Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ranjan kumar Mohanty

Romance

3  

Ranjan kumar Mohanty

Romance

1.ବର୍ଷା

1.ବର୍ଷା

1 min
465



ବର୍ଷା ଗୋ ତୁମେ ଭିଜା ଶ୍ରାବଣରେ 

ପ୍ରିୟାର ପ୍ରଗଳ୍ଭ ପ୍ରୀତି... 

ବର୍ଷା ତୁମେ କେବେ ସପନ ସୁନ୍ଦରୀ 

ଅତୀତର ଓଦା ସ୍ମୃତି... 

ପ୍ରେମର ପୂର୍ଣ୍ଣମୀ ତିଥି... 

ବର୍ଷା ଗୋ ତୁମେ ପ୍ରିୟାର ପଣତେ 

ରଙ୍ଗୀନ ରାତିର ସାଥି... 


ବର୍ଷା ଗୋ ତୁମେ କଳ୍ପନା କାଗଜେ 

ସ୍ମୃତିଭିଜା ସପ୍ତପଦୀ... 

ବର୍ଷା ତୁମେ କେବେ ସାରୁ ପତରରେ 

ଜୀବନର ରତ୍ନମୁଦି...

ପ୍ରୀତିର ଉଛୁଳା ନଦୀ... 

ବର୍ଷା ଗୋ ତୁମେ ମାଟିର ମହକେ 

ମରମକୁ ଯାଅ ଭେଦି 


ବର୍ଷା ଗୋ ତୁମେ କେବେ ଋତୁରାଣୀ 

ସବୁଜ ସୁନ୍ଦର ତନୁ 

ବର୍ଷା ତୁମେ କେବେ ମନ ଆକାଶରେ 

ସପ୍ତରଙ୍ଗୀ ଇନ୍ଦ୍ରଧନୁ 

କେବେ ଲିଭେ ନାହିଁ ମନୁ 

ବର୍ଷା ଗୋ ତୁମେ ସର୍ବଦା ସୁନ୍ଦର 

ସୁଷମାର ମୁଠେ ରେଣୁ 



Rate this content
Log in

Similar oriya poem from Romance