STORYMIRROR

Kishore Nayak

Children

3  

Kishore Nayak

Children

ଆ ଜହ୍ନମାମୁଁ ସରଗ ଶଶୀ

ଆ ଜହ୍ନମାମୁଁ ସରଗ ଶଶୀ

1 min
34


ଆ ଜହ୍ନମାମୁଁ ସରଗ ଶଶୀ 

ଚଗଲା ଆମର ରୁଷିଛି ବସି ll

ଭାରି ଅଝଟିଆ କରୁଛି ଅଳି 

ତା'ପାଇଁ ଆଣିବୁ ସରଗି କୋଳି ll

ଖାଇଲେ ଚଗଲା ହୋଇବ ଖୁସି 

ଆ ଜହ୍ନମାମୁଁ ସରଗ ଶଶୀ ll

ଚଗଲାକୁ ଟିକେ ଗେଲ କରିବୁ 

ଅଝଟ ପଣକୁ ଛଡେଇଦେବୁ ll

ତୋ ସାଥେ ଚଗଲା ଖେଳିବ ମିଶି

ଆ ଜହ୍ନମାମୁଁ ସରଗ ଶଶୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children