STORYMIRROR

Bidyadhar Mantry

Abstract Romance Inspirational

4  

Bidyadhar Mantry

Abstract Romance Inspirational

ଆ ଜହ୍ନରେ କରିବା ଘର

ଆ ଜହ୍ନରେ କରିବା ଘର

2 mins
272


ଶୁଣ, ତୁମ ମୋବାଇଲ୍ ସ୍ଵିଚ୍-ଅଫ୍ ଅଛି

ବାଧ୍ୟ ହୋଇ ମେସେଜ୍ କରୁଛି 

ମୁଁ ତୁମ "ମହୁ" କହୁଛି, ତୁମ "ହନୀ "

ଟିକିଏ ବୁଲେଇ କହୁଛି

ହନୀ, ହନୀ କହୁଛି, ସେଇ ହନୀ ଆଉ ମହୁ

ମିଠା ଲାଗିବ,କିଛି ଅଲଗା ଭାବୁଛ କି!!


ମୋତେ କହୁଥିଲ," ଆ ଜହ୍ନରେ ଘର କରିବା"

ଏବେ ତ ଆହୁରି ଗବେଷଣା ଚାଲିଛି

ଜହ୍ନରେ ବଞ୍ଚିବା ପାଇଁ ଉପାଦାନ ଅଛି ନା ନାହିଁ!!

ହେଉ,ତୁମ କଥାରେ ମୁଁ ରାଜି ଅଛି

ଜହ୍ନକୁ ଯିବା ପୂର୍ବରୁ ମୋତେ ସଫା ସଫା କୁହ।


ସଭିଏଁ ପ୍ରେମ ରେ "ଭଲ ପାଆନ୍ତି" କହନ୍ତି

ତୁମେ କଣ ପ୍ରେମ ର ପୁଜାରୀ ହୋଇ ପାରିବ?

ମୁଁ ସାଥୀ ଚାହୁଁ ନାହିଁ,ଯଦି ସାଥୀ ଟିଏ ଲୋଡା

ତୁମେ ମୋର ସାଥୀ ହୋଇ ରହି ପାରିବ କି?


ସଭିଏଁ ପ୍ରେମରେ ଶପଥ କରନ୍ତି

ତୁମେ ସେହି ଶପଥ କୁ ଗ୍ରହଣ କରି ପାରିବ କି?

ମୋତେ ପ୍ରେମୀ ଦରକାର ନାହିଁ

ଭଲ ବନ୍ଧୁ ହେବାକୁ ସମର୍ଥ ହୋଇ ପାରିବ କି?


ସଭିଏଁ ଝିଅ ଙ୍କୁ ବ୍ୟବହୃତ କରନ୍ତି

ତୁମେ ସେଇ ପନ୍ଥା ଅନୁସରଣ କରିବ କି?

ପ୍ରତ୍ୟେକ ପୁରୁଷ ମହିଳା ଠୁ ସୁଖ ଚାହେଁ

ତୁମେ ଏକ ମହିଳା କୁ ସୁଖ ଦେଇପାରିବ କି?


ପୁରୁଷ ମହିଳାଙ୍କ ଇଜ୍ଜତ ନଷ୍ଟ କରନ୍ତି

ନାରୀ ନାଁ ରେ କଳଙ୍କ ଲଗାଇ ,ଚରିତ୍ର ହିନ କହନ୍ତି

ତୁମେ କଣ ସେଇ କାମକୁ ଦମନ କରି ପାରିବ?


ପ୍ରେମୀ ଯୁଗଳଙ୍କ କଥା କଥା ରେ ବଞ୍ଚିବା,ମରିବା

ତୁମେ ସାଥିରେ ରହିବାକୁ ଶପଥ କରି ପାରିବ କି?

ତୁମକୁ ହୃଦୟରେ ଦେବତା ର ମାନ୍ୟତା ଦେଉଛି

ମୋତେ ଦେଵୀ ର ସୌଭାଗ୍ୟ ଦେଇ ପାରିବ ତ?


ଜୀବନ ଯାତ୍ରାରେ ସଭିଏଁ ମିଶିକି ଚାଲନ୍ତି

ମୃତ୍ୟୁ ପର୍ଯ୍ୟନ୍ତ ତୁମେ ସାଥିରେ ରହି ପାରିବ ତ?

ମୁଁ ମରି ଯାଉଥିଲେ ବି ପାଖକୁ ଡାକିବି ନାହିଁ

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରକ୍ଷା କରି ପାରିବ ତ?


ସଭିଏଁ ସୁଖରେ ସାଥୀ ହୋଇଥାନ୍ତି

ମୋର ବିପଦ ରେ ସାଥୀ ହୋଇ କାନ୍ଦି ପାରିବ କି?

ଅସୁବିଧା ସମୟରେ ପରାମର୍ଶ ଜରୁରୀ

ମୋ ସହ ମିଶି ବାଧା ବିଘ୍ନ ରୁ ପାରି କରିପାରିବ କି!


ଜୀବନରେ ଏପରି ମଣିଷ ଚାହେଁ

ଯିଏ ମୋ ନିଜ ଠୁ ,ମୋ ବିଷୟରେ ଅଧିକ ଜାଣିଛି!

ଆଜିକାଲି ସେପରି ମଣିଷ ମିଳିବା ବଡ କଷ୍ଟକର

କାରଣ ବି ସଫା ସଫା,ନିଜେ ହିଁ ନିଜର

ନିଜେ ହିଁ ନିଜର ଅତି ଆପଣାର।


ତଥାପି ମୁଁ ପ୍ରସ୍ତୁତ ହୋଇ ଅଛି

ଯଦି ଜହ୍ନକୁ ଯିବା, ଏ ଦୁନିଆର କିଛି ବି ନେବାନି

ହିଂସା,ଈର୍ଷା ,ଲୋଭ, ମାୟା ସବୁ ଏଇଠି ଥାଉ

ଏ ଦୁନିଆ ରୁ ଆମେ ଅଲଗା ରହିବା

କେବଳ ଦୁଇଟି ହୃଦୟ ମିଳିମିଶି ଯିବା

ଆଉ ଡେରି ନାହିଁ, "ଆ ଜହ୍ନରେ କରିବା ଘର '"

ମେସେଜ୍ ପଢ଼ି ଜଣାଇବ, ମହୁ ତୁମ ଅପେକ୍ଷାରେ

ତୁମ ସହ ସାଥୀ ହୋଇ ଜହ୍ନକୁ ଯିବାକୁ ଅପେକ୍ଷା ।



Rate this content
Log in

Similar oriya poem from Abstract