Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ମୁକ୍ତା ଓ ତିନିପରୀ

ମୁକ୍ତା ଓ ତିନିପରୀ

2 mins
7.0K


ଶ୍ରୀମତୀ ସୁଜାତା ସିହ୍ନା

ମୁକ୍ତା ପିଲାଦିନରୁ ଭାରି ଅଳସୁଆ l ମାଆ ବାପାଙ୍କ କଥାକୁ ମୋଟେ ଖାତିରି କରେ ନାହିଁ l ସବୁବେଳେ ସୋଇ ରୁହେ l ଥରେ ତାର ମାଆ ବିରକ୍ତ ହୋଇ ତାକୁ ଘରୁ ବାହାର କରିଦେଲା l କିଟି କିଟି ଅନ୍ଧାର ରାତିରେ ମୁକ୍ତାକୁ ଭାରି ଡର ଲାଗୁଥାଏ l ସେ ଏକ ଗଛ ମୂଳରେ ବସି କଇଁ କଇଁ ହୋଇ କାନ୍ଦୁଥାଏ l ଏହି ସମୟରେ ତିନିଜଣ ପରୀ ତା ମୁଣ୍ଡ ଉପର ଦେଇ ଉଡିଯାଉଥିଲେ l ସେମାନେ ତାର ବିକଳ ସ୍ଵର ତଳକୁ ଓହ୍ଳାଇ କାନ୍ଦିବାର କାରଣ ପଚାରିଲେ l ମୁକ୍ତା କହିଲା- ମତେ ତ କିଛି କାମ ଆସେନି l ତେଣୁ ମୋର ମାଆ ରାଗିଯାଇ ମତେ ଘରୁ ବାହାର କରିଦେଇଛି l ମୁଁ କ’ଣ କରିବି ? ମୋତେ କିଛି ବୁଦ୍ଧି ଦେଖାଯାଉ ନାହିଁ l ମୋତେ ଉପଯୁକ୍ତ ବାଟ ବତାନ୍ତୁ l

ଏହା ଶୁଣି ପରିମାନେ ତାକୁ ସାନ୍ତ୍ଵନା ଦେଇ କହିଲେ ତୁ କାନ୍ଦନି l ଏଥର ଘରକୁ ଯାଆ l ତୋତେ ଯେଉଁ କାମ ନ ଆସିବ ତୁ ଆମମାନଙ୍କୁ ସ୍ମରଣ କରିବୁ l ଆମେ ଆସି ତୋର ସବୁ କାମ କରିଦେଇ ଯିବୁ l ଏହା କହି ସେମାନେ ଆକାଶରେ ଉଭାନ ହୋଇଗଲେ l

ମୁକ୍ତା ଖୁସି ମନରେ ଘରକୁ ଫେରି ମାଆକୁ ସବୁକଥା କହିଲା l ତା’ ପରଦିନ ମାଆ ମୁକ୍ତାକୁ ନେଇ ରାଜାଙ୍କ ପାଖକୁ ଯାଇ କହିଲା- ମହାରାଜ ! ମୋ ଝିଅ ମୁକ୍ତା ଭଳି ସର୍ବଗୁଣ ସଂପୂର୍ଣ୍ଣା ଝିଅ ଏ ଜଗତରେ ନାହିଁ l ତେଣୁ ମୋର ଇଚ୍ଛା ଆପଣ ଏହାକୁ ରାଜକୁମାରଙ୍କ ସହିତ ବିବାହ କରାଇ ଦିଅନ୍ତୁ l ହଠାତ୍ ଏପରି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଯାଇ କହିଲେ- ଠିକ୍ ଅଛି ତୁମ ଝିଅକୁ ଯଦି ସବୁ କାମ ଆସେ ତେବେ ସେ ଯଦି ରାତିକ ଭିତରେ ସବୁ ତୂଳାରୁ ସୂତା କାଟି ଲୁଗା ବୁଣି ଦିଏ ତା ହେଲେ ମୁଁ ତାକୁ ମୋ ବୋହୁ କରିବି ନ ହେଲେ ତୁମ ଦୁହିଁଙ୍କୁ ମୁଁ ଫାଶୀ ଦେବି l ଏକଥା ଶୁଣି ମୁକ୍ତାର ମାଆ ରାଜି ହୋଇଗଲା l କାରଣ ଝିଅଠାରୁ ପରିମାନଙ୍କ କଥା ଶୁଣିଛି l ତେଣୁ ସେ କୌଣସି ପ୍ରକାର ଭୟକଲା ନାହିଁ l

ରାଜା ମୁକ୍ତାକୁ ଏକ ତୁଳା ଗୋଦାମ ଘରକୁ ନେଇ ଯିବାକୁ ଆଦେଶ ଦେଲେ l ଏତେ ସବୁ ତୁଳା ଦେଖି ମୁକ୍ତା ତିନି ପରୀଙ୍କୁ ସ୍ମରଣ କଲା l ପରିମାନେ ଆସି କହିଲେ ଆମେ ଯଦି ତୋର ଏତେ ବଡ କାମ କରିଦେବୁ, ତା’ ହେଲେ ତୁ ଆମକୁ ତୋ ବାହାଘରରେ ନିମନ୍ତ୍ରଣ କରିବୁ ତ ! ଏହା ଶୁଣି ମୁକ୍ତା ରାଜି ହୋଇଗଲା l

ରାତି ପାହି ସକାଳ ହେଲା l ରାଜା ଏତେଗୁଡ଼ା ତୂଳାରୁ ରଙ୍ଗ ବେରଙ୍ଗର ଲୁଗା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଥାନୁସାରେ ରାଜକୁମାରଙ୍କ ସହିତ ମୁକ୍ତାର ବିବାହ କରାଇଲେ l ମୁକ୍ତା ବିଭାଘର ଦିନ ତିନି ପରୀଙ୍କୁ ସ୍ମରଣ କଲା l ସେମାନେ ଆସି ସେଠାରେ ବୁଲାବୁଲି କଲେ l ରାଜକୁମାର ସେ ତିନିଜଣ ପରୀଙ୍କର ଅଜବ ରୂପ ଦେଖି ପଚାରିଲେ- ତୁମେମାନେ କିଏ ? ତୁମମାନଙ୍କର ଗୋଡ଼, ଓଠ ଓ ଆଙ୍ଗୁଠି ଏମିତି ବଢି ଯାଇଛିକାହିଁକି ? ପରିମାନେ କହିଲେ- ଆମେ ହେଉଛୁ ମୁକ୍ତାର ଝିଆରୀ l କାଲି ରାତିରେ ଆମେମାନେ ତାକୁ ତୁଳାରୁ ସୂତାକାଟି ଲୁଗା କାଟିବାରେ ସାହାଯ୍ୟ କରୁ କରୁ ଆମର ଏମିତି ଏ ଅଙ୍ଗ ପ୍ରତ୍ୟଙ୍ଗ ବଢିଯାଇଛି l ଏହା ଶୁଣି ରାଜକୁମାର ମନେ ମନେ ଦୁଃଖିତ ହେଲେ ଏବଂ କହିଲେ- ନା ! ଆମ ବିବାହ ପରେ ମୁଁ ଆଉ ମୁକ୍ତାକୁ କୌଣସି କାମ କରିବାକୁ ଦେବି ନାହିଁ l ସେ ରାଜରାଣୀ ହୋଇ ରହିବ l


Rate this content
Log in

Similar oriya story from Children