Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Amit Bal

Inspirational

4.0  

Amit Bal

Inspirational

(୨୩) # ସଫଳତା #

(୨୩) # ସଫଳତା #

1 min
17


ବେଳେ ବେଳେ ତମାମ ଜୀବନ

 ସଫଳତାର ସଂଜ୍ଞା ଖୋଜି ଖୋଜି ଶେଷ ହୋଇଯାଏ

କିନ୍ତୁ ସଫଳତା ମିଳେନି ମଣିଷକୁ

 କେବଳ କଳ୍ପନାର କଳ୍ପାଲୋକରେ ଦିନ ବୋହି ଯାଏ .....


ନିଜର ଦୃଷ୍ଟି ଭଙ୍ଗୀ ବଦଳାଇ

     କର୍ମକୁ ଛୋଟ ବଡ଼ ନ ମଣି,

 ଏକାଗ୍ର ଚିତ୍ତରେ କର୍ମ କଲେ ଯାଇ ହିଁ

     ପରିଶେଷରେ ସଫଳତା ମିଳେ ,

କେହି ଜଣେ ବର୍ଷ ବର୍ଷ ଧରି ଅଖିଆ ଅପିଆ

 ତପୋବିଷ୍ଟ କରେ ପ୍ରେମ ଭକ୍ତିର ଧୂପ ଦୀପ ନୈବେଦ୍ୟରେ

ତେବେ ଯାଇ ସେ ସିଦ୍ଧ ସାଧୁ ସନ୍ଥ ବୋଲାଏ

     ଏଇ ମୋହାଛନ୍ନ ମାୟାପୂର୍ଣ୍ଣ ମହୀ ତଳେ ......


ଜୀବନ ଅନନ୍ତ ଅଭିନୟର ରଙ୍ଗ ମଞ୍ଚ

 ଏଠି ପାଦେ ପାଦେ ଭରା ଅସଫଳତାର ଆଞ୍ଚ୍ ,


ସଫଳତା ପାଇବାକୁ ହେଲେ କର୍ମ ସାଥେ

   ନିଷ୍ଠା ଧୈର୍ଯ୍ୟ ପରିଶ୍ରମର ପୁଞ୍ଜି ଲୋଡ଼ା

ନଚେତ୍ ସାଗର କୂଳରେ ମୃତ ଶାମୁକା ତୁଲ୍ୟ

   ଦୁନିଆ ଦିନେ କରିଦେବ ତମକୁ ବି ଅଲୋଡା ...... ।



Rate this content
Log in

Similar oriya poem from Inspirational