Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚାଳିଶ ଟଙ୍କାର ଖୁସି
ଚାଳିଶ ଟଙ୍କାର ଖୁସି
★★★★★

© Shibashis Padhee

Inspirational Others

3 Minutes   123    5


Content Ranking

ଆସନ୍ତା କାଲି ହୋଲି ଥିଲେ ବି ମାନିବାକୁ ନାରାଜ ଥିଲା ସାନ ଝିଅ । ବୟସ ଚାରି ହେଲେ ବି ବାପାକୁ କେମିତି ଦୋକାନକୁ ନେଇ ହୁଏ ଠିକ ଜାଣିଛି ସେ । ପଡିଶା ଘରର ତା ସାଙ୍ଗଟି ରଙ୍ଗ ପିଚକାରୀ ଆଣି ଯେତେବେଳୁ ଦେଖେଇ ଦେଇଛି ସେ ଆଉ ମାନୁନି । ଯେମିତି ହେଲେ ରଙ୍ଗ ଅବିର ଆଣିବା ପାଇଁ ଜିଦ ଧରୁଥିଲା ସେ ।ଗୋଟିଏ କାମରେ ଭାରି ବ୍ୟସ୍ତ ଥିଲି ମୁଁ ଏଣୁ ତାକୁ କିଛି ସମୟ ଟାଳିବା ପାଇଁ କହିଲି "ଦୋକାନ ଵାଲା କହିଛି ତୋର ଯାହା ଯାହା ଦରକାର ଲେଖିକି ଆଣିବୁ ଲେଖା ନ ଥିଲେ ସେ ଦେବନି ଏଣୁ ପ୍ରଥମେ ଲେଖିବୁ ଯା’ । ଲେଖି ଆଣିଲେ ଯିବୁ "ମୁଁ କହିଲି ତାକୁ କଥାକୁ ପୁରା ବିଶ୍ୱାସ କରିଗଲା ସେ କିନ୍ତୁ ଅତି ନିରୀହ ଭାବେ କହିଲା "ବାପା ମୁଁ ତ ଲେଖି ଶିଖିନି ରଙ୍ଗ କେମିତି ଆଣିବା ତୁମେ ଲେଖ " କାଗଜ କଲମ ଧରି କୁନି କୁନି ପାଦରେ ମୋ ପଛରେ ଗୋଡ଼ାଇଲା ସେ ।

କାମଟି ବି ଜରୁରୀ ଥିବାରୁ ମୁଁ ପୁଣି ବାହାନା ଖୋଜିଲି କହିଲି "ଯା ମା ପାଖରୁ ଲେଖେଇ ଆଣିବୁ ତୁ କହିବୁ ମା’ ଲେଖିଦେବେ,ସେଇଟା ନେଇକି ଯିବା "।

ଭାରି ଖୁସି ହୋଇ ମା’ ପାଖକୁ ଦୌଡ଼ି ଗଲା ସେ । ମୁଁ ଭାବିଲି ତା ମା ତ ବ୍ୟସ୍ତ ଥିବେ ଆଉ କୌଣସି ବାହାନାରେ ରଖିଦେବେ ତାକୁ । କାମଟା ସାରିଦିଏ । ମୁଁ ପୁଣି ମୋ କାମରେ ବ୍ୟସ୍ତ ରହିଲି । କିନ୍ତୁ ମୋ ଭାବନାକୁ ଭୁଲ ପ୍ରମାଣିତ କରି ପନ୍ଦର ମିନିଟ ପରେ ପୁଣି ଆସିଗଲା ସେ । ହାତରେ କାଗଜ ପେନସିଲ ।

କାଗଜକୁ ବଢ଼ାଇ ମୋତେ କହିଲା "ବାପା ମା’କୁ ଯେତେ କହିଲି ମୋ କଥା ଶୁଣିଲା ନି ଏଣୁ ମୁଁ ପିଚକାରୀ ରଙ୍ଗ ସବୁର ଚିତ୍ର ବନାଇଛି । ଏଇଟାକୁ ଦେଖି ଦୋକାନଵାଲା ଦେବ କି ନାଇଁ " ।

ତାର ନିରୀହତାକୁ ଦେଖି ଅଭିଭୂତ ହେଉଥିଲି ମୁଁ ଦେଖିଲି ସିଧା ଟେଢା ଗାର ଟାଣି ପିଚକାରୀ ରଙ୍ଗ ଡବା ଇତ୍ୟାଦିର ଚିତ୍ର କରିଛି ସେ, ଆଉ ମୋର ଉପାୟ ନ ଥିଲା କାମ ଛାଡି ସାଙ୍ଗେ ସାଙ୍ଗ ବାହାରିଲି ମୁଁ ।

ଦୋକାନ ରେ ପହଂଚୁ ପହଂଚୁ ତାକୁ କୋଳେଇ ନେଲା ଦୋକାନୀ ଯେ କି ଗାଁ ସମ୍ପର୍କରେ ଭାଇ ହେବ । ଖଟ ଟାରେ ସଜାଇ ରଖିଥିଲା ବିଭିନ୍ନ ପ୍ରକାର ରଙ୍ଗ।ପିଚକାରୀ ଇତ୍ୟାଦି । ଭଳିକି ଭଳି ଅବିର ବିଭିନ୍ନ ମାନର ତାର ଓ଼ଜ୍ଜ୍ୱଳରେ ଆଖି ଟାଣି ନେଉଥାଏ ।

ଝିଅକୁ ଧରି ବିଭିନ୍ନ ପ୍ରକାର ମୁଖା, ଅବିର ଇତ୍ୟାଦି ଦେଖାଉ ଥାଏ ସେ ମୋତେ ମୋଟେ ପଚାରୁ ନ ଥାଏ କାରଣ ସେ ଠିକ ଜାଣିଛି ଛୋଟ ଛୁଆ ଯାହା ଧରି ଦେବ ସେ ଆଉ ଛାଡିବନି ।ଟଙ୍କା ପଇସା ଦରଦାମ ସେ କଣ ଜାଣିବ ।ଏଇ ମୌକାର ଫାଇଦା ଉଠାଉଥିଲା ସେ ।

ମୋର କିନ୍ତୁ ନଜରଟି ସ୍ଥିର ହୋଇ ଥାଏ ଖଟ କୋଣରେ ଛିଡା ହୋଇ କେମିତି ଏକ ବିକଳ ଆଖିରେ ଅବିର ପ୍ୟାକେଟକୁ ଚାହିଁ ରହିଥିବା ସାତ ଆଠ ବର୍ଷର ଝିଅଟି ଉପରେ । ମୁଣ୍ଡ ବାଳ ନୁଖୁରା ବୋଧେ ବହୁଦିନ ହେବ ତେଲର ମୁହଁ ଦେଖିନି ।ଫ୍ରକର ଆଗ ଯାହା ପଛ ତାହା ।ବୋତାମ ସବୁ କେଉଦିନୁ ଖସି ଯାଇଛି । ମୁଁ ଆସିଲା ବେଳୁ ଦେଖିଛି ସେ ସେଇଠି ହିଁ ଅଛି ।

ଦୋକାନୀକୁ କହିଲି "ଏଇ ଛୁଆ କଣ ନେବ ତାକୁ ଆଗ ଦେଇ ଦେ ।"

ଟିକିଏ ବିରକ୍ତିରେ ସେ କହିଲା "ଦାଦା ସେ ଦଶ ଟଙ୍କା ଧରିଛି ଓ ସେଇ ବଡ଼ ପ୍ୟାକେଟ ଅବିରକୁ ମାଗୁଛି ।ଆଜିକାଲି ଦଶ ଟଙ୍କାରେ ଆଉ ଅବିର ମିଳୁ ଛି କି ଦାଦା । ଖୋଲା ନାଲି ଅବିର ଅଳ୍ପ ଦେଉଥିଲି କିନ୍ତୁ ତାକୁ ସେଇଟା ହିଁ ଦରକାର ।"

ମୁଁ ବୁଝିଗଲି ପଇସାର ମୂଲ୍ୟ ଜାଣୁ ନ ଥିବା ନିରୀହ ମନ ତା’ ମା କି ବାପା ପାଖରୁ ଏଇ ନୋଟଟା ପାଇ ଭାବିଛି ଏଥିରେ ସେ ଯାହା ଚାହିଁବ କିଣି ପାରିବ ।ଏଇ ପଇସାର ମୂଲ୍ୟ ତା ପାଇଁ ଅସୀମ ।ପଚାରିଲି ଏ ଇ ପ୍ୟାକେଟର ମୂଲ୍ୟ କେତେ?

"ପଚାଶ ଟଙ୍କା ଦାଦା "କହିଥିଲା ଦୋକାନୀ ।

ତାକୁ ପାଖକୁ ଡାକି ସେ ଚାହୁଁଥିବା ପ୍ୟାକେଟଟା ବଢ଼ାଇ ଦେଲି ମୁଁ କହିଲି ।” ଏଇଟା ନେ ଯା କାଲି ଖେଳିବୁ ଆଉ ତୋର ପଇସା ବି ରଖିଥା ତାର ଦରକାର ହେବନି "

ପ୍ରଥମେ ଟିକିଏ ଅବିଶ୍ୱାସ ଡଙ୍ଗ ରେ ମୋତେ ଚାହିଁଲା ସେ ମନା କରିବା ସତ୍ୱେ ଦୋକାନୀକୁ ତାର ଦଶ ଟଙ୍କା ବଢ଼ାଇ ଦେଲା । ତା’ ପରେ ପ୍ୟାକେଟକୁ ଧରିଲା ସେ ।

ଲକ୍ଷ୍ୟ କରୁଥିଲି ତା ମୁହଁକୁ ଯେମିତି ଏକ ବିଜୁଳିର ଚମକ ଖେଳିଗଲା । ଉଜ୍ଜଳ ହୋଇ ଗଲା ତା ଚେହେରା ।ଏକ ମୁହାଁ ହୋଇ ଦୌଡ଼ି ଚାଲି ଯାଉଥିଲା ସେ ତା ଚେହେରାର ଉଜ୍ଜ୍ୱଳତା ଆଗରେ ଫିକା ଲାଗୁଥିଲା ମୋତେ ଖଟରେ ଥିବା ଦାମିକିଆ ଅବିରର ଉଜ୍ଜ୍ୱଳତା ।

ହୋଲି କାଗଜ ଦୋକାନ

Rate the content


Originality
Flow
Language
Cover design

Comments

Post

Some text some message..