Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ରାଜା ମୁଚୁକୁନ୍ଦ

ରାଜା ମୁଚୁକୁନ୍ଦ

2 mins
7.5K


ଦ୍ୱାପର ଯୁଗରେ ମୁଚୁକୁନ୍ଦ ନାମରେ ଜଣେ ରାଜା ଥିଲେ । ସେ ନିଜର ବୀରତ୍ୱ ଓ ପରାକ୍ରମ ବଳରେ ବହୁ ପ୍ରଭାବ ବିସ୍ତାର କରିଥିଲେ ଏ ଧରାଧାମରେ । ଏ ପରିକି ଥରେ ସ୍ୱର୍ଗପୁରରେ ସଂକଟ ପଡ଼ିବାରୁ ଦେବତାମାନେ ରାଜା ମୁଚୁକୁନ୍ଦଙ୍କର ସାହାଯ୍ୟ ନେଇ ରାକ୍ଷସମାନଙ୍କ କବଳରୁ ସ୍ୱର୍ଗପୁର ମୁକୁଳାଇ ପାରିଥିଲେ । ଫଳସ୍ଵରୂପ ସବୁ ଦେବାଦେବୀ ରାଜାଙ୍କୁ ବରପ୍ରଦାନ କରିବାକୁ ଚାହିଁଥିଲେ । ମାତ୍ର ବୁଦ୍ଧିମାନ ରାଜା ଅନ୍ୟ କୌଣସି ଭୋଗ ବିଳାସର କଥା ନ କହି କେବଳ ସୁଖ ନିଦ୍ରା ବାଞ୍ଛା କରିଥିଲେ । ଯେହେତୁ ଗଡ଼ ପରେ ଗଡ଼ ଜିଣିବା ଉଦ୍ଦେଶ୍ୟରେ ବର୍ଷ ବର୍ଷ ଧରି ଯୁଦ୍ଧ କରି ବହୁ କ୍ଲାନ୍ତ ହୋଇଥିଲେ । ତେଣୁ ଦେବଗଣ ନିକାଞ୍ଚନରେ ସୁନ୍ଦର ଶଯ୍ୟାରେ ଆଶିଷ ପ୍ରଦାନ କରି ଶୁଆଇ ଦେଇଥିଲେ । ଆଉ ଏ କଥା ମଧ୍ୟ ଜବାବ ଦେଇଥିଲେ କି ଯଦି ରାଜାଙ୍କର କ୍ଲାନ୍ତି ଦୂର ହେବା ପୂର୍ବରୁ କେହି କୌଣସି କାରଣ ବଶତଃ ନିଦ୍ରା ଭଂଗ କରେ ତେବେ ରାଜାଙ୍କର ଦୃଷ୍ଟି ପଡ଼ିବା ମାତ୍ରେ ତା ଉପରେ, ତତକ୍ଷଣାତ୍‌ ସେହି ବ୍ୟକ୍ତି ଭସ୍ମ ହୋଇଯିବ । ଏ ପଟେ ଲୀଳାମୟ ଶ୍ରୀକୃଷ୍ଣ ଧରାଧାମରୁ ଜଣେ ପରେ ଜଣେ ଦୁଷ୍ଟ ସଂହାର କରିବାରେ ଲାଗିଥାଆନ୍ତି । ପୃଥିବୀର ପାପ ଭରା ନିବାରଣ କରି ଧର୍ମ ପ୍ରତିଷ୍ଠା କରିବା ଲାଗି । ଦୁଷ୍ଟ କାଳ ଯବନ ସଂହାର ସମୟ ଉପନୀତ । ପରମ କୌଶଳୀ ଶ୍ରୀକୃଷ୍ଣ ଛଳନା କରି ସଂଯୋଗ କରାଇ ଦିଅ ରାଜା ମୁଚୁକୁନ୍ଦ ବିଶ୍ରାମ ସ୍ଥଳୀକୁ ଯିବା ପାଇଁ । ସର୍ବଶକ୍ତିମାନ ପୁରୁଷୋତ୍ତମ ପଳାତକ ସୈନିକ ପରି ସଂଗ୍ରାମ ସ୍ଥଳରୁ ପଳାୟନ କର । ନିଘଞ୍ଚ କାନନ ପ୍ରଦେଶକୁ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ଶକ୍ତି ସାମର୍ଥ୍ୟକୁ ଉପହାସ ପୂର୍ବକ ଗର୍ବ ଦମ୍ଭରେ ବ୍ୟଙ୍ଗ ବିଦ୍ରୁପ କରି ନାନାଦି କଟୁ ଭାଷାରେ ଅଶ୍ରାବ୍ୟ ପ୍ରୟୋଗ କରି ପଶ୍ଚାତ୍‌ ଧାବନ କରୁଥାଏ କାଳଯବନ ।

କୃଷ୍ଣଙ୍କ ମାୟାରେ ମୋହିତ ହୋଇ କିଛି ଜାଣି ନ ପାରି କାଳଯବନ ରାଜା ମୁଚୁକୁନ୍ଦଙ୍କୁ କୃଷ୍ଣ ଜ୍ଞାନ କରି ଜୋରଜବରଦସ୍ତ ଉଠାଇ ନିଦ୍ରାଭଂଗ କଲା। ପରିଣାମ ସ୍ୱରୂପ ରାଜାଙ୍କରତେଜୋଦୀପ୍ତ ଦୃଷ୍ଟିରେ ତତ୍‌କ୍ଷଣାତ୍‌ ସେହି ଠାରେ ଭସ୍ମ ହେଲା । ନିଜ ମାୟାରେ ଲୁଚି ରହିଥିବା ଶ୍ରୀକୃଷ୍ଣ ରାଜାଙ୍କୁ ଦର୍ଶନ ଦେବାରୁ ରାଜାଙ୍କର ପୂର୍ବପରି ତେଜ ନଥିବା ଅନୁଭବ କରି ଜାଣିପାରିଲେ ଏ ସ୍ୱୟଂ ଭଗବାନ ବୋଲି । ତେଣୁ କାଳବିଳମ୍ବ ନ କରି ପ୍ରଭୁଙ୍କ ପାଦରେ ସମର୍ପିତ ହୋଇ କୃପା ଭିକ୍ଷା କଲେ । ଯେ, ସେ ଆଉ ଏ ମନୁଷ୍ୟ ଜନ୍ମ ପାଇ ଧନ ଜନ ମାନ ବୈଭବ ସବୁ ଲାଭ କରି ସାରିଛନ୍ତି । ତେଣୁ ତାଙ୍କର କେବଳ ଜୀବନ ମୁକ୍ତି ଆବଶ୍ୟକ । ମାତ୍ର ଭଗବାନ ଶ୍ରୀକୃଷ୍ଣ ଜଣାଇ ଦେଲେ ଯେହେତୁ ରାଜା ହୋଇ ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିବା ଲୋଭରେ ଗଡ଼ ପରେ ଗଡ଼ ଜୟ ଲାଭ କରିବା ନିଶାରେ ବହୁ ଜୀବନ ହାନି କରିଛନ୍ତି ଏବଂ ମୃଗୟା କରି ପଶୁ ବଧ କରିଛନ୍ତି, ତେଣୁ ଏହି ଜନମରେ ମୁକ୍ତି ମିଳିପାରିବ ନାହିଁ । ସୃଷ୍ଟିର କଲ୍ୟାଣ ପାଇଁ ବହୁ ଯାଗ ଯଜ୍ଞ, ସତସଂଗ, ସାଧୁ ସଭା ଓ ଦାନ ଦକ୍ଷିଣା ଦେବା ସହ ଅଶେଷ ଜନ ହିତକର କାର୍ଯ୍ୟ କରିଥିବା କାରଣରୁ ମାତ୍ର ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସକ୍ଷମ । ପ୍ରଭୁଙ୍କ କଠୋର ବାକ୍ୟରେ ମର୍ମାହତ ରାଜା ମୁଚୁକୁନ୍ଦ କାକୁତି ମିନତି ହୋଇ ପୁନର୍ବାର ଶ୍ରୀ ପଦରେ ଅଳି କରିବାରୁ କରୁଣାମୟ ପରମେଶ୍ଵର ଆଶୀର୍ବାଦ ପ୍ରଦାନ କରି କହିଲେ -ପରଜନ୍ମରେ ଶୁଦ୍ଧ ବ୍ରାହ୍ମଣୀ ଗର୍ଭରେ ଜନ୍ମ ହୋଇ ଆଜନ୍ମ ବ୍ରହ୍ମଚାରୀ ବ୍ରତ ପାଳନ କରି ଏକନିଷ୍ଠ ବ୍ରହ୍ମୋପାସନାରେ ରହିଲେ ଅବଶ୍ୟ ଏ ଜନ୍ମ ମୃତ୍ୟୁ ଚକ୍ରରୁ ନିସ୍ତାର ଲାଭ କରିବ । ମୁକ୍ତି, ମୋକ୍ଷ, ନିର୍ବାଣ ଲାଭ ହେବ ।


Rate this content
Log in

Similar oriya story from Classics