Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଜଙ୍ଗଲ ସ୍କୁଲ

ଜଙ୍ଗଲ ସ୍କୁଲ

1 min
7.3K


ଏକ ଘନ ଜଙ୍ଗଲ ଥିଲା। ଏହା ଏକ ବହୁତ ବଡ଼ ଜଙ୍ଗଲ ଥିଲା। ସେଥିରେ ବହୁତ ଗଛ ଓ ସରୁ ରାସ୍ତାଟିଏ ଥିଲା।

ଅନେକ ପଶୁପକ୍ଷୀ ସେଠି ରହୁଥିଲେ। ଦିନେ ସବୁ ପଶୁପକ୍ଷୀ ଏକାଠି ହେଲେ। “ତୁମେ ଶୁଣିଲଣି?” ତୋତା, ଶୁଆ ପଚାରିଲା।

“ହଁ” ହିରନ୍,ହରିଣ କହିଲା।

“କ’ଣ?” ପଚାରିଲା ଡରୁଆ, ଠେକୁଆ

“ଆମ ଜଙ୍ଗଲରେ ସ୍କୁଲଟିଏ ଅଛି।”

ଝୁଲା, ମାଙ୍କଡ଼ ଉତ୍ତର ଦେଲା।

ମୋଟ ହାତୀ ଆଶ୍ଚର୍ଯ୍ୟ ହୋଇ ଜାଣିବାକୁ ଚାହିଁଲା “ପିଁ?”

ଲମ୍ୱୁ ଜିରାଫ କହିଲା, “ଓଃ ଭଲ କଥା। ”

ଧୀମା, ଗେଣ୍ତା କହିଲା, “ଶିଘ୍ର ଚାଲ ଯିବା।” ତୋତା, ଶୁଆ ଆଗୁଆ ଉଡ଼ିଗଲା। ଝୁଲା, ମାଙ୍କଡ଼ ଗଛରୁ ଡେଇଁଗଲା ପୁରୁଖା, ଅଜଗର ଘୋଷାରି ହୋଇ ଚାଲିଲା। “ଏଇଠି!” ଶୁଆ ପାଟିକଲା। “ତୁମେ ପଢ଼ିପାରୁଛ?”

“ମୁଁ ଭାବୁଛି ଏଇଟା ଓଲଟା ରଖାଯାଇଛି।‍” ଡାଳରୁ ଝୁଲି ଝୁଲା କହିଲା।

ପୁରୁଖା ପୂର୍ଣ୍ଣଛେଦ ପକେଇଲା, “ହି ସ୍ ସ୍ ସ୍

କେହି ପଢ଼ି ପାରିବେନି।" “ମୁଁ ଦୋଳିଟିଏ ପାଇଗଲି।” ଧୀମା କହିଲା।

“ଏଇ ବ୍ଲକ୍ ଗୁଡ଼ିକ କ’ଣ?” ଡରୁଆ ଜାଣିବାକୁ ଚାହିଁଲା।

“ଏଇଟା କ’ଣ?” ଝୁଲା ବି ପଚାରିଲା।

ପୁରୁଖା ବୁଝେଇଲା, “ମୁଁ ଭାବୁଛି,ଏଇଟା ଗୋଟେ ପେନ୍‍ସିଲ।‍” ମୋଟା ଏବଂ ଲମ୍ୱୁ କ୍ଲାସରୁମ ଟିଏ ପାଇଲେ।

ସେମାନେ ଅନ୍ୟମାନଙ୍କୁ ଡାକିଲେ “ଦେଖ, ଏଇଟା କ’ଣ?”

ସମସ୍ତେ ସ୍କୁଲବ୍ୟାଗ ନେଇ ଆସି ଥିଲେ।

ସେମାନେ ପାଟିକଲେ “ସାର୍! ସାର୍!

ଆମ ସାର୍ କାହାନ୍ତି?”

କେହି ଜାଣି ନଥିଲେ। ସେମାନେ ଏକ ଗର୍ଜନ ଶୁଣିଲେ।

ସେମାନେ ଏକ ବଡ଼ ଗର୍ଜନ ଶୁଣିଲେ।

ସେମାନେ ଏକ ବିରାଟ ଗର୍ଜନ ଶୁଣିଲେ।

ପୁରୁଣା ଚିନ୍ତିତ ହୋଇ ପଡ଼ିଲା।

ଧୀମା ଡରିଗଲା।

ଶୁଆ କଳାପଟା ପଛରେ ଲୁଚିଗଲା।

ଲମ୍ୱୁ ଏବଂ ଝୁଲା ଧନ୍ଦି ହୋଇଗଲେ।

ଏଇଟା କିଏ? “ହପ୍!” ଝୁଲା ମାଙ୍କଡ଼ କହିଲା।

କେହି କଥା କହିଲେନି। ସେମାନେ ସମସ୍ତେ ଶିକ୍ଷକଙ୍କ ଆଡ଼କୁ ଚାହିଁଲେ।

ସାବଧାନତା ସହ ତଳୁ ଉପରକୁ।

ଶିକ୍ଷକ କଳାପଟାରେ ଲେଖିବା ପାଇଁ ବୁଲିପଡ଼ିଲେ।

“ଡେଇଁ ପଡ଼।” ଝୁଲା କହିଲା।

“ଉଡ଼!” ଶୁଆ କହିଲା।

ଥମ୍ ଥମ୍ ଥମ୍ ମୋଟା ଦଉଡ଼ିଲା। “ଦୌଡ଼ , ଦୌଡ଼ , ଶୀଘ୍ର ଦୌଡ଼ି ପଳାଅ। ” ଧୀମା ପାଟିକଲା।

“ପଳେଇଯାଅ।” ସେମାନେ ସମସ୍ତେ ଏକା ସାଂଗରେ ପାଟିକଲେ।

ଶିକ୍ଷକ ଯେତେବେଳେ ବୁଲିପଡ଼ିଲେ...

କ୍ଲାସରେ କେହି ନ ଥିଲେ।


Rate this content
Log in

Similar oriya story from Classics