ଆ ଜହ୍ନମାମୁଁ
ଆ ଜହ୍ନମାମୁଁ
ଆ ଜହ୍ନମାମୁଁ ଆ
ମୋ ଧନ ଆଖି ଲୁହ
ପୋଛିଦେଇ ଥରେ ଯା
ଆ ଜହ୍ନମାମୁଁ ଆରେ ଆ
ଭୋକର ଦାଉରୁ ସମାଜରୁ
ଥରେ ପଦ୍ମନାଡ଼ ଖାଉଥିବା କାର
କହ୍ନେଇକୁ ଦେଖିଯା
ଅବୁଝା ଆଖିରେ ଲୁହ ରହିବନି
ଭୋକ ହେବନି ହାତରେ ଖସି ଯାଆ
ଆ ଜହ୍ନ ମାମୁଁ ଆରେ ଆ
ପିଲାଦିନେ ଯାର ମାଆ
ଦେଖାଇନି ଜହ୍ନ ଖସି ହେବୁ ସାହା
କୋଉ ମଣିଷରେ ଗଣା କିଶୋରରେ
କିଏ କରିବ ଅଛି ଆହା ହହୋଇ ସାହା
କାନ୍ଦେନା ବାବୁ ଦେଖ ଜହ୍ନମାମୁଁ
ତୁନି ହୁଏ କୁନା ବନ୍ଦ ହୁଏ ସିନା ରାହା
ଆ ଜହ୍ନମାମୁଁ ଆରେ ଆ ଜହ୍ନମାମୁଁ ଆ
ବୟସ ହୋଇଲା ହାତକୁ ଦିହାତ ହେଲା
ନିଜ ରୋଜଗାର ଅନ୍ୟ ପାଇଁ ଲାଗିଲା
ଦୁଃଖ ନାହିଁ ନାହିଁ ଶୋକ ତାହାର
ଜହ୍ନମାମୁଁ ପରି ପୁଅ ଝିଅ ପାଇଁ ଆହାର
ଅତୀତ ଭୁଲି ଭବିଷ୍ୟ ଯେବେ ପର କରିଲା
ମାୟା ମୋହ ଏଇ ସଂସାରଟା ପର ଲାଗିଲା
ଆ ଜହ୍ନମାମୁଁ ଆ ମଧ୍ୟାହ୍ନରେ ଦେଖା ଆଁ
ଠେକୁଆ ଛାଇ କହୁଥିଲା ଆଇ
ଏବେ ସେଇ ଚି଼ହ୍ନ ଲଗାଏ ନିଆଁ
ଆଉ ଯେବେ ଅପରାହ୍ନ ଆସିଲା
ବୁଦ୍ଧି ବିବେକ ବିଦ୍ୟା ଅନୁଭୂତି ବଢିଲା
ଆ ଜହ୍ନମାମୁଁ ଆ ବୋଲି କିଏ ଡାକିଲା
ସାୟାହ୍ନ ଉଦାସେ ଆଖି ମାରିଲା
ଜୀବନର କେତେ ରଙ୍ଗ ଭିତରୁ
ଇଏ ଗୋଟେ ଜହ୍ନମାମୁଁ କହିଲା ।