Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୀକ୍ଷା
ଦୀକ୍ଷା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   6.8K    16


Content Ranking

ଏଲିନା ପଣ୍ଡା

ଓଡ଼ିଶ।ର ସୀମାନ୍ତ ଅଞ୍ଚଳ , ଶିରିଶପଡ଼ା ଗ୍ରାମ । ଚାରିଆଡ଼େ ସବୁଜବଳୟ ଘେରା । ପଶୁପକ୍ଷୀଙ୍କ ଚଳପ୍ରଚଳ ଏବଂ କାକଳି ଧ୍ୱନି । ଅନୁପମ ପରିବେଶ ମଧ୍ୟରେ ଶିରିଶପଡ଼ା ହସି ଉଠୁଥାଏ । ସେଠାରେ ମୃଦୁମଳୟର ସ୍ପର୍ଶ ବାରି ହୋଇପଡୁଥାଏ ।

ଏହି ଅପୂର୍ବ ସମୟରେ ରାମବାବା ଏବଂ ତାଙ୍କର ପ୍ରଧାନ ଶିଷ୍ୟ ଶ୍ୟାମବାବା ଆସି ଶିରିଶପଡ଼ାରେ ପଦାର୍ପଣ କଲେ । ସେଠାକାର ଲୋକେ ବାବାଦ୍ୱୟଙ୍କୁ ସ୍ୱାଗତ ଜଣାଇଲେ । ଶିରିଶପଡ଼ାର ଶିକ୍ଷାଦୀକ୍ଷା, ସଂସ୍କୃତି ଏବଂ ସାଧାରଣ ବ୍ୟବହାର ଖୁବ୍‍ ଉଚ୍ଚକୋଟୀର ଥିଲା । ଲୋକେ ମଧ୍ୟ ଦୟାଳୁ ଏବଂ ଧାର୍ମିକ ଥିଲେ ।

ପ୍ରଥମ ଦିନ ରହଣିର ସନ୍ଧ୍ୟା ଆରତି ଗାଁ ଭାଗବତ ଟୁଙ୍ଗିରେ ଅନୁଷ୍ଠିତ ହେଲା । ରାମବାବା ଉପସ୍ଥିତ ଗ୍ରାମବାସୀଙ୍କୁ କହିଲେ ଯେ ସେମାନଙ୍କର ଶିକ୍ଷା, ସଂସ୍କୃତି ଦୃଷ୍ଟିରୁ ଗୁରୁଦୀକ୍ଷା ନେବା ଜରୁରୀ ଅଟେ । ଆମେ ଏଠାରେ ଏକ କ୍ଷୁଦ୍ର ଆଶ୍ରମ ପ୍ରତିଷ୍ଠା କରି ଏହି ଗ୍ରାମ ଏବଂ ନିକଟବର୍ତ୍ତୀ ଗ୍ରାମର ଲୋକମାନଙ୍କୁ ଗୁରୁଦୀକ୍ଷା ଦେବା ସହ ଜୀବନ-ମୃତ୍ୟୁ ସମ୍ବନ୍ଧରେ ବ୍ୟାପକ ପ୍ରବଚନ ଦେବା ସହ ସେମାନଙ୍କର ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆଣିବା ଆମର ଅସଲ ଉଦ୍ଦେଶ୍ୟ ଅଟେ । ରାମବାବାଙ୍କ ଶିଷ୍ୟ ଶ୍ୟାମବାବା ଏହି ପ୍ରସଙ୍ଗ ତଥା ପ୍ରସ୍ତାବକୁ ହୃଦୟର ସହ ଗ୍ରହଣ କରିବାର ସଂକେତ ଦେଲେ । ତତ୍‍ସହ ପୁଣି କହିଲେ ଯେ ଇଚ୍ଛୁକ ବ୍ୟକ୍ତିଙ୍କୁ ଦୀକ୍ଷା ଦେବାପରେ ଏହି ସ୍ଥାନକୁ ପରିତ୍ୟାଗ କରି ଅନ୍ୟତ୍ର ଯିବା ପାଇଁ ଇଚ୍ଛା ପ୍ରକଟ କଲେ ।

ସେହି ସମୟରେ ମହୀୟସୀ ଦୁଇ ଜୈନମୁନି ଆସି ସେଠାରେ ପହଞ୍ଚିଲେ । ସୁ-ସଂସ୍କୃତ ଗ୍ରାମବାସୀମାନେ ମୁନିମାନଙ୍କୁ ଆଦର ସମ୍ମାନ ଜ୍ଞାପନ କଲେ । ସେମାନେ ସେଠାରେ ରାତ୍ରିଯ।ପନ ପାଇଁ ବାବାଙ୍କ ଅନୁମତି ଲୋଡ଼ନ୍ତେ ବାବା ହସ ହସ ବଦନରେ ସେମାନଙ୍କୁ ରାତ୍ରିଯ।ପନ ପାଇଁ ବିନମ୍ର ଅନୁରୋଧ ଜଣାଇଲେ ।

ଉଭୟପକ୍ଷ ସନ୍ଧ୍ୟାରେ ମଣିଷର ଜନ୍ମମୃତ୍ୟୁ ରହସ୍ୟ ସମ୍ବନ୍ଧରେ ପ୍ରବଚନ ମାଧ୍ୟମରେ ଆଲୋକପାତ କଲେ । ସେମାନଙ୍କର ବକ୍ତବ୍ୟ ଥିଲା , ମଣିଷ ଜନ୍ମ ନେଲେ ମୃତ୍ୟୁବରଣ କରିବାକୁ ହୁଏ । ଏପରିକି ଦେବତା ହେଲେ ମଧ୍ୟ ଜନ୍ମମୃତ୍ୟୁ ଚକ୍ରରୁ ବାଦ୍‍ ପଡ଼ନ୍ତି ନାହିଁ, କାରଣ ଶରୀର ହେଉଛି ମାଟି ପିଣ୍ଡୁଳା । ଜୀବନ ବା ଆତ୍ମା ହେଉଛି ନିଷ୍କଳଙ୍କ , ସ୍ୱଚ୍ଛ ଏବଂ ଅମର । ଏହାର କଦାପି ବିନାଶ ନାହିଁ ।

ଲୋକମାନେ ସେମାନଙ୍କର ବଳିଷ୍ଠ ଯୁକ୍ତି ସହ ପ୍ରବଚନର ସାରମର୍ମକୁ ଗ୍ରହଣ କଲେ । ବାବା ଏବଂ ମୁନିମାନେ ସେମାନଙ୍କର ପ୍ରବଚନ ମାଧ୍ୟମରେ କହିଲେ ଯେ ଶରୀର କ୍ଷଣସ୍ଥାୟୀ । କିନ୍ତୁ ଏହା ସର୍ବକର୍ମର ମାଧ୍ୟମ , ଏହା ନଷ୍ଟ ହେବାପୂର୍ବରୁ ଯେପରି ଉନ୍ନତ କାର୍ଯ୍ୟରେ ଲାଗେ , ସେଥ୍ରିତି ଦୃଷ୍ଟିଦେବା କର୍ତ୍ତବ୍ୟ ଅଟେ । ଉନ୍ନତ କାର୍ଯ୍ୟର ଫଳ ଉନ୍ନତ ଅଟେ । ମହାନ୍‍ କର୍ମର ଇଙ୍ଗିତରେ ମନୁଷ୍ୟ ସମାଜ ପରିଚାଳିତ ହୁଏ । ଏହାର ସୁଫଳ ସମସ୍ତେ ଉପଭୋଗ କରନ୍ତି ।

କିଛିଦିନ ଉତ୍ତାରୁ ସନ୍ଧ୍ୟା ସମୟରେ ଆଖପାଖର ବହୁଲୋକ ରୁଣ୍ଡ ହୋଇଥାନ୍ତି ବାବାଙ୍କ ଅପେକ୍ଷାରେ । ବହୁ ସମୟ କଟିଗଲା । ପରେ ବାବାଙ୍କ ଦର୍ଶନ ମିଳିଲା ନାହିଁ । କାରଣ ଜାଣିବାକୁ ଆଶ୍ରମ ଭିତରକୁ କେହି ଜଣେ ଭକ୍ତ ପ୍ରବେଶ କରିବାରୁ ଦେଖନ୍ତି ତ ବାବାମାନେ କିମ୍ବା ମୁନିମାନେ ଆଶ୍ରମରେ ନ ଥିଲେ । ସେମାନଙ୍କୁ ଏଣେତେଣେ ଖୋଜାଖୋଜି କରି ସଫଳ ହେଲେ ନାହିଁ ।

ସେମାନଙ୍କର ପ୍ରବଚନର ମର୍ମକୁ ସମସ୍ତେ ମନେ ମନେ ହେଜୁଥିଲେ । ମନେ ମନେ ସେମାନଙ୍କୁ ପ୍ରଶଂସା କରିବା ସହିତ ବାବା ଏବଂ ମୁନିଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଇଲେ ।

ଓଡ଼ିଶ। ଶିରିଶପଡ଼ା ରାମବାବା

Rate the content


Originality
Flow
Language
Cover design

Comments

Post

Some text some message..