STORYMIRROR

pratap nayak

Tragedy

3  

pratap nayak

Tragedy

୨୦୧୮ର ଇତିବୃତ୍ତ

୨୦୧୮ର ଇତିବୃତ୍ତ

1 min
352



କାହିଁକି ନିଜକୁ ନିଃଶେଷ କରି ଜନ୍ମକଲୁ ନୂଆ ବର୍ଷଟାକୁ

ମୁଖା ପିନ୍ଧା ସମ୍ପର୍କର ଦ୍ୱାହିଦେଇ

"ମୁଁ"ତ୍ୱ କୁ ତେଜିବାର ମୋହରେ ଶୀତୁଆ ସକାଳେ ହେଲୁ ଇତିହାସ

ପିଲାମାନେ ବହିରେ ପଢିବେ ଯାହାକୁ

ସମୟର ତାଡନା ବା ଚକ୍ରର ଘୁର୍ଣ୍ଣନ ପ୍ରକ୍ରୀୟାରେ ଅନ୍ତ ହେଲୁ ଅନନ୍ତରେ

କେତେ ହା ହତୋସ୍ମୀର ଜ୍ୱାଳାକୁ ପେଟରେ ପୁରେଇ

କେତେ ଅଛିଣ୍ଡା ରାଜନିତୀର ସମୀକରଣ ଜନ୍ମେଇ

ନିଜକୁ ସ୍ୱଦେହେ ଦାନକଲୁ ଅନଳରେ

ଚକ୍ ଚକ୍ ସ୍ୱର୍ଣ୍ଣୀମ ଆଭାରେ

ପୁଣି ଜନ୍ମିବାର ଦୁର୍ବାର ଆଶାରେ

ଖୁସିର ମାହଲ ଭିତରେ

ଫେରିବାର ଥିଲା ତୋର ମଧ୍ୟରାତ୍ରଟାରେ

ଗଲୁ ବି ଆସିଲୁ ବି

ଚେଇଁଲୁ ଚିଏଁଇଲୁ

ଭୋଗିଲୁ ଭୋଗେଇଲୁ ଗଭୀର ରାତିକି

କୋଉଠି ସ୍ୱପ୍ନର ପିଆଲାରେ ତ

କୋଉଠି ସତେଜ କାକର ଗୁମ୍ଫାରେ

ତୋ ସାଂଗରେ କାହାକୁ ତୁ ଇତିହାସ କଲୁ

ପୁଣି ଜୁଝିବ କେ ଜୀବନ ଖାଲି କୋମାରେ କୋମାରେ

ଫୁଲେଇ ପ୍ରେମିକା ଭୁଲେଇ କାହାକୁ ମସଗୁଲ୍ କରେ ନିଜକୁ

ଆଉ କାର ବାହୁବେଷ୍ଟନୀରେ

ହେଲେ ନିରିହ ପ୍ରେମିକର କିବା ଦୋଷ

ଝୁରେ ଖାଲି ଓଲଟାଇ ଓଲଟାଇ

ତୋ ରି ପୃଷ୍ଟାକୁ

୨୦୧୮ ପୃଷ୍ଟାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy