STORYMIRROR

Pareshchandra Das

Romance Others

3  

Pareshchandra Das

Romance Others

ଆ ବୋଳି ଦେବି ରଙ୍ଗ

ଆ ବୋଳି ଦେବି ରଙ୍ଗ

1 min
243

ମନର ରଙ୍ଗଟା ମଉଳି ଗଲେ ତ

ସବୁ ରଙ୍ଗ ଫିକା ଫିକା ।

କେଉଁ ରଂଗ ଆଉ କେତେ ବା ବୋଳିବି

ସମ୍ପର୍କ ଯେଉଁଠି ଧୋକା ।


ଆ ବୋଳି ଦେବି    ଏମିତି ରଙ୍ଗ ମୁଁ

ମନରେ ନ ରଖି ଶଙ୍କା ।

ଜୀବନଟା ଯାକ ଜମା ଛାଡ଼ି ବନି

ଭିଜୁ ଥିବୁ ଏକା ଏକା ।


ହୋଲି ର ରଙ୍ଗ ତ ଗୋଟିଏ ଦିନକୁ

ଧୋଇ ଦେଲେ ହେବୁ ସଫା ।

ଆ ବାନ୍ଧି ଦେବି  ପ୍ରେମର ରଙ୍ଗରେ

ସେ ରଙ୍ଗେ ଦିଶିବୁ ତୋଫା ।


ହୋଲିର ରଙ୍ଗରେ ଆଶା ରଙ୍ଗ ମିଶି

ସାଜଇ ବି ସେ ଉଲକା ।

କେବେ ଜଳେ ପୁଣି କେବେ ଲିଭି ଯାଏ

ଛାତିରେ ଲାଗେ ଛନକା ।


ତୋ ବିନା ବେରଙ୍ଗ ଲାଗେ ଏ ଜୀବନ

ଫଗୁ ବି ଲାଗଇ ଫିକା ।

ଆଆ ବୋଳି ଦେଏ ସର୍ବାଙ୍ଗେ  ମୋହର

ଜାଳିଦେ ପ୍ରେମ ବର୍ତ୍ତିକା ।


ପ୍ରେମର ରଙ୍ଗ  ଯେ ସବୁ ଠାରୁ ଗାଢ଼

ମଲା ଯାଏ ଥିବ ତାଜା ।

ପ୍ରେମରେ ଭିଜିବୁ   ପ୍ରେମରେ ମଜିବୁ

ଆ ଜୀବନର ନେବା ମଜା ।


Rate this content
Log in

Similar oriya poem from Romance