୁନ୍ୟ ଛକି ।


ଆହେ ଚକା ଆଖି 

ତୁଳସୀ ଚନ୍ଦନ ମାଖି 

ଷାଠିଏ ପଉଟି ରଖି 

ତୁମ ସୃଷ୍ଟିରେ କାହିଁକି ଦୁଃଖିରଙ୍କି ।


ଆହେ ଚକା ଆଖି 

ମୁଁ ଛାର ନିରିମାଖି 

ଲୁହ ଓ ଲହୁରେ ଶୁଖି 

ପରାଣ ଦେଇଛି ତୁମକୁ ବିକି ।


ଆହେ ଚକାଆଖି 

ପରୀକ୍ଷା ରେ ପରଖି 

ଦୁଃଖି ଙ୍କୁ କରିଦିଅ ସୁଖୀ 

ସଦ୍ଭାବ ଭକ୍ତି ଭାବରେ ବାନ୍ଧିରଖି ।



Rate this content
Log in

Similar oriya poem from Classics