STORYMIRROR

Dipti lekha Mishra

Tragedy

4.5  

Dipti lekha Mishra

Tragedy

ଆଘାତର ଶର

ଆଘାତର ଶର

1 min
12.5K


ତୁମେ ଦେଇଥିବା ସେ ଶକ୍ତ ଆଘାତ

ବୁହାଇଦେଲାଣି ଶରୀରରୁ ଅଜସ୍ର ରକତ

ମୋ ଆଖିରୁ ଲୁହ ଟୋପାଏ ନ ଝରାଇ

ମୋ ଓଠରୁ ହସ ନେଲଣି ଚୋରାଇ ।।

ତଥାପି ମୁଁ ବଂଚିଥାଇ ମରୁଛି

କେବଳ ତୁମରି ସାକ୍ଷାତ ପାଇଁ

ନିଜ ଲୁହ ନିଜେ ନିଜେ ପିଉଛି

କେବଳ ତୁମ ସ୍ପର୍ଶ ପାଇବା ପାଇଁ ।।

ତୁମ ହୄଦୟଟା ଏତେ ନିଷ୍ଠୁର

ତୁମ ଭାବନା ସବୁ ଏତେ କଠୋର

ନା ତୁମକୁ କରିପାରୁଛି ଆପଣାର

ନା ପାରୁଛି ତୁମ ସ୍ମୃତିଠାରୁ ଦୂର ।।

ବଂଚିଥିବା ବେଳେ ତୁମ ଆଘାତର ଶର

ପରାଜିତ କରୁଛି ମୋତେ ବାରମ୍ବାର

ତଥାପି କର୍ତ୍ତବ୍ୟ ଭାବି ତ ବଂଚିଛି

ନିଜ କଷ୍ଟ ନିଜ ସହ ଯାହା ବାଣ୍ଟୁଛି ।।

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy