STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

1 min
225


ସାରା ସଂସାରର ସୁଖ ଶାନ୍ତି ଥାଏ ନିହିତ ଯହିଁ

ତା' ଜୀବନ ଧାରଣ କରିବାର ମାନଦଣ୍ଡ

ମଣିଷ ସତ୍କର୍ମର ଶ୍ରମ ସାଧନାରେ

ସଫଳ କରି ତାହା ପାଇଥାଏ ପୁଣ୍ୟଫଳ

" ଧନ " ଓ " ଜ୍ଞାନ "କୁ ହିଁ କେନ୍ଦ୍ର କରି

ଶିକ୍ଷା ସଂସ୍କୃତି ସଭ୍ୟତାର ହୁଏ ଅଗ୍ରଗତି

ଏକ ବିନା ଅନ୍ୟଟି ହୁଏ ନାହିଁ କେବେ ପରିପୂର୍ଣ୍ଣ

ଜ୍ଞାନ ଅର୍ଜନ ଲାଗି ଲୋଡ଼ା ହୁଏ ଧନ ସମ୍ପତ୍ତି

ଧନ ପ୍ରାପ୍ତି ପାଇଁ ମଧ୍ୟ ଲୋଡ଼ା ଜ୍ଞାନ

ଏ ଦୁଇ ସମାନ୍ତରାଳ ରେଳ ଧାରଣା ପରି

ଯା' ଉପରେ ଚାଲି ଆସୁଛି ସମୟର ରେଳଗାଡ଼ି

ଧନର ଅଧିକାରିଣୀ ଦେବୀ ମାଆ ମହାଲକ୍ଷ୍ମୀ

ଜ୍ଞାନର ପ୍ରତିଷ୍ଠାତ୍ରୀ ଦେବୀ ମାଆ ସରସ୍ଵତୀ

ଦୁହିଁଙ୍କ କରୁଣା ବିନା ସବୁ ହୁଏ ଊଣା

ବୁଦ୍ଧି ବିବେକ ଚିନ୍ତା ଚେତନା ସଭିଙ୍କୁ ଜଣା

ଦେବାକୁ ସମ୍ୟକ୍ ଉତ୍ସାହ ପ୍ରେରଣା

ପ୍ରବାଦଟି " ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ "

ଗୁରୁ ଗୁରୁଜନ ସାଧୁସନ୍ଥ ଦିଅନ୍ତି ଉପଦେଶ

ମାନି ତାକୁ ପାଳେ ଯିଏ ହୋଇଥାଏ ତାର ବିକାଶ

ଆଚାର ବ୍ୟବହାରରେ ହୁଏ ମହତଜନ

ବିବେକ ବିଚାରେ ହୁଏ ବିଜ୍ଞ ପ୍ରଜ୍ଞ ପାଏ ମାନ

ପ୍ରତିଟି ମଣିଷର ଜୀବନରେ ଥାଏ ଲକ୍ଷ୍ୟ

କିଛି ଜ୍ଞାନ କିଛି ଧନର ହେବ ସେ ଅଧିକାରୀ

ଯା'ର ସହାୟତାରେ ପାରିବ କିଛି ଆଶା ପୂର୍ଣ୍ଣକରି

ଜନ୍ମରୁ ମୃତ୍ୟୁ ଯାଏଁ କରିଚାଲେ ସଂଗ୍ରାମ

ଉପାର୍ଜିତ ଧନ ଜ୍ଞାନରେ ହେବାକୁ ସେ ଉତ୍ତମ

ଏକାଗ୍ରତାର ଏକ ଧ୍ଯାନ ଏକ ଲକ୍ଷ୍ୟ ହିଁ ଲକ୍ଷ୍ମୀ

ପବିତ୍ର ମନ ପ୍ରାଣରେ ତା' ସାଧିବା ଅଟେ ପୂଜା

ବାକ୍ ଶୁଦ୍ଧି ବିନୟ ମଧୁର ସତ୍ୟବାଣୀ

କଣ୍ଠର ଦେବୀ ସରସ୍ଵତୀଙ୍କ ଦୟାରେ ଜୀବନଚର୍ଯ୍ୟା

ଆଚାରେ ଲକ୍ଷ୍ମୀ କରିଥାନ୍ତି ଅପାର କରୁଣା

ବିଚାରେ ସରସ୍ଵତୀ ଦେଇଥାନ୍ତି ଲକ୍ଷ୍ୟ ଠିକଣା

ଏ ଭାବେ ଭବେ ଚାଲିଛି ଚାଲିଥିବ ଜୀବନ ସ୍ରୋତ

ଅଟକି ଯାଏ ନାହିଁ କଲେ କେହି ବ୍ୟତିକ୍ରମ

ପାର୍ଥିବ ସଂକଟରୁ ବି ପାଏନା ଉଦ୍ଧାର 

ନ କରିବା ଯାଏଁ ନିଜକୁ ସଂଶୋଧନ ମାର୍ଜିତ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama