Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଗୁମାସ୍ଥା ନିର୍ବାଚନ

ଗୁମାସ୍ଥା ନିର୍ବାଚନ

2 mins
7.4K


ସବ୍ୟସାଚୀ ରାଉତରାୟ

ଗୋପାଳର ସେତେବେଳେ ଖୁବ୍ ସୁନାମ l ସାରା ରାଜ୍ୟର ଘରେ ଘରେ ସୁପରିଚିତ l ମୋଟକଥା, ସବୁ ଅସମ୍ଭବକୁ ସମ୍ଭବ କରିପାରୁଥିବା ଲୋକଟି ହେଲା ଗୋପାଳ l ଥରେ ଜଣେ ଜମିଦାରଙ୍କର ଗୁମାସ୍ତା ପଦଟିଏ ଖାଲି ହେଲା l ଖବରତି ପ୍ରଚାରିତ ହେଲା ମାତ୍ରେ ଶହ ଶହ ଲୋକ ଆସି ଜମିଦାରଙ୍କ ପାଖରେ ଭିଡ଼ ଜମାଇଲେ l ସେମାନଙ୍କ ମଧ୍ୟରୁ ଉପଯୁକ୍ତ ଲୋକଟିଏ ବାଛିବା ଜମିଦାରଙ୍କ ପକ୍ଷରେ ଅସମ୍ଭବ ମନେହେଲା l ତେଣୁ ସେ ଖବର ପଠାଇ ଗୋପାଳକୁ ଉପଯୁକ୍ତ ଲୋକଟିଏ ବାଛିଦେବା ପାଇଁ ଅନୁରୋଧ କାଲେ l

ଗୋପାଳ କହିଲା – ଆସନ୍ତା ରବିବାର ଦିନ ଆପଣ ସମସ୍ତଙ୍କୁ ଡକାନ୍ତୁ l ସେହିଦିନ ଉପଯୁକ୍ତ ପ୍ରାର୍ଥୀ ନିର୍ବାଚନ କରାଯିବ l ସେହି ରବିବାର ଦିନ ସମସ୍ତ ପ୍ରାର୍ଥୀଙ୍କୁ ଡ଼କାଗଲା l ଗୋପାଳ ସମସ୍ତଙ୍କୁ ପାଖକୁ ଡ଼ାକି ଏଣୁ ତେଣୁ କଥାବାର୍ତ୍ତା କରିବାକୁ ଲାଗିଲା l ଯାଙ୍କୁ ପଚାରିଲା-ଆପଣ ଗୁମାସ୍ତାଗିରି କରିପାରିବେ ?

ପ୍ରାର୍ଥୀ-ଆଜ୍ଞା, ନିଶ୍ଚୟ ପାରିବି l ଗୋପାଳ-କିନ୍ତୁ ମାନେ ହେଉଛି ଆପଣ ପାରିବେନି l

ପ୍ରାର୍ଥୀ –ପାରିବି,ଆପଣ ଯାହା କିଛି ପରୀକ୍ଷା ନେଇପାରନ୍ତି l

ଗୋପାଳ ଆଉ କିଛି ନକହି ଲୋକଟିକୁ ବିଦାୟ ଦେଲା l ତା’ ପରେ ଅନ୍ୟ ଜଣକୁ ଡ଼ାକି ପଚାରିଲା – ଆପଣ ଗୁମାସ୍ତା ହେବାକୁ ଚାହାନ୍ତି ?

ପ୍ରାର୍ଥୀ- ଆଜ୍ଞା l ମୋର ବାପା, ଅଜା ସମସ୍ତେ ଗୁମାସ୍ତାଗିରି କଇଛନ୍ତି l ଗୋପାଳ-ଜୋଟା ସିଲେଇଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁକିଛି କରିବାକୁ ପଡ଼ିବ l ପାରିବେ ?

ପ୍ରାର୍ଥୀ-ନିଶ୍ଚୟ ସବୁ କିଛି ପାରିବି l ଗୋପାଳ-ମୋର ଅନୁମାନ, ଆପଣ ପାରିବେନି l ପ୍ରାର୍ଥୀ –ଆପଣ ପରୀକ୍ଷା ନେଇ ପାରନ୍ତି l ଗୋପାଳ-ପରୀକ୍ଷା ପରେ ହେବ l ଆପଣ ବର୍ତ୍ତମାନ ଆସିପାରନ୍ତି l ଏହାପରେ ଗୋପାଳ ଅନ୍ୟ ଜଣକୁ ଡ଼ାକି କହିଲା- ଆପଣ ସାତ୍ରେ ଗୁମାସ୍ତା ହବାକୁ ଚାହାନ୍ତି l ପାରିବେ ?

ପ୍ରାର୍ଥୀ-ଆପଣଙ୍କର କ’ଣ ମନେହୁଏ ? ଗୋପାଳ- ମୋର ଧାରଣା ଆପଣ ପାରିବେ l ପ୍ରାର୍ଥୀ-ଆପଣ ଠିକ୍ ଅନୁମାନ କରିଛନ୍ତି l

ଗୋପାଳ-ତେବେ ସମୟ ଅନୁଯାୟୀ ଠିକ୍ ସମୟରେ ସବୁ କାମ ନକରି ପାରନ୍ତି l ପ୍ରାର୍ଥୀ-ହୁଏତ ନକରିପାରେ l ଗୋପାଳ-ପ୍ରତିଦିନ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି, ସେକଥା ନିଶ୍ଚୟ ଜାଣନ୍ତି ?

ପ୍ରାର୍ଥୀ-ମୁଁ ଏକା କାହିଁକି, ମୋର ବାପା ଅଜା ସମସ୍ତେ ଏକଥା ଜାଣନ୍ତି l ଗୋପାଳ-ଚାଉଳ ଗଛରେ ଧାନ ଫଳିବା ଦେଖିଛନ୍ତି ?

ପ୍ରାର୍ଥୀ-ଆଜ୍ଞା......ହଁ l ଧାନ ଗଛରେ ଧାନ ଫଳେ, ସେଥିରୁ ଚାଉଳ ହୋଇଥାଏ l ଲୋକଟି ସଙ୍ଗେସଙ୍ଗେ ଯୋଗ କଲା- ଠିକ୍ କହିଛନ୍ତି l ଧନରୁ ତ ଚାଉଳ ବାହାରିଥାଏ l

ଗୋପାଳ ଜମିଦାରଙ୍କୁ କହିଲା- ଏହି ଲୋକଟି ହିଁ ଗୁମାସ୍ତା ହେବା ପାଇଁ ସମସ୍ତଙ୍କଠାରୁ ଉପଯୁକ୍ତ l ଜମିଦାର ସଙ୍ଗେସଙ୍ଗେ ଲୋକଟିକୁ ଗୁମାସ୍ତା ପଦରେ ନିଯୁକ୍ତି କଳା ପରେ ଗୋପାଳକୁ ଏକାନ୍ତରେ ପଚାରିଲେ – ଲୋକଟି କେବଳ ସବୁ କଥାରେ ସହମତି ପ୍ରକାଶ କଲା l ଭୁଲ୍ କଥା କହିଲେ ମଧ୍ୟ କୌଣସି କଥାରେ ବିରୋଧ କଳାନାହିଁ l ତେବେ ଉପଯୁକ୍ତ ବିବେଚିତ ହେଲା କିପରି ?

ଗୋପାଳ- ଏହା ହିଁ ବିଶ୍ଵସ୍ତତାର ଏକ ବଳିଷ୍ଠ ପ୍ରମାଣ l

ଜମିଦାର-ଏପରି ଲୋକମାନଙ୍କୁ ଚାଟୁକାର ମଧ୍ୟ କୁହାଯାଇଥାଏ l

ଗୋପାଳ-ଚାଟୁକାରମାନେ କେବେହେଲେ ମୁନିବମାନଙ୍କର ଅସନ୍ତୋଷ ହେଲା ପରି କାମ କରନ୍ତି ନାହିଁ l


Rate this content
Log in

Similar oriya story from Children