Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସଚ୍ଚୋଟ ମନ୍ତ୍ରୀ
ସଚ୍ଚୋଟ ମନ୍ତ୍ରୀ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

3 Minutes   7.2K    8


Content Ranking

ଶ୍ରୀ ଅମରନାଥ ବେହେରା

ଅଗନା ଅଗନି ଜଙ୍ଗଲ ଭିତରେ ଛୋଟ କୁଡ଼ିଆଟିଏ l ସେଇ କୁଡ଼ିଆରେ ରହୁଥିଲେ ଜଣେ କାଠୁରିଆ ଓ ତାଙ୍କର ଝିଅ l ଝିଅର ନାମ ସୁରକ୍ଷିତା l ସୁରକ୍ଷିତାର ମା’ ତାଙ୍କୁ ଅନେକ ଦିନରୁ ଛାଡ଼ିଦେଇ ଆରପାରିକୁ ଚାଲି ଯାଇଥିଲେ l ତେଣୁ ଝିଅଟିକୁ ଘରର ଯାବତୀୟ କାମ କରିବାକୁ ପଡ଼େ l ଏମିତିକି ବାପା କାଠ କାଟିବାକୁ ଚାଲିଗଲେ,ସେ ଗାଈ ନେଇ ଚରାଇବାକୁ ଜଙ୍ଗଲକୁ ଯାଏ l

ଦିନକର କଥା l ସୁରକ୍ଷିତା ଗାଇକୁ ଫିଟାଇବାକୁ ଯାଉଥାଏ l ଏହି ସମୟରେ ମୂଲ୍ୟବାନ ପୋଷାକ ପରିଧାନ କରିଥିବା ଦୁଇଜଣ ଯୁବକ ଆସି କୁଡିଆ ଡୁଆରେ ପହଞ୍ଚିଲେ l ସେମାନଙ୍କ ଭିତରୁ ଜଣେ କହିଲା, ‘’ ମା, ଆମେ ଦୁହେଁ ଅନେକ ଦୂରରୁ ଆସିଲୁଣି l ଖୁବ୍ ହାଲିଆ ଲାଗୁଛି l ଯଦି ଅନୁମତି ଦିଅନ୍ତ ତେବେ ତମ କୁଡିଆରେ କିଛି ସମୟ ବିଶ୍ରାମ ନିଅନ୍ତୁ l ‘’

ସୁରକ୍ଷିତା ସେମାନଙ୍କୁ ଆଦର ସହକାରେ ନେଇ ଘର ଭିତରେ ବସାଇଲା l ଦୁଇଜଣଙ୍କୁ ଦୁଇଗ୍ଳାସ ସରବତ ଦେଇ କାନ୍ଦ କାନ୍ଦ ହୋଇ କହିଲା, ‘’ ଆଜ୍ଞା ଆମେ ଭାରି ଗରିବ l ଆପଣମାନଙ୍କୁ ଚର୍ଚ୍ଚା କରିବା ପାଇଁ ପାଖରେ କିଛି ନାହିଁ l ଆପଣମାନେ କିଛି ମନେ କରିବେ ନାହିଁ l ‘’ ଅତିଥିମାନଙ୍କ ଭିତରୁ ଜଣେ କହିଲା, ‘’ ଆରେ ନା, ଆମକୁ ଚର୍ଚ୍ଚା କରିବା ପାଇଁ ବ୍ୟସ୍ତ ହୁଅନାହିଁ l ତମ ବାପା ନାମ କ’ଣ କହିଲ ?’’ ମୋ ବାପାଙ୍କ ନାମ ବିଷ୍ଣୁଦେବ l ସେ ଆଗେ ଆମଦେଶରେ ରାଜାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଥିଲେ l ତାଙ୍କ ସଚ୍ଚୋଟ ପଣିଆ ଓ ସୁପରାମର୍ଶ ଯୋଗୁ ରାଜା ତାଙ୍କୁ ଖୁବ୍ ଭଲ ପାଉଥିଲେ l ଏଥିପାଇଁ ଦରବାରର ଅନ୍ୟମାନେ ତାଙ୍କୁ ହିଂସା କରୁଥିଲେ l ଥରେ ଚକ୍ରାନ୍ତ କରି ସେମାନେ ହୀରା ଚୋରୀ ଅପରାଧରେ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଦେଲେ l ରାଜା ସେମାନଙ୍କ ଚକ୍ରାନ୍ତ ବୁଝି ନ ପାରି, ବାପାଙ୍କୁ ରାଜ୍ୟରୁ ବାହାର କରି ଦେଲେ l ସେହି ଦିନଠାରୁ ଆମେ ଏଇ ଜଙ୍ଗଲରେ ରହିଛୁ l ବାପା କାଠ କାଟି ବଜାରରେ ବିକନ୍ତି l ମୁଁ ଗାଈ ଚରାଇବାକୁ ଜଙ୍ଗଲକୁ ନିଏ l ଆପଣମାନେ ଟିକେ ବସନ୍ତୁ l ମୁଁ ଗାଈ ମାନଙ୍କୁ ପଡ଼ିଆରେ ଛାଡ଼ିଦେଇ ଆସୁଛି l ଏଇଆ କହି ସୁରକ୍ଷିତା ଗାଈ ନେଇ ଚାଲିଗଲା l

ବାଟରେ ତା ବାପାଙ୍କ ସହିତ ତାର ଭେଟ ହେଲା l ସେ ଅତିଥିମାନଙ୍କ କଥା ବାପାଙ୍କୁ କହିଲା l ବାପା କହିଲେ, ‘’ ହାଉ ମା’ ଚାଲ l ଅଥିତି ସତ୍କାର କରିବା ତ ଆମର ପରମ କର୍ତ୍ତବ୍ୟ l ‘’ ବାପଝିଅ ଘରକୁ ଫେରି ଦେଖନ୍ତି ତ ଅତିଥି ଦୁହେଁ ନାହାନ୍ତି l ଚାଲିଗଲେଣି l ସୁନା ମୋହର ପୂର୍ଣ୍ଣ ଥଳିଟିଏ ଥୁଆ ହୋଇଛି l ବିଷ୍ଣୁଦେବ କହିଲେ, ‘’ ମା, ମୁଁ ଭାବୁଛି ଅତିଥି ଦୁହେଁ ଜାଣିଜାଣି ଏ ଥଳିଟି ଛାଡ଼ି ଦେଇ ଯାଇଛନ୍ତି l ହଊ , କାଲି ଏହାକୁ ନେଇ ରାଜଦରବାରରେ ଦେଇ ଦେବା l ‘’

ପରଦିନ ବିଷ୍ଣୁ ଦେବ ସୁନା ମୋହର ପୂର୍ଣ୍ଣ ଥଳିଟି ଧରି ଦରବାରରେ ପହଞ୍ଚିଲେ l ରାଜାଙ୍କୁ ଗତ ଦିନର ସମସ୍ତ ଘଟଣା କହିଲେ l ରାଜା ବିଷ୍ଣୁ ଦେବଙ୍କଠୁ ସବୁକଥା ଶୁଣି କହିଲେ- ‘’ ତୁମେ ତ ‘ ଜେନ ଗରିବ କାଠୁରିଆ l ଏ ସୁନାମୋହର ପୂର୍ଣ୍ଣ ଥଳିତୀ ବିକି ଦେଲ ନାହିଁ l ତୁମ ଅବସ୍ଥାରେ ପରିବର୍ତ୍ତନ ହୋଇ ଯାଇ ଥାନ୍ତା l ପୁଣି ଅଥିତି ମାନଙ୍କ ସହିତ ଆଉ କ’ଣ ତମର ଦେଖା ହେବ ବୋଲି ଭାବୁଛ ?’’ ବିଷ୍ଣୁଦେବ ବିନୟର ସହିତ କହିଲେ, ‘’ ମହାରାଜ ମୁଁ ଗରିବ ସତ ମାତ୍ର ଚୋର ନୁହେଁ l ପରଧନରେ ବଡ଼ଲୋକ ହେବାର ମୋହ ମୋର ନାହିଁ l ଆପଣ ଏ ଥଳି ରଖନ୍ତୁ l ଥଳି ମାଲିକଙ୍କୁ ଦେଇଦେବେ l ‘’

ଏହା ପରେ ସେ ଦରବାରରୁ ବିଦାୟ ନେବାକୁ ବସିଲେ l ରାଜା କିନ୍ତୁ ତାଙ୍କୁ ଯିବାକୁ ନ ଦେଇ କହିଲେ,’’ ମହାଶୟ ଆପଣଙ୍କୁ ଏଇଠାରେ ହିଁ ରହିବାକୁ ହେବ l ‘’ ବିବ୍ରତ ହୋଇ ବିଷ୍ଣୁ ଉତ୍ତର ଦେଲେ, ଏଥିରେ କ’ଣ ମୋର କିଛି ତ୍ରୁଟି ରହିଲା ନା ମୁଁ ପ୍ରକୃତ ଚୋର ବୋଲି ଆପଣ ଭାବୁଛନ୍ତି l ଯାଇ ପାରିବି ନାହିଁ କାହିଁକି ? ‘’

ନା’ ମହାଶୟ, ଆପଣଙ୍କ ପରି ସଚ୍ଚୋଟ ବ୍ୟକ୍ତି ଏ ରାଜ୍ୟରେ ନାହାନ୍ତି l ସେଥିପାଇଁ ତ ଏ କଥା କହୁଛି l ଆଜକୁ କୋଡ଼ିଏ ବର୍ଷ ତଳେ, ଆପଣ ବାପାଙ୍କ ନିକଟରେ ମନ୍ତ୍ରୀ ଥିଲେ l ହୀରାଚୋରି ଅପରାଧରେ ଆପଣଙ୍କୁ ନିର୍ବାସନ ଦଣ୍ଡ ଦିଆଗଲା l ମୁଁ ଜାଣିଥିଲି ଆପଣ ନିର୍ଦ୍ଦୋଷ l ହେଲେ,ବାପଙ୍କୁ ବୁଝାଇବା ମୋ ପକ୍ଷରେ ସମ୍ଭବ ନଥିଲା l ମୁଁ ରାଜା ହେବା ପରେ ଆପଣଙ୍କୁ ଅନେକ ଆଡେ ଖୋଜିଲି l ସୌଭାଗ୍ୟ ବଶତଃ କାଲି ଆପଣଙ୍କ ସନ୍ଧାନ ପାଇଲି l ଜାଣି ଜାଣି ଏ ଥଳି ମୁଁ ଛାଡ଼ି ଦେଇ ଆସିଥିଲି l ଆପଣଙ୍କୁ ଚକ୍ରାନ୍ତ କରି ଯେଉଁମାନେ ତଡ଼ି ଥିଲେ ସେମାନେ ଏବେବି ଏ ଦରବାରରେ ଉପସ୍ଥିତ l ସେମାନେ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ କି ପ୍ରକାରର l ଆଜିଠାରୁ ପୁନର୍ବାର ଆପଣ ପ୍ରଧାନମନ୍ତ୍ରୀ ଦାୟିତ୍ଵ ତୁଲାଇବେ l

ସଚ୍ଚୋଟ ମନ୍ତ୍ରୀ ସୁରକ୍ଷିତା

Rate the content


Originality
Flow
Language
Cover design

Comments

Post

Some text some message..