Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରଧନ
ପରଧନ
★★★★★

© Dr. Padma Charan Mishra

Inspirational Others

3 Minutes   7.3K    12


Content Ranking

ପାଲଟପୁର ଗାଁ। ବେଉସା କହିଲେ ଚାଷ ଉପରେ ନିର୍ଭରଶୀଳ। ବାରିକ, ତେଲି, ବ୍ରାହ୍ମଣ, କେଉଟ, ଗଉଡ ପରିବାର ସଂଖ୍ୟା ହାତ ଗଣତି। ଚାଷ କାମ କେଇ ଘଣ୍ଟା ଧରି ଚାଲେ। ତା'ପରେ ଲୋକେ ଲାଗିପଡନ୍ତି: କିଏ ତାସ୍ ଖେଳେ ତ କିଏ ନଦୀରୁ ମାଛ ମାରେ। ସନ୍ଧ୍ୟା ହେଲେ ଗାଁର ସ୍ତ୍ରୀଲୋକେ ଲାଗି ପଡନ୍ତି ଗପିବାରେ। କିଏ କୋଉ ଦିନ କାହା ଘରକୁ ଯାଇ ଗପର ଆସର ଖୋଲିବ, ଇଶ୍ଵର ହିଁ ଜାଣନ୍ତି।

ସେ ଗାଁରେ "ଲତା" ବୋଲି ସ୍ତ୍ରୀ ଲୋକଟିଏ ଥାଏ। ସ୍ଵାମୀଟା ତା'ର ଭାରି ପରିଶ୍ରମୀ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନରାତି ଏକ କରି ପକାଏ। ଆୟ ସେଥିପାଇଁ ଅନ୍ୟମାନଙ୍କଠୁ ଟିକେ ଅଧିକ ହୁଏ। ହେବନି କାହିଁକି ପ୍ରଗାଢ ପରିଶ୍ରମର ମୂଲ୍ୟ ତ କିଛି ଅଛି। ଲତା ମଧ୍ୟ ସ୍ଵାମୀକୁ ଯଥୋଚିତ ହାତ ବଟେଇବାରେ ହେଳା କରେନି। ସ୍ଵାମୀ ସ୍ତ୍ରୀ ମଧ୍ୟରେ ମଧୁର ସମ୍ପର୍କ। ପଇସା ବଳେଇ ସ୍ଵାମୀଟା ଲତା ପାଇଁ ମଝିରେ ମଝିରେ ଗହଣା ଗଢେଇ ଆଣେ। ଲତା ଘରକୁ ଚାରିଟା ଘର ଛାଡି "ମାଳା"ର ଘର। ମାଳାର ଆର୍ଥିକ ଅବସ୍ଥା ମଧ୍ୟ ଭଲ। ଚାଷ ବାସରେ ଗଢା ତାଙ୍କ ସଂସାର। ଘରେ ମାଳାର ହୁକୁମ୍ ଟିକେ ଅଧିକ। ପରଧନ ଉପରେ ଲାଳ ଗଡିବା ପ୍ରକୃତିଟା ଥାଏ। କାହା ଘରେ କିଛି ଦରବ କିଣା ଖବର ତା' କାନରେ ପଡିଲେ, ମନେ ମନେ ଅନେକ କଷ୍ଟ ପାଏ। ଲତା ସହିତ ସମ୍ପର୍କ ଭଲ ହେଲେ ବି ଖବର ରଖୁଥାଏ ସେ କୋଉ ଦରବ କେତେବେଳେ କିଣୁଛି।

ଦିନେ ମାଳାର ମନଟା ଭାରି ଟହଳ ବିକଳ ହୁଏ ଲତାର ଗହଣା ଗାଣ୍ଠି ଦେଖିବାକୁ। ସନ୍ଧ୍ୟା ହେଲାରୁ ଘରର ସବୁ ରନ୍ଧାବଢା ସାରି ଦିନେ ପହଁଚି ଗଲା ଲତା ଘରେ। ଆରମ୍ଭ ହେଇଗଲା ଗପର ପସରା। ଗପ ଭିତରେ ମାଳା କେତେବେଳେ ପଚାରି ଦେଇଚି, ଗହଣା କଥା। ସାଧାରଣ ସ୍ତ୍ରୀ ଭଳି ଲତା ସବୁ ଗହଣା ଗୁଡାକ ଗୋଟାଏ ପରେ ଗୋଟିଏ ଦେଖେଇବାକୁ ଜମାରୁ କୁଣ୍ଠାବୋଧ କଲାନି। ଲତାର ଗହଣା ଦେଖି ମାଳା ଆଖି ଝଲସି ଉଠିଲା। ମନେ ମନେ ଭାବୁଥାଏ "ଏଇ ଗୁଡାକ ସବୁ ମୋର ହେଇ ଯାଆନ୍ତାନି ନା"? ସେ ଦିନର ଗପ ସାରି ମାଳା ନିଜ ଘରକୁ ଫେରିଲା। କାମ ଧନ୍ଦାରେ ଆଉ କିଛି ଦିନ ମନ ଲାଗୁ ନଥାଏ। ଛଟର୍ ପଟର୍ ହେଉଥାଏ; ଉପାୟ ଭାବୁଥାଏ, "କଣ କଲେ ଲତାର ଗହଣା ଗୁଡାକ ନିଜର ହେଇ ପାରିବ"। ଭାବୁ ଭାବୁ କୁବୁଦ୍ଧିଟିଏ ମୁଣ୍ଡକୁ ଜୁଟିଲା। ସ୍ଵାମୀକୁ ଉପାୟଟା ବୁଝେଇଲା। ସ୍ତ୍ରୀ ଡରରେ ବିଚରା ସ୍ଵାମୀଟା ହଁ ମାରିଲା।

କିଛି ଦିନ ଉତ୍ତାରୁ ମାଳା ଲତାକୁ ନିଜ ଘରକୁ ନିମନ୍ତ୍ରଣ କରି କହିଲା, "ମୋ ସ୍ଵାମୀ କାମରେ ବାହାରକୁ ଯାଇଛନ୍ତି, ପରଦିନ ଫେରିବେ। ଆମେ ଦୁଇ ଜଣ ସଜେଇ ହେଇ ଆମ ଘରେ ବସି ଗପିବା ଆଉ ତୁମେ ଆମ ଘରେ ଖାଇବ। ସବୁ ଗହଣା ପିନ୍ଧି ଆସି ଥିବ ଗୋ"। ନିମନ୍ତ୍ରଣକୁ କିଏ ବା କାହିଁକି ହାତଛଡା କରିବ? ଲତା ହଁ ଭରି ଠିକ୍ ସେଦିନ ସନ୍ଧ୍ୟାବେଳେ ମାଳା ଘରେ ପହଁଚିଲା। ମାଳା କି ଛାଡିବା ଲୋକ, ସେ ମଧ୍ୟ ତା'ର ସବୁ ଗହଣା ଗାଣ୍ଠି ପିନ୍ଧି ସଜେଇ ହେଇ ରହିଥିଲା। ଦୁଇ ଜଣ ଢେର୍ ସମୟ ପର୍ଯ୍ୟନ୍ତ ବସି ଗପ କଲେ। ଗପ ଭିତରେ ଖିଆପିଆ ବି ସରିଲା। ରାତି ୯ଟା ବାଜିଲା। ୮ଟା ପରେ ଗାଁଟା ପୂରା ଶୂନ ଶାନ୍ ହେଇଯାଏ। ଲତା ଘରକୁ ଫେରିବାକୁ ବାହାରିବା ବେଳକୁ କବାଟଟାକୁ କିଏ ଖଟ୍ ଖଟ୍ କଲା। ମାଳା କବାଟ ଯେମିତି ଖୋଲିଚି, ଠକ୍ ଠକ୍ ହେଇ ଥରିବାରେ ଲାଗିଲା। ମୁହଁରେ କପଡା ଗୁଡେଇ, ହାତରେ ଗୋଟେ ଚକ୍ ଚକ୍ ଧାରୁଆ ଛୁରୀ ଧରି ଲୋକଟେ ଧମକ ଦେବାରେ ଲାଗିଲା, "ଦେ ସବୁ ଖୋଲିକି ଦେ"। ଏଇଟା ଡକାୟତ, ବୁଝିବାରେ ଆଉ ବିଳମ୍ବ ହେଲାନି। ଜୀବନ ବଞ୍ଚିଲେ ସୁନା ଗହଣା କେତେ କଣ କରିହେବ; ଡରରେ ଦୁହେଁ ସବୁ ଗହଣା ଖୋଲି, ଡକାୟତ ହାତରେ ବଢେଇ ଦେଲେ। ଗହଣା ଧରି ଡକାୟତ ସେଇଠୁ ଫେରାର୍। ମୁଣ୍ଡ ପିଟି ମାଳା କାନ୍ଦିବା ଆରମ୍ଭ କଲା। ଲତା କିନ୍ତୁ ବିଶେଷ ବିବ୍ରତ ଥିବାର ଜଣା ପଡିଲାନି। ମାଳା ପଚାରିଲା, "କି ପଥର ମନ ତୁମର ଲତା; ଏତେ ସବୁ ଗହଣା ଡକାୟତ ନେଇଗଲା, ତୁମର ଟିକିଏ ବି ମନ କଷ୍ଟ ହେଉନି"? ଲତା ଉତ୍ତର ଦେଲା, "ମୁଁ ଯାହା ବି ପିନ୍ଧି ଆସିଥିଲି ସେ ସବୁ ଗୁଡାକ ନକଲି, ମନ ଦୁଃଖ କାହିଁକି କରିବି"? ଆଉ ବିଳମ୍ବ ନକରି ଲତା ନିଜ ଘରକୁ ଫେରିଗଲା। ମାଳା ମନେ ମନେ ଭାଗ୍ୟକୁ ନିନ୍ଦିବାରେ ଲାଗିଲା।

ଡକାୟତଟା ଯିବାର ପ୍ରାୟ ଅଧାଘଣ୍ଟା ପରେ ମାଳାର ସ୍ଵାମୀ ଘରକୁ ଫେରିଲା। ମୁହଁରେ ଦାଗ ପଡିଗଲା ପରି କେମିତି ଗୋଟେ ଦେଖା ଯାଉଛି। ମାଳା କହିଲା, "ଡକାୟତ ବେଶରେ ତ ତୁମକୁ ଜମାରୁ ଚିହ୍ନିଁ ହେଉ ନଥିଲା। ଏତେ ବଡ ଧାରୁଆ ଛୁରୀଟା କାହାଠୁ ମାଗି ଆଣିଥିଲ? କିନ୍ତୁ ଜାଣିଚ, "ଲତା ଆମକୁ ଠକିଦେଲା। ମୁଁ ସିନା ମୋର ସବୁ ଅସଲି ସୁନା ପିନ୍ଧିଥିଲି, ହେଲେ ସେ ଲତା ସବୁ ଗୁଡାକ ନକଲି ହିଁ ପିନ୍ଧିଥିଲା। ଛାଡ, ପରଧନ ଆଉ ଆମ ଭାଗ୍ୟରେ ନାହିଁ"। ଲତା କଥା ଶୁଣି ତା ସ୍ଵାମୀ ଏଥର ଭୀଷଣ ରାଗି ଯାଇଥିଲା। କହିଲା, "ତୋ କଥାରେ ପଡି ମୁଁ ଗାଁ ମୁଣ୍ଡର ବରଗଛ ମୂଳେ ଠିଆ ହେଇ ମଶା କାମୁଡା ଖାଉଥିଲି। ହଟାତ୍ ମୋ ମୁହଁକୁ କିଏ ଜଣେ ମୁଥଟିଏ ମାରିଲା। ପାଟି କରିବା ପୂର୍ବରୁ ମୋ ମୁହଁରେ କପଡା ଠୁସି ଦେଇ ଗଛରେ ବାନ୍ଧିଦେଲା। ଏଇ ଅଳ୍ପ କିଛି ସମୟ ପୂର୍ବରୁ ଲୋକଟା ମତେ ଖୋଲି ଅନ୍ଧାରରେ କୁଆଡେ ଉଭାନ ହେଇଗଲା "। ତୋ' କଥାରେ ପଡି ଆମର ଏଇ ଅବସ୍ଥା ହେଲା। ସ୍ଵାମୀ କଥା ଶୁଣି ମାଳା ମୁଣ୍ଡ ପିଟି କାନ୍ଦିବାରେ ଲାଗିଲା।

ପାଲଟପୁର ଲତା ପରିଶ୍ରମର

Rate the content


Originality
Flow
Language
Cover design

Comments

Post

Some text some message..