କିଏ ବଡ଼
କିଏ ବଡ଼
ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ
ରାଜା ମୌନ ରହିବାରୁ ବେତାଳ ଆଉ ଏକ କାହାଣୀ କହିଲା l ଇନ୍ଦ୍ରପୁର ନଗରରେ ମହାଧନ ବୋଲି ଜେନ ଧନୀ ଲୋକ ଥିଲା l ତା’ର ପୁଅ ଶ୍ରୀଧନ ଭାରି ଦୁରାଚାରୀ ଥିଲା l ବାପା ତାକୁ ଘରୁ ବାହାର କରିଦେବାରୁ ସେ ଚନ୍ଦନ ନଗର ଚାଲିଗଲା ଓ ସେଠାରେ ହେମଗୁଣର ଝିଅ ଚନ୍ଦ୍ର ମୁଖିକୁ ବିଭାହ କଲା l
ଚନ୍ଦ୍ରମୁଖିକୁ ବିବାହ କରି ଶ୍ରୀଧନ ବେଶ୍ ଆନନ୍ଦରେ ଶ୍ଵଶୁର ଘରେ ରହିଲା l ଆଉ ନିଜ ଘରକୁ ବାହାରିଲା l ଗଲାବେଳେ ହେମଗୁଣ ତାକୁ ପ୍ରଚୁର ଡ଼ିଏଚଏନ ଦେଇଥିଲେ l ସେ ଯିବା ବାଟରେ ବଣ ଭିତରେ ଗୋଟିଏ କୂଅରେ ଚନ୍ଦ୍ର ମୁଖିକୁ ପକାଇ ଦେଇ ଚାଲିଗଲା l ସେ ଧନରେ ଜିଆ ଖେଳିଲା l ଏଣେ କେହି ଜଣେ ବାଟୋଇ ଚନ୍ଦ୍ର ମୁଖିକୁ ସେହି କୂଅରୁ ଉଦ୍ଧାର କରି ତା’ର ବାପା ମାଆଙ୍କ ପାଖରେ ଛାଡିଦେଲେ l
ଶ୍ରୀଧନର ପାଖରୁ ସବୁ ଧାନ ସରିଯିବାରୁ ସେ ପୁଣି ଧନ ପାଇବା ବାହାନାରେ ହେମଗୁଣ ପାଖକୁ ଗଲା l ବାଟରେ ଚୋରମାନେ ଚନ୍ଦ୍ରମୁଖିକୁ ନେଇ ଗଲେ ଆଉ ତାକୁ ଦାଣ୍ଡର ଭିକାରି କରାଇ ଦେଲେ ବୋଲି କହିଲା l ହେଲେ ଚନ୍ଦ୍ରମୁଖିକୁ ବଞ୍ଚିବାର ଦେଖି ସେ ପୁଣି ମିଛନାଟକ ଆରମ୍ଭ କରିଦେଲା l ସେ ଯେତେବେଳେ ଦେଖିଲା ଚନ୍ଦ୍ରମୁଖି ବଞ୍ଚିଛି ଆଉ ତାର ବାପା ଘରେ ରହିଛି, ତେଣୁ ତାର ମୁଣ୍ଡଟା କ’ଣ ହୋଇଗଲା l
ଚନ୍ଦ୍ରମୁଖି ତ ଭାରି ଦୟାଶୀଳ ଥିଲା l ତେଣୁ ସେ ସ୍ବାମୀର ଦୋଷକୁ ନ ଧରି ପୁଣି ସମ୍ମାନର ସହିତ ତାକୁ ଘରକୁ ଡାକି ନେଲା l କିଛିଦିନ ରହିବା ପରେ ସେ ଚନ୍ଦ୍ରମୁଖିକୁ ଧରି ଘରୁ ଫେରିଲା l ଏଥର ମଧ୍ୟ ହେମଗୁଣ ତା’ ହାତରେ ବହୁତ ଧନ ଦେଇଥିଲେ l ବାଟରେ ଗଲାବେଳେ ଶ୍ରୀଧନ ଚନ୍ଦ୍ରମୁଖିକୁ ମାରିଦେଇ କୂଅରେ ପକେଇ ଦେଲା l ଧନତକ ଧରି ନିଜ ବାଟରେ ସେ ଚାଲିଗଲା l ଏକଥା ଆଉ କେହି ଜାଣି ପାରିଲେ ନାହିଁ l
କାହାଣୀ କହିସାରୀ ବେତାଳ କହିଲା – ‘’ ବିକ୍ରମ ! ଏ ଦୁଇ କାହାଣୀ ମଧ୍ୟରେ କିଏ ପୂଜନୀୟ ଅଟେ ? ସେ ଉତ୍ତର ତୁମେ ଦିଅ l ‘’
ବିକ୍ରମାଦିତ୍ୟ କହିଲେ –‘’ ଶୁଣ ବେତାଳ ! ପ୍ରଥମ କାହାଣୀରେ ମୁଁ ସେହି ଚୋରକୁ ମହାନ୍ ବୋଲି ବିଚାର କରେ l ଯଦି ସେ ଫାଶୀବେଳେ ପହଞ୍ଚି ନଥାନ୍ତା ତେବେ ବିଚରା ନିରୀହ ସ୍ଵାମିଟା ମରିଥାନ୍ତା l ଦ୍ଵିତୀୟ କାହାଣୀରେ ଚନ୍ଦ୍ରମୁଖୀ ସତୀ ସାବିତ୍ରୀଠାରୁ କେଉଁ ଗୁଣରେ କମ୍ ନୁହେଁ l ସେ ନିଜର ସ୍ଵାମୀ ହାତରେ ହିଁ ମରିଯିବାକୁ ଚାହିଁଲା l ହେଲେ ସ୍ବାମୀର ବିରୋଧରେ କିଛି ବି କହିଲା ନାହିଁ l ଏ ଦୃଷ୍ଟିରୁ ବିଚାର କାଲେ ଦୁହେଁ ପୂଜନୀୟ l
ରାଜା ବିକ୍ରମାଦିତ୍ୟଙ୍କଠାରୁ ଉତ୍ତର ଶୁଣି ବେତାଳ ଭୟଙ୍କର ଅଟ୍ଟହାସ୍ୟ କରି ତାଙ୍କ କାନ୍ଧ ଉପରୁ ଖସି ଚାଲିଗଲା l ପୂର୍ବପରି ସେହି ଗଛର ଡାଳରେ ଓହଳି ପଡିଲା l ରାଜା ତାକୁ ଆଣିବା ପାଇଁ ପୂର୍ବପରି ପଛପାଖକୁ ଚାଲିଲେ l