Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଲୋଡ଼ା ମାତୃତ୍ୱ
ଅଲୋଡ଼ା ମାତୃତ୍ୱ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

4 Minutes   7.3K    17


Content Ranking


ଲୀଳାବତୀ ମହାପାତ୍ର


ହଠାତ୍ କଳାମେଘ ଘୋଟି ଆସି ଅସରାଏ ବର୍ଷା ହୋଇଗଲା । ବେଙ୍ଗାଲୋର ର ଜଳବାୟୁ ହିଁ ଏପରି । ଥିବ ଥିବ ବେଳ ଅବେଳରେ ଅସରାଏ ବର୍ଷା ବର୍ଷିଯିବ । ମିଲି ତରତର ହୋଇ ମଲ୍ ରୁ ବାହାରି ଆସିଲା । କେବଟିଏ ବୁକ୍ କରି ଘରକୁ ଚାଲି ଆସିଲା ।

ଘରେ କେହି ନାହିଁ । ସଂଜୀବ ଅଫିସ୍ ରୁ ଫେରି ନାହାନ୍ତି । ପିଲାମାନେ ଟିଉସନ୍ ଯାଇଛନ୍ତି । ଏହି ସମୟଟା ମିଲି ପାଇଁ ଫାଙ୍କା ସମୟ । ସେ ଟେଲିଭିଜନ୍ ରୁ ତା’ର ମନପସନ୍ଦର ସିରିଏଲ୍ ଦେଖିବାକୁ ଲାଗିଲେ । ଠିକ୍ ଏତିକି ବେଳେ ମୋବାଇଲଟା ବାଜି ଉଠିଲା । ମିଲି ଫୋନ୍ ରିସିଭ କରି ଥକ୍କା ମରି ସୋଫା ଉପରେ ବସି ପଡ଼ିଲା । ଅପରପଟରୁ ଶୁଭୁଥିଲା ମେଡମ୍ ମୁଁ ସେ ନର୍ସ କହୁଛି । ଆପଣଙ୍କ ଝିଅ ଏବେ ଆମ ପାଖ ସରକାରୀ ବିଦ୍ୟାଳୟ ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି । ନାମ ତା’ର ଖୁସି ।

ଅତୀତର ଘଟଣାବଳୀ ସବୁ ଗୋଟି ଗୋଟି କରି ତା ମାନସପଟରେ ଭାସି ଉଠିଲା । ମିଲି ସୁନ୍ଦରୀରେ ଗଣା ହେବ । ସୁନାରଙ୍ଗର ଗୋରା ଦେହରେ ଢଳଢଳ ଆଖି ଯୋଡ଼ିକ ଅତି ଚମତ୍କାର ଦିଶେ । ମୁଠାଏ କଳା ମଚ ମଚ କେଶ । ଲମ୍ବାବେଣୀ ଆଣ୍ଠୁଯାଏ ଦୋଳାୟିତ ହେଉଥାଏ । ବାଟରେ ଯାଉଥିବା ଲୋକେ ଛିଡ଼ା ହେଲେ ଘଡ଼ଏି ତାକୁ ଅନାଇଥାନ୍ତି ।

ମେଟ୍ରିକ୍ ପାସ କରି ଯେତେବେଳେ କଲେଜରେ ପ୍ରବେଶ କଲା । ତାକୁ ସିନିୟର ରୁ ଜୁନିୟର ସମସ୍ତ ଛାତ୍ର ବିଭିନ୍ନ ପ୍ରକାର କମେଂଟ ମାରିବାକୁ ଲାଗିଲେ । କିଏ କେଶବତୀ କହିଲା ତ କିଏ କନକ ଗୋରି କହିଲା । ସେତେବେଳେ ମିଲି ଏ କମେଂଟ ଶୁଣି ଭାରି ଖୁସି ହୋଇ ଯାଉଥାଏ ।

ମିଲି ଭଲ ଗୀତ ଗାଏ । ସୁନ୍ଦର ଚେହେରା ସାଙ୍ଗକୁ ସୁନ୍ଦର ସ୍ୱର ତାର ପରିଚୟକୁ ଆହୁରି ବିସ୍ତାରିତ କରି .......ତା ଇଲେକ୍ସନ୍ ପ୍ରଚାରରେ ମିଲିକୁ ସାହାଯ୍ୟ କରିବା ପାଇଁ ଅଦୁରୋଧ କରିଥିଲା । ମିଲି ମଧ୍ୟ ବିଭିନ୍ନ ଗୀତ ଗାଇ ଗାଇ ରାଜୀବ ପାଇଁ ପ୍ରଚାର କରିଥିଲା ।

ରାଜୀବ ଜିତିଥିଲା । କଲେଜର ପ୍ରେସିଡେଂଟ ହେଲା । କଲେଜର ବିଭିନ୍ନ ଫଙ୍ଗସନରେ ମିଲିକୁ ଗୀତ ଗାଇବାର ସୁଯୋଗ ଦେଲା । ଏହିପରି ଭାବରେ ଦିନକୁ ଦିନ ସେମାନଙ୍କର ବନ୍ଧୁତ୍ୱର ଡୋରି ସୁଦୃଢ଼ ହେବାକୁ ଲାଗିଲା ।

ଦିନେ ବର୍ଷଣ ମୁଖର ସଂଧ୍ୟା ସମୟରେ କଲେଜ କ୍ୟାଂଟିନ୍ ରେ ବସି ଦୁହେଁ କଫି ପାନ କରୁଥିଲେ । ବିଭିନ୍ନ ଗଳ୍ପ ମାଧ୍ୟମରେ କେତେବେଳେ ଯେ ଦୁହିଁଙ୍କ ମଧ୍ୟରେ ପ୍ରେମ ଧସେଇ ପଶିଗଲା ସେମାନେ ଜାଣି ପାରିନଥିଲେ । ପ୍ରେମାଳାପରେ ମିଲି ସମୟର ଗତିକୁ ବି ଅନୁଭବ କରି ପାରିନଥିଲା । ସାଙ୍ଗ ତୁଳିକାର ଡାକରେ ପ୍ରକୃତିସ୍ଥ ହୋଇ ସେଦିନ ସେ ଘରକୁ ଫେରିଥିଲା ।

ତା’ ପରଠାରୁ ଦୁହେଁ ବିଭିନ୍ନ ଆଳ ଦେଖାଇ ପରସ୍ପର ମଧ୍ୟରେ ବହୁ ସମୟ ଅତିବାହିତ କରୁଥିଲେ । ପ୍ରେମ ତ ଅନ୍ଧ । ସେ କିଛି ମାନେ ନାହିଁ । ଭବିଷ୍ୟତର ପରିଣତି ବିଷୟରେ ଚିନ୍ତା କରିପାରେ ନାହିଁ । ଆସ୍ତେ ଆସ୍ତେ ସେମାନଙ୍କ ମଧ୍ୟରେ ଦୈହିକ ସମ୍ପର୍କ ବଢ଼ିବାକୁ ଲାଗିଲା ।

ହଠାତ୍ ମିଲି ତା’ର ପ୍ରକୃତିର ପରିବର୍ତ୍ତନ ଅବୟବର ପରିବର୍ତ୍ତନକୁ ଆବିଷ୍କାର କରି ଚମକି ପଡ଼ିଥିଲା । ରାଜୀବ ଓ ମିଲି ବିଭିନ୍ନ ଡାକ୍ତରଖାନା ବୁଲି ଆବର୍ସନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବହୁ ବିଳମ୍ବ ହେତୁ ମିଲି ପ୍ରତି ବିପଦ ଥିବାରୁ ଡାକ୍ତର ମାନେ ମନା କଲେ । ପାଠ ପଢ଼ୁଥିବା ସମୟରେ ଘରେ ବିବାହ ପ୍ରସ୍ତାବ ଦେବାକୁ ଦୁହେଁ ସଂକୋଚ ବୋଧ କଲେ ।

ପରିଣେଷରେ ମିଲି ଘରେ ରହି ପାଠ ପଢ଼ିଲେ ପାଠପଢ଼ାରେ ଅସୁବିଧା ହେଉଛି କହି ହଷ୍ଟେଲରେ ରହିଲା । ଠିକ୍ ସମୟରେ ପ୍ରସବ ବେଦନା ଆରମ୍ଭ ହେଲା । କନ୍ୟାରତ୍ନଟିଏ ମିଲି କୋଳ ମଣ୍ଡନ କଲା । ମିଲି ଝିଅଟିକୁ ଧରି ଖୁବ୍ ଜୋରରେ କାନ୍ଦି ଉଠିଥିଲା ଏବଂ ଜଣେ ନର୍ସଙ୍କ ହାତରେ ନିଜ ରକ୍ତର ସନ୍ତତିକୁ ଟେକି ଦେଇ ଭଲ ଜାଗାରେ ତାକୁ ଥଇଥାନ କରି ଦେବାକୁ ଅନୁରୋଧ କରିଥିଲା । କାରଣ ସେଇଟା ତାର ଥିଲା ଆଲୋଡ଼ା ମାତୃତ୍ୱ ।

ଏକଥା କିପରି ମିଲିର ବାପା ଜାଣିପାରିଲେ । ସେ ସଂଜୀବ ସାଙ୍ଗରେ ମିଲିର ବିବାହ ଖୁବଶୀଘ୍ର କରାଇଦେଲେ । ସଂଜୀବ ତାଙ୍କ ପିତାମାତାଙ୍କର ଏକାମାତ୍ର ସନ୍ତାନ । ବାଙ୍ଗଲୋର ରେ ସଫ୍ଟୱେର ଇଂଜିନିୟର ଅଛିନ୍ତି । ପୁଅ, ଝିଅ, ଗାଡ଼ି ଘର ନେଇ ମିଲିକୁ ଭଲରେ ରଖିଛନ୍ତି । ମିଲି ତା ପୁରିଲା ସଂସାରରେ ଖୁସି ରହିବା ପାଇଁ ଚେଷ୍ଟା କଲେ ମଧ୍ୟ ଅତୀତକୁ ଭୁଲି ପାରୁ ନାହିଁ ।

ମିଲିକୁ ଯିବାକୁ ହେବ । ତାର ପ୍ରଥମ ସନ୍ତତିକୁ ମନ ପୁରାଇ ଦେଖିବ । ମିଲିର ମାଁଙ୍କ ଦେହ ଖରାପ କଥା ଶୁଣି ସଂଜୀବ ମଧ୍ୟ ଫ୍ଲାଇଟ୍ ରେ ଟିକେଟ କାଟି ଦେଲେ । ମିଲି ଭୁବନେଶ୍ୱରରେ ପହଂଚି ରାଉରକେଲା ଯିବାକୁ ବସ୍ ଧରିଲା । ଆହୁରି ଆଠ ନଅ ଘଂଟା ସମୟ ଲାଗିବ । ଯେତିକି ଉପସିତ ସ୍ଥାନ ପାଖେଇ ଆସୁଥାଏ ତା ମନର ଉତ୍କଣ୍ଠା ସେତିକି ବଢ଼ୁଥାଏ ।

ହଠାତ୍ ମିଲିକୁ ଏକୁଟିଆ ଦେଖି ବାପା ଭାଇ ତଟସ୍ଥ ହୋଇଗଲେ । ମିଲି ସଫେଇ ଦେଇ କହିଲା ମା’ଙ୍କୁ ଦେଖିବାକୁ ଇଚ୍ଛା ହେବାରୁ ସେ ଏକା ଏକା ଚାଲିଆସିଛି । କାହା ସାଥୀରେ କଥା ହେବା ପାଇଁ ତାର ଆନ୍ତରିକତା ନଥିଲା । ତରତର ହୋଇ ନିତ୍ୟକର୍ମ ସାରିଲା । ଠିକ୍ ଏଗାରଟା ସମୟରେ ବିଦ୍ୟାଳୟ ଅଭିମୁଖେ ଏକ ପ୍ରକାର ଦୌଡ଼ିଗଲା । ବିଦ୍ୟାଳୟଟି ତା ଘର ପାଖରେ ଥିଲା ।

ବିଦ୍ୟାଳୟରେ ପହଂଚି ଦ୍ୱିତୀୟ ଶ୍ରେଣୀ କୋଠରୀ ନିକଟକୁ ଏକ ପ୍ରକାର ଧାଇଁ ଯାଉଥିବା ସମୟରେ କାହାର କଇଁ କଇଁ ହୋଇ କାନ୍ଦୁଥିବାର ଶବ୍ଦ ଶୁଣି ଶ୍ରେଣୀ କୋଠରୀ ନିକଟରେ ଦଣ୍ଡାୟମାନ ହୋଇଗଲା । ଏହି ସମୟରେ ସୁନ୍ଦର ନୀଳନୟନର ଗୋରା ତକ୍ ତକ୍ ଝିଅଟି କାନ୍ଦି କାନ୍ଦି ତାଙ୍କ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଛିଡ଼ା ହୋଇ କହୁଛି ଦିଦି ମୋର ପିତାମାତା ନାହାନ୍ତି । ଏହି ମା’ ମୋତେ ଜଙ୍ଗଲରୁ ଗୋଟାଇ ଆଣିଛି କହି ମୋ ସାଙ୍ଗସାଥୀମାନେ ଚିଡ଼େଇଛନ୍ତି ।

ଏତକ ଶୁଣି ମିଲି ଆଉ ଥୟ ଧରି ରହିାରିଲା ନାହିଁ । ସିଧା ଶ୍ରେଣୀ କୋଠରୀ ଭିତରକୁ ପଶିଯାଇ କୁନି ଝିଅଟିୁ କୋଳେଇ ଆଣିଲା । ମୁଖମଣ୍ଡଳରେ ବିକ୍ଷିପ୍ତ ହୋଇ ପଡ଼ିଥିବା କେଶଗୁଡ଼ିକୁ ସଜାଡ଼ି ଦେଉ ଦେଉ କହିଲା, କିଏ କହିଲା ତୋର ବାପା ମାଁ ନାହାନ୍ତି ? ମୁଁ ତୋର ମାଁ ତୁ ମୋ ଝିଅ ।

କୁନିଝିଅଟି ମିଲିକୁ ଦୁଇହାତରେ ଠେଲି ଦେଇ ଶିକ୍ଷୟିତ୍ରୀ ଙ୍କ ପଛପଟରେ ଲୁଚିଗଲା । ମିଲିର ଅର୍ନ୍ତମନ କାନ୍ଦି ଉଠିଲା । ସେ ମନେ ମନେ ଭାବିଲା । ଯଦି ସମାଜର ଆକ୍ଷେପକୁ ଭୃକ୍ଷେପ ନ କରି ଅଲୋଡ଼ା ମାତୃତ୍ୱକୁ ସ୍ୱୀକୃତି ପ୍ରଦାନ କରିଥାନ୍ତା ତାହା ହେଲେ ଖୁସି ଆଜି ଏପରି ଅବହେଳିତ ହୋଇନଥାନ୍ତା । ତାରି ପରି ଶହ ଶହ ଅଲୋଡ଼ା ମାତୃତ୍ୱକୁ ଜନ୍ମିତ ସନ୍ତାନସନ୍ତତି ପୃଥିବୀର ଆଲୋକ ଦେଖିବା ପୂର୍ବରୁ କିଏ ନଦୀ, ନାଳ, ବୁଦା ମୂଳରେ ଫୋପଡ଼ା ଯାଉଛନ୍ତି । ଏହାର ସମାଧାନ କେବଳ ସେହି ପ୍ରେମୀଯୁଗଳଙ୍କ ଦୃଢ଼ ପଦକ୍ଷେପ ଦ୍ୱାରା ସମ୍ଭବ ହୋଇପାରିବ ।

ବେଙ୍ଗାଲୋର ମିଲି ସଂଜୀବ ମାତୃତ୍ୱ

Rate the content


Originality
Flow
Language
Cover design

Comments

Post

Some text some message..