STORYMIRROR

Liza Senapati

Inspirational

3  

Liza Senapati

Inspirational

ଆଧୁନିକତା

ଆଧୁନିକତା

1 min
189

ଆଧୁନିକତାର

ଶଦ୍ଦରେ ଆଧୁନିକତାର ଢାଞ୍ଚା,

ବ୍ୟବହାରରେ ଆଧୁନିକତାର ପ୍ରବାହ,

ମୋ ଦେଶ ଆଧୁନିକତା ଆଡକୁ ଯାଉଚି,

ସତରେ ମୋ ଦେଶ ବଦଳି ଯାଇଚି,

ମାଟି ମା କହେ ଯିଏ,

ଆଜି ବିଦେଶର ଗୁଣ ଗାଉଚି।

ମାଟିର ବାସ୍ନାରେ ଅତର ଝରୁଥିଲା ଦିନେ,

ଆଜି ସେଇ ମାଟିରେ ପାଦ ରଖେନା ତା ପୁଅ,

ଆଧୁନିକତାର କାଚ ପିନ୍ଧି ,

ସାଧବ ବୋହୁ ତା ଗହଣା ରଖିଦେଇଚି ।

ଆଉ ଓଢ଼ଣି ନାହିଁ ମୁଣ୍ଡରେ,

ଜିନ୍ସ ପିନ୍ଧି ବୋହୁ ଦାଣ୍ଡରେ ଚାଲୁଚି।

ମୋ ଗାଁ ଆଜି ମଡର୍ଣ୍ଣ ହେଲାଣି।

ସତରେ ମୋ ଦେଶ ବଦଳି ଗଲାଣି।



Rate this content
Log in

Similar oriya poem from Inspirational