STORYMIRROR

Amit Bal

Inspirational

3  

Amit Bal

Inspirational

(୨୪) # ହାଟ #

(୨୪) # ହାଟ #

1 min
24

ଆଧୁନିକତାର ଚାକଚକ୍ୟ ଭରା

 ବଜାରର ସେ ଆଖି ଝଲସା ଆକର୍ଷଣଠୁ

     କାହିଁ ବେଶୀ ବେଶୀ ଅନ୍ତରଙ୍ଗ ମନେହୁଏ ,

ସତେ ଯେମିତି ନୀତି ଗାଉଥାଏ

    ମଜ୍ଜି ଯାଇ ଜୀବନ ସଙ୍ଗୀତ

 ତା'ର କୋଳାହଳ ବି ରହି ରହି କେତେ କଥା କୁହେ .......


ସରୋବର କୂଳେ ଅବା ହେଉ ସ୍ରୋତସିନୀ ଧାରେ

  ଚଳମାନ ହୁଏ ଜୀବନ

      ତା'ର ମନଲୋଭା ରଙ୍ଗ ରୂପରେ ,

ଯେତିକି ଭାବପୂର୍ଣ୍ଣ ସେତିକି ମଧୁର ପଣ

  ଦିନ ତମାମ ଭରିଥାଏ ,

        ସେ ଆପଣା ଦୁନିଆ ଭିତରେ ......


ଇସ୍ କେମିତି ସେ ମହୁଲୀର ମତୁଆଲା ନିଶା

      ଲାଗେ ଚାଷୀ ଭାଇର ମନର ଭାଷା,

ଆଇଲା କେତେ, ଗଲା କେତେ ,କିଏ ରଖେ ହିସାବ

     ତା' ପାଇଁ ଜୀବନ ତ ପ୍ରେମର ପରିଭାଷା ......


ଜୀବନ ସଉଦା ବି ତ ଠିକ୍ ଏଇ ହାଟ ଭଳି

  କେବେ ଶୁକ୍ଳ ପକ୍ଷ ତିଥି ହାଟ

  କେବେ କୃଷ୍ଣ ପକ୍ଷ ତିଥି ହାଟ 

ହସି ହସି ଆସେ , ଯାଏ ଲୁହ ଢାଳିବା ଢାଳି ........।



Rate this content
Log in

Similar oriya poem from Inspirational