Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଆଧୁନିକତା

ଆଧୁନିକତା

1 min
244



ଆଜ ଦୁନିଆରେ ଆଧୁନିକତାର


ସ୍ପର୍ଶେ ସର୍ବେ ବଶୀଭୂତ,


ତା' ପଛରେ ପୁଣି ଉଗ୍ର ଶବ୍ଦ ଲାଗି


କରୁଛି ହତଚକିତ,


ମନ ହୁଏ ଭୟଭୀତ,


ଏହା ପାଇଁ ଦିନେ ଶେଷ ହେବନି ତ


ଆମ ସୁନ୍ଦର ମରତ ।


ଖାଦ୍ୟ-ପାନୀୟର ବେଶ-ପୋଷାକରେ


ଚାଲିଚଳନର ଏହି


ଆଧୁନିକତାକୁ ଆପଣେଇବାକୁ


ସର୍ବେ ହେଉଛନ୍ତି ବାଇ,


କି ଯୁଗ ହୋଇଲା ଭାଇ ?


କାହାକୁ କହିବା ସମସ୍ତେ ଚାଲୁଣି


ଛୁଞ୍ଚି ମନ ହାଇଁପାଇଁ ।



ଏହିପରି ଯଦି ସର୍ବଗ୍ରାସୀ ହୋଇ


ଚାଲିବ ଆଧୁନିକତା,


ତାହାର ପ୍ରଭାବେ ଘାରିବ ସର୍ବଙ୍କୁ


ବିକୃତ ମାନସିକତା,


ନରହିବ ବାଡ଼ବତା,


ଗୋରୁଗାଈ ପଶି ଚରିଗଲାପରି


ଭୁଲିବେ ସର୍ବ ଶିଷ୍ଟତା ।



ଏଥିପାଇଁ ଆଜି ଜାଗ୍ରତ ହୁଅରେ


ସରବ ବାଇଆ ମନ,


ଆଧୁନିକ ନାମେ ରଟାଅନା କେହି


ବିଭତ୍ସତା ଦୃଶ୍ୟ ନଗ୍ନ,


ଶୃଙ୍ଖଳାରେ ରଖ ଧ୍ୟାନ,


ଜୀବନ ଉନ୍ନତି ଘଟାଇ ଯେପରି


ଜଗତ କରିବ ଧନ୍ୟ ।





Rate this content
Log in

Similar oriya poem from Inspirational