STORYMIRROR

Amit Bal

Inspirational

3  

Amit Bal

Inspirational

(୨୩) # ସଫଳତା #

(୨୩) # ସଫଳତା #

1 min
23

ବେଳେ ବେଳେ ତମାମ ଜୀବନ

 ସଫଳତାର ସଂଜ୍ଞା ଖୋଜି ଖୋଜି ଶେଷ ହୋଇଯାଏ

କିନ୍ତୁ ସଫଳତା ମିଳେନି ମଣିଷକୁ

 କେବଳ କଳ୍ପନାର କଳ୍ପାଲୋକରେ ଦିନ ବୋହି ଯାଏ .....


ନିଜର ଦୃଷ୍ଟି ଭଙ୍ଗୀ ବଦଳାଇ

     କର୍ମକୁ ଛୋଟ ବଡ଼ ନ ମଣି,

 ଏକାଗ୍ର ଚିତ୍ତରେ କର୍ମ କଲେ ଯାଇ ହିଁ

     ପରିଶେଷରେ ସଫଳତା ମିଳେ ,

କେହି ଜଣେ ବର୍ଷ ବର୍ଷ ଧରି ଅଖିଆ ଅପିଆ

 ତପୋବିଷ୍ଟ କରେ ପ୍ରେମ ଭକ୍ତିର ଧୂପ ଦୀପ ନୈବେଦ୍ୟରେ

ତେବେ ଯାଇ ସେ ସିଦ୍ଧ ସାଧୁ ସନ୍ଥ ବୋଲାଏ

     ଏଇ ମୋହାଛନ୍ନ ମାୟାପୂର୍ଣ୍ଣ ମହୀ ତଳେ ......


ଜୀବନ ଅନନ୍ତ ଅଭିନୟର ରଙ୍ଗ ମଞ୍ଚ

 ଏଠି ପାଦେ ପାଦେ ଭରା ଅସଫଳତାର ଆଞ୍ଚ୍ ,


ସଫଳତା ପାଇବାକୁ ହେଲେ କର୍ମ ସାଥେ

   ନିଷ୍ଠା ଧୈର୍ଯ୍ୟ ପରିଶ୍ରମର ପୁଞ୍ଜି ଲୋଡ଼ା

ନଚେତ୍ ସାଗର କୂଳରେ ମୃତ ଶାମୁକା ତୁଲ୍ୟ

   ଦୁନିଆ ଦିନେ କରିଦେବ ତମକୁ ବି ଅଲୋଡା ...... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational