Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Simanchal Rana

Romance Inspirational

2  

Simanchal Rana

Romance Inspirational

ପୁଣି ଦେଖାହେବ ଆର ଜନମରେ

ପୁଣି ଦେଖାହେବ ଆର ଜନମରେ

7 mins
7.5K




ଏକ ନିଃଶବ୍ଦ ରଜନୀ ପୂର୍ଣ୍ଣିମା ଚାଲିଯିବାର ପାଞ୍ଚଦିନ ହେଇଗଲାଣି ବୋଲି,ଫୁଲେଇ ଜହ୍ନ ଟି  ଘଡିମାରି ଆସୁଛି ।ବାଘୁଆ ଶୀତ ମାର୍ଗଶିର ପହିଲାରୁ ଝରକା ଫାଙ୍କରେ ଆସି ଦେହ ଥରାଇ ଦେଉଛି ।ଅସହ୍ୟ ଜାଡ କୁ ଭ୍ରୁକ୍ଷେପ ନ କରି,ଦାଣ୍ଡ ଲାଇଟ କୁ switch on କଲେ ଦୀପକ, ଆଉ ମୁକ୍ତ
ଆକାଶ କୁ ଚାହିଁ ଘଡ଼ିଏ ଠିଆ ହୋଇ ଜହ୍ନ କୁ ଚାହିଁଲେ ।ସେ ଦେଖୁଥିଲେ ସେଇ ଜହ୍ନ କୁ ଯିଏ ବିଗତ ପ୍ରତିଟି ସ୍ମୃତିଭରା ରାତିର ମୁକ ସାକ୍ଷୀ ଥିଲା ।ହଠାତ ପାଦ ଆଗକୁ ବଢ଼ଢ଼େଲେ ଦୀପକ।ଏହି ଶୀତୁଆ ରାତିରେ କେଉଁ ଆଡେ ଯିବେ ଦୁନିଆରେ କିଏ ବା ଅଛି ତାଙ୍କର ।ହଁ ନିଜ ପରିବାର ବ୍ୟତୀତ ଆଉ ତ କେହି ନାହାନ୍ତି ।ତେବେ ଆଜି କାହିଁକି ଏହି ରାତିରେ ଯିବେ କେଉଁ ଆଡେ?ଏମିତିରେ ପହଁଚି ସାରିଛନ୍ତି ଘର ସାମନାରେ ଥିବା ରାଜପଥ ଆର ପଟେ ଥିବା କାର୍ତ୍ତିକ ଚା ଦୋକାନ କୁ,କିନ୍ତୁ କାର୍ତ୍ତିକ ତ କେତେବେଳୁ ଦୋକାନ ବନ୍ଦ କରି ଚାଲିଗଲାଣି ।କେବଳ ଚା ଦୋକାନ ପାଖେ ଧିମା ଧିମା ଆଲୋକ ରେ ଜଳୁଛି,ଶୁଖିଲା ଆମ୍ବ ଗଣ୍ଡିଟାଏ ।କେଜାଣି କେବେଠୁ ସାଇତା ଦୀର୍ଘଶ୍ଵାସ ଟିଏ ପକେଇ ନିଆଁ ପାଖରେ ବସିପଡିଲେ ଦୀପକ ।ପାଖରେ ପଡିଥିବା ଖଣ୍ଡେ ଶୁଖିଲା ଡାଙ୍ଗ ରେ,ଭୂଇଁ କୁ ଗାରେଇ କିଛି ଲେଖୁଥାନ୍ତି ।କଣ ଲେଖୁଛନ୍ତି ଗଣିତ ନା ଜ୍ୟାମିତି ?ପୁଣି ଏହି ରାତିରେ ମୁକ୍ତ ଆକାଶ ତଳେ ।ହଁ ସେ କଷିଚାଲିଥିଲେ ଏମିତି ଏକ ଗଣିତ,ଯାହାର ସମାଧାନ ନଥିଲା  ଅତୀତର ସେହି ଜଟିଳ ଗଣିତ ର ସରଳ ସମାଧାନ କରୁଥିଲେ ।ହେଲେ ଅତୀତର ସ୍ମୃତିଟା ବଜ୍ରଗୁଣନ ଦେଇ ଦୀପକ ଙ୍କୁ ଶୂନ୍ୟତା ର ଦୋଛକି ରେ ଠିଆ କରାଉଥିଲା ।ସମାଧାନ ର ପଥ କେବଳ ପ୍ରଶ୍ନବାଚୀ ହି ଥିଲା ।ଆଉ ନିଜକୁ ପରାଜିତ ବିଫଳ ମଣିଷ ଟେ ବୋଲି ପରିଚୟ ଦେଉ ଦେଉ ,ଅଜାଣତେ ଅମାନିଆ ଲୁହ ଟୋପେ ନୟନ କୋଣୁ ବୋହି ଆସି ଦାମୀ ଜାକେଟ କୁ ସ୍ପର୍ଶ କରିଗଲାଣି ଏକଥା ଦୀପକ ଙ୍କୁ ଜଣାନାହିଁ ।କିଏ ଏହି ଦୀପକ?ହଁ ଦୀପକ ସାମନ୍ତରାୟ ପିତା-ଭବାନୀ ପ୍ରସାଦ,ମାତା-ଭାନୁମତୀ ଦେବୀ ।କନ୍ଧମାଳ ର ଏକ ଆଦିବାସୀ ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମ୍ଭ୍ରାନ୍ତ ପରିବାର ର ତୃତୀୟ ସନ୍ତାନ ସେ ସାମନ୍ତରାୟ ପରିବାରର ।ଠିକ୍ ଆଜକୁ ଏକୋଇଶି ବର୍ଷ ତଳେ 1996 ମାର୍ଚ୍ଚ ମାସ 5 ତାରିଖରେ ଗ୍ରୀଷ୍ମ ର ଖାଁ ଖାଁ ମୁହୂର୍ତ୍ତରେ କୁଆଁ କୁଆଁ ଡାକି ଜନ୍ମ ହୋଇଥିଲେ ଦୀପକ ସାମନ୍ତରାୟ ।
ଭୋଗବିଳାସ ଆଭିଜାତ୍ୟ ପରିବାର ରେ ଖୁବ୍ ସ୍ନେହ ପାଇ ବାଲ୍ୟଜୀବନ ର ପରିସମାପ୍ତି କରି,ବୟସକୁ ନେଇ ଠିଆ ହୋଇଗଲେ ଛାତ୍ର ଜୀବନ କୁ ।ଗ୍ରାମ ବିଦ୍ୟାଳୟ ରେ ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷା ଲାଭ କରି,ଅଧିକ ଶିକ୍ଷା ଲାଭ ପାଇଁ ଚାଲିଗଲେ ବ୍ରହ୍ମପୁର କୁ ।ସେଠି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହୋଇ କିଛିଦିନ ପାଇଁ ଚାଲିଆସିଲେ ନିଜ ଭିଟାମାଟି କୁ ବାପାଙ୍କୁ ବାଣିଜ୍ୟ ରେ ସହାୟ ହେବା ପାଇଁ ।କିନ୍ତୁ ପଢ଼ିବାର ନିଶା ତାଙ୍କୁ ବେସିଦିନ ଗ୍ରାମରେ ରହିବାର ସୁଯୋଗ ଦେଲାନି,ପୁଣି ଚାଲିଗଲେ ଭୁବନେଶ୍ୱର ଡିପ୍ଲୋମା କରିବା ପାଇଁ ।ଏହି ରାଜଧାନୀ ସତରେ କେତେ ସ୍ମୃତିର ଗନ୍ତାଘର ତାହା ଦୀପକ ଙ୍କ ଛଡା ସେ ହିଁ ଜାଣିବ ଯେ ରାଜଧାନୀ ରେ ନିଜ ସ୍ମୃତି ନିଜ ହାତରେ ଗଢିଛି ।ସେମିତି ଦୀପକ୍ଙ୍କ ଜୀବନ ରେ ଅଭିଶପ୍ତ ରାତିର ଏକ ମୁହୂର୍ତ୍ତ ଆସିଥିଲା ଯାହା ତାଙ୍କୁ ଟାଣିନେଇଥିଲା ଏକ ଅନୁତାପ ର ଦୁନିଆକୁ ।ଏହି ରାଜଧାନୀରେ ହିଁ ପରିଚିତ ହେଲେ ଅମିତଙ୍କ ସହ ।ଅମିତ ମହାନ୍ତି ଭାରି ଶାନ୍ତ ନମ୍ର ସ୍ୱଭାବ ର ଯୁବକ ଜଣକ କିଛିଦିନରେ ଦୀପକ ଙ୍କ ସହ ଅତି ଘନିଷ୍ଠ ବନ୍ଧୁ ହୋଇଗଲେ ।
ଦୁଇ ବନ୍ଧୁ କୃଷ୍ଣ ସୁଦାମା ପରି ବନ୍ଧନରେ ବାନ୍ଧି ହୋଇଗଲେ ।ଉଚିତ ପାଠପଢ଼ା ସହ ବାହ୍ୟ ଦୁନିଆର ଭରପୁର ଆନଦ ନେଉଥିଲେ ଦୀପକ ଏବଂ ଅମିତ ।ଜୀବନର ରଙ୍ଗୀନ ମୁହୂର୍ତ୍ତକୁ ଉପଭୋଗ କରୁକରୁ ଦିନେ ଆସିଲା ଏମିତି ଏକ ମୁହୂର୍ତ୍ତ ଯାହା ଆଜି ଦୀପକଙ୍କୁ ଅନୁତାପ ର ଅନଳେ ଜଳିବା କୁ ହେଲା ।ଏହି ଭିତରେ ଯୌବନ ର ପ୍ରଥମ ପାହାଚରେ ଠିଆ ହୋଇଥାନ୍ତି ଦୀପକ ।କାହାକୁ ବା ଏହି ପାହାଚ ଅତିକ୍ରମ କରିବାର ଇଛା ନାହିଁ ?ଏମିତି ସ୍ୱପ୍ନ ଦେଖି ମସଗୁଲ ହେବା ତ ସ୍ୱାଭାବିକ ।ଆଉ ମନରେ ଭାବନା ର ଲକ୍ଷ୍ମୀ ପ୍ରତିମା କୁ ଦେଖିବାକୁ ହୁଏ ଏହି ଯୁବା ଯୌବନରେ ଦୀପକ ମଧ୍ୟ ଦେଖୁଥାନ୍ତି ସେ ଛବି କୁ କିନ୍ତୁ ।ମନର ଭାବନା ସତ ହେଉନଥାଏ ।କାହିଁକିନା ନିଜ ସହ ନିଜେ କଥା ହେବା କେବଳ ଏକ ସ୍ୱପ୍ନ ଯାହା ବାସ୍ତବ କୁ ପହଞ୍ଚି ବା ପାଇଁ ସହଜ ନୁହେଁ ।ସେମିତି ଏକ ସ୍ୱପ୍ନର ବାସ୍ତବ ସକାଳର ପହିଲି କିରଣ ଦୀପକ ଙ୍କ ହୃଦୟ ବେଳାଭୂମିରେ ଆଶାର ମୁରୁଜ ବୁଣି ,ପୁଣି ଲୁଚିଯାଇଥିଲା ଛଳନା ର ସୁଦୂର ପର୍ବତ ଉହାଡ଼େ ।କେବଳ ରହିଯାଇଛି ଦୀପକ୍ଙ୍କ ଜୀବନରେ କିଛି ଅତୀତର ସ୍ମୃତି ଛିଟା, ଯାହା ଅକ୍ଟୋପସ ପରି ହୃଦୟ କୁ ଜାବୁଡି ଧରିଛି ଆଉ ଷୋସିନେଉଛି ବଞ୍ଚିବାର ଆଶା ରକ୍ତ ସବୁ ।ଆଜକୁ ଠିକ ତିନି ବର୍ଷ ତଳେ ଦୀପକ ନିଜ କାର୍ ନେଇ ଅମିତଙ୍କ ସହ ବାହାରିପଡିଥିଲେ ସୁଦୂର କେନ୍ଦୁଝର କୁ ଅମିତ ଙ୍କ ପ୍ରେମିକା ପୂଜା ଙ୍କୁ ଦେଖା କରିବା ପାଇଁ ।ସେଦିନ କେନ୍ଦୁଝର ରେ ପହଁଚି ପ୍ରଥମେ ଆରାଧ୍ୟ ଦେବୀ ଘଟଗାଁ ବାସିନୀ ମା ତାରିଣୀଙ୍କର ଦର୍ଶନ କରି ପାର୍କ ଯାଇଥିଲେ ଦୁଇବନ୍ଧୁ ପୂର୍ବରୁ ଅପେକ୍ଷା କରିଥିଲେ ପୂଜା ନିଜ ପ୍ରେମିକ ଅମିତଙ୍କ ସହ ସାକ୍ଷାତ ହୋଇ ପରିଚିତ ହେଲେ ଦୀପକ୍ଙ୍କ ସହ ।ଦୁଇ ପ୍ରେମୀଯୁଗଳ ଙ୍କୁ ମାନଖୋଲି ବର୍ତ୍ତାଳାପ କରିବାକୁ ଏକାନ୍ତ ରେ ଛାଡି ଦେଇ, ନିଜ ଫୋନ ସହ ବ୍ୟସ୍ତ ରହିଲେ ଦୀପକ ।ହଠାତ ତାଙ୍କ ନୟନ ଆବିଷ୍କାର କଲା ଏକ ସୁନ୍ଦରୀ ତରୁଣୀ ଙ୍କୁ ।ଗୌରବର୍ଣ  ଶରୀର ପଦ୍ମପାଖୁଡା ସଦୃଶ ମୁଖ ମଣ୍ଡଳ,ଉଚ୍ଚା ଉଚ୍ଚା ଭୃଳତା ସଂଗେ ନୀଳ ନୀଳ ଆଖି,କଳା ଘନ କେଶର ଖଜୁରିଆ ବେଣୀ କୁ ବକ୍ଷୋଜର ତଟ ଦେଶରେ ଖୁବ ରୋମାଂଚିତ ଆକର୍ଷଣ କରୁଥିଲେ ସେ ତରୁଣୀ ଜଣକ ।ବେଶ ଭୂଷାରୁ ଜଣେ ସମ୍ବ୍ରାନ୍ତ ପରିବାର ର ଉଚ୍ଚ ଶିକ୍ଷିତା କନ୍ୟା ପରି ଜଣା ପଡୁଥାନ୍ତି ଯୁବତୀ ଜଣକ  ।ନିମିଷକେ ସ୍ୱପ୍ନର ସୌଦାଗର ସାଜିଗଲେ ଦୀପକ ସେହି ପାର୍କ ରେ ହିଁ ଯୁବତୀ ଜଣଙ୍କୁ ସମର୍ପି ଦେଲେ ନିଜ ଜୀବନର ପ୍ରଥମ ପ୍ରେମକୁ ।ଯାହା ସେ ଯୁବତୀ ଜଣଙ୍କ ଜାଣିପାରିଲେନି।ଲ ।
ମନେ ମନେ ଭଲପାଇବସିଲେ ସେ ଯୁବତୀଙ୍କୁ ।ବାସ୍ତବ ଯୋଗସୂତ୍ର ପରି ତରୁଣୀ ଜଣଙ୍କ ଥିଲେ ଅମିତଙ୍କ ପ୍ରେମିକା ପୂଜାଙ୍କ ଘନିଷ୍ଠ ବାନ୍ଧବୀ ରୂପାଲି ଚୌଧୁରୀ ।କେନ୍ଦୁଝର ସହରର ଏକ ମଧ୍ୟବିତ୍ତ ପରିବାର ର ଅଲିଅଳି କନ୍ୟା ।ଜନ୍ମ ବେଳୁ ହିଁ ରୂପାଲି ଙ୍କ ରୂପ ଗାରିମା ଅବର୍ଣ୍ଣନୀୟ ଥିଲା ତେଣୁ,ଚୌଧୁରୀ ପିତା ମାତା ଝିଅ ର ନାମକରଣ କରିଥିଲେ ରୂପାଲି ବୋଲି।
ଦିନେ କୌଣସି କାରଣ ବଶତଃ ଦୀପକ୍ଙ୍କ ଲାପଟପ ପୂଜା ଙ୍କ ନିକଟରେ ରହିଯାଇଥିଲା ପୂଜା ଏବଂ ରୂପାଲି ଦୀପକ୍ଙ୍କ ଲାପଟପରେ ଚିତ୍ରଗୁଡିକ ଦେଖୁ ଦେଖୁ ରୂପାଲି ମଧ୍ୟ ପଡିଗଲେ ଦୀପକ ଙ୍କ ପ୍ରେମରେ କେବଳ ଦୀପକଙ୍କ ଫୋଟୋଗୁଡିକ ଦେଖି ।ଆଉ ମନ କଥା କହିବସିଲେ ନିଜ ବାନ୍ଧବୀ ପୂଜାଙ୍କୁ ଯେ,ସେ ଦୀପକଙ୍କୁ ପସନ୍ଦ କରନ୍ତି ବୋଲି ।ଦିନେ ପୂଜା ଫୋନ କରି ଦୀପକଙ୍କୁ କହିଲେ ଯେ ରୂପାଲି ତାଙ୍କୁ ପସନ୍ଦ କରନ୍ତି ।ବ
ବାସ୍ ଏତିକିରେ ଦୀପକଙ୍କ ପାଦ ଆଉ ତଳେ ପଡ଼ିଲାନି ସେ ଯାହା ଚାଂହୁଥିଲେ ତାହା ଆପେ ଆପେ ନିଜ ନିକଟକୁ ଆସୁଥିବା ଜାଣି ଖୁସିରେ ଆତ୍ମବିଭର ହୋଇଗଲେ,ଆଉ ଦେଖି ଚାଲିକେ ସେଇ ସ୍ୱପ୍ନ ସବୁ ଯାହା ଜଣେ ଯୌବନର ପ୍ରଥମ ଖସଡ଼ା ପାହାଚରେ ଦେଖେ ।ଏହା ମଧ୍ୟରେ ରୂପାଲି ଏବଂ ଦୀପକ ପରସ୍ପରକୁ ବୁଝିପାରିଛନ୍ତି କେବଳ ଖଣ୍ଡେ ଫୋନ ଯୋଗେ ।କିଛିଦିନର ଭଲ ପାଇବାରେ ସେମାନେ ପହଞ୍ଚିଗଲେ ପ୍ରେମର ନିଷିଦ୍ଧ ଉପତ୍ୟକା କୁ ପାଖରେ ଥିବା ପୁଷ୍ପବନରୁ କେବେ ଭଅଁର ସାଜି ମଧୁ ସଂଗ୍ରହ କଲେତ କେବେ ପୁଣି ନୀଳ ଗଗନ ରେ ନୂଆ ପରଲଗା ପକ୍ଷୀ ହୋଇ ଉଡ଼ିବୁଲିଲେ ।କେବେ ପୁଣି ସ୍ୱପ୍ନର ନଈ କୂଳେ ବଗୁଲା ବଗୁଲୀ ସାଜି ନିରୀମଳ ଜଳ କୁ ଆଇନା ଭାବି ଦୁହିଁଙ୍କ ଚେହରାକୁ ଏକାଠି ଦେଖିଲେ ।ପାଠ ପଢା ସହ ପ୍ରେମ ପାଠ କୁ ମଧ୍ୟ ଉଚିତ ଢଙ୍ଗରେ ପଢିବାରେ ମାହିର ଥିଲେ ରୂପାଲି ଏବଂ ଦୀପକ ।ଦୀପକ ଦିନେ ଶୁଣିବାକୁ ପାଇଲେ ଯେ ରୂପାଲି ତାଙ୍କ ବ୍ୟତୀତ ଅନ୍ୟ ଏକ ପୁଅକୁ ଦୀର୍ଘଦିନ ହେବ ଭଲ ପାଉଛନ୍ତି ।ଏବଂ ବିବାହ କରିବାକୁ ସଂକଳ୍ପ କରିଛନ୍ତି ।ଏହା ଏକ ଇର୍ଷାଜନିତ ଖବର ଭାବି ଦୀପକ ହାଲୁକା ଭାବେ ଗ୍ରହଣ କଲେ ।ସବୁ ଦିଗରୁ ଅନୁସନ୍ଧାନ ସହ ଦୀପକ ନିଶ୍ଚିତ ହୋଇଗଲେ ଯେ ଏହା ମିଛ ନୁହେଁ ବରଂ ରୂପାଲି ଙ୍କ ସହ ବବୁଲୁ ଙ୍କ ସହ ସମ୍ପର୍କ ଅଛି ଏବଂ ସେମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହୁଛି ।ଚିନ୍ତାରେ ପଡିଗଲେ ଦୀପକ ରୂପାଲି ଙ୍କ ଏହା କି ପ୍ରକାର ପ୍ରେମ?ଯଦି ଅନ୍ୟ ବବୁଲୁଙ୍କ ସହ ତାଙ୍କ ର ସବୁ ସମୟ କାଟିବାର ନିଷ୍ପତ୍ତି ଅଛି ତେବେ କାହିଁକି ତାଙ୍କୁ ଭଲ ପାଇବାର ଅଭିନୟ କରୁଛନ୍ତି ଆଉ ଏତେ ଉଚ୍ଚ ସ୍ୱପ୍ନ ଦେଖାଉଛନ୍ତି ?କେଉଁ ସ୍ୱାର୍ଥ ପାଇଁ ସେ ତାଙ୍କୁ ଭଲ ପାଉଛନ୍ତି ।ନା କେବଳ ସମୟ ଅତିବାହିତ କରିବା ପାଇଁ ସେ ପ୍ରେମ କରୁଛନ୍ତି ?ଏମିତି ହଜାରେ ପ୍ରଶ୍ନ କୁ ସମାଧାନ କରୁକରୁ ଅର୍ଦ୍ଧ ପାଗଳ ହୋଇଗଲେଣି ଦୀପକ ।ଶାନ୍ତ ସରଳ ଜୀବନରେ ଆସିଯାଇଛି ଜୁଆର ଆଉ ଧୋଇ ନେଇଛି ଗଢିଥିବା ପ୍ରେମ ବାଲିଘରକୁ ।ସ୍ୱପ୍ନର ମହଲ ଭୁଶୁଡି ପଡିଛି,କାହିଁକି ଏମିତି କଲ ବୋଲି ରୂପାଲି ଙ୍କୁ ପ୍ରଶ୍ନ କରିବାପାଇଁ ଦୀପକ୍ଙ୍କ ପାଖରେ ସାହସ ନାହିଁ ।କାହିଁକିନା ସେ ସେତେବେଳକୁ ଅତି ନିଜର କରିସାରିଛନ୍ତି ରୂପାଲି ଙ୍କୁ ।ସେ ଯାହାବି ହେଉ ରୂପାଳିଙ୍କୁ ଛାଡିବା ସହଜ ନଥିଲା ତାଙ୍କ ପାଖେ ।ଦିନେ ଦୀପକଙ୍କୁ ରୂପାଲି ଙ୍କ ପିତା ମାତା ଫୋନ କରି କହିଲେ ରୂପାଲି ଙ୍କୁ ଭୁଲିଯିବା ପାଇଁ ।କାହିଁକି ନା ସେମାନେ ଝିଅର କ୍ୟାରିଅର କଥା ଚିନ୍ତା କରୁଥାନ୍ତି ।ରୂପାଲି ଏବଂ ଦୀପକଙ୍କ ପ୍ରେମ କାହାଣୀ ଚୌଧୁରୀ ଫ୍ୟାମିଲି ରେ ପହଂଚି ସାରିଥିଲା ତେଣୁ ସବୁ ଦିଗକୁ ଦୃଷ୍ଟି ଦେଇ ନିଜ ପ୍ରେମିକା ରୂପାଲିର ଭବିଷ୍ୟତ ପାଇଁ ଦୀପକ ଦୁରେଇ ଯିବା ହିଁ ଠିକ୍ ଭାବିଲେ ।ଏହି ସମୟରେ ଏକ ଗୁରୁତର ସମସ୍ୟା ଆସି ଠିଆ ହେଲା ଦୀପକଙ୍କ ସାମ୍ନାରେ ।ରୂପାଲି ଜାଣିବାକୁ ପାଇଲା ଯେ ଦୀପକ ତାଙ୍କ ବିଷୟରେ ସବୁ ଜାଣିଗଲେ ଏବଂ ନିଜ ଘରେ ମଧ୍ୟ ଆମ ଦୁଇଜଣଙ୍କ ବିଷୟରେ ଜନିଯାଇଛନ୍ତି ।ଏଇଠି ମନ ବଦଳାଇଦେଲେ ରୂପାଲି ।ମିଛ ଅଭିନୟରୁ ସତ ସତିକା ଭଲ ପାଇବସିଲେ ଦୀପକଙ୍କୁ ।କିନ୍ତୁ ବହୁତ ବିଳମ୍ବ ହୋଇସାରିଥିଲା ସେତେବେଳକୁ ଦୀପକ ରୂପାଲି ଙ୍କ ପିତାମାତାଙ୍କୁ କଥା ଦେଇସାରିଥିଲେ ଯେ ସେ ରୂପାଳିଙ୍କୁ ଭୁଲିଯିବେ ବୋଲି ।ରୂପଲିଙ୍କ ନିକଟରୁ କିଛି ବାଟ ପଛକୁ ଫେରିଆସି ଭୁଲିବା ପାଇଁ ଚେଷ୍ଟା କଲେ  ଦୀପକ କିନ୍ତୁ ପାରିଲେନି ସେ ଦୁଇ ଦେହ ର ମିଳନ ଯାହା ବିବାହ ବୋଲି କୁହାଯାଏ ତାହା ବୋଧହୁଏ ଦୀପକଙ୍କ ଭାଗ୍ୟରେ ନଥିଲା ରୂପଲିଙ୍କ ସହ ।ଆଜି  21 ବର୍ଷ ରେ ପାଦ ଦେଇଛନ୍ତି ଆଗ ଅପେକ୍ଷା ଅଜସ୍ର ସମ୍ପତ୍ତି ର ମାଲିକ ସେ ବ୍ୟବସାୟ ଖୁବ ଭଲ କରିବା ସହ ପାଠ ପଢା ମଧ୍ୟ ଖୁବ ଭଲ କରୁଛନ୍ତି ଦୀପକ ।ଆଗର କାର୍ କୁ ବଦଳାଇ ଏବେ ନୂଆ କରି ଦାମୀ କାର୍ ଟିଏ କିଣିଛନ୍ତି ,କିନ୍ତୁ ପାଖ ସିଟରେ ବସିବା ପାଇଁ ଅତୀତ ର ସେହି ପ୍ରେମିକା ରୂପାଲି ନାହିଁ ।ସବୁ କିଛି ବଦଳି ଯାଇଛି ତାଙ୍କ ଜୀବନରେ,ଅନେକ କଥା କୁ ସେ ପାଶୋରି ଦେଲେଣି।କିନ୍ତୁ ଭୁଲି ପାରୁନାହାନ୍ତି ସେହି ଅଭିନୟ ପ୍ରେମର ନାୟିକା ଛଳନା ସୁନ୍ଦରୀ ରୂପାଲି କୁ ।କେମିତି ବା ଭୁଲିବେ ନହୁଲି ବୟସର ପ୍ରଥମ ପ୍ରେମର ପ୍ରଥମ ସ୍ବପ୍ନ କୁ ସେ କେମିତି ଭୁଲିବେ ?ଆଜି ମାର୍ଗଶିର ର ମଧ୍ୟ ବୟସର ଶୀତୁଆ ରାତିରେ ବାହାରେ ଭୀଷଣ ଥଣ୍ଡା ।ନିଆଁ ପାଖରେ ବସି ଦୁଇ ଟୋପା ଅଶ୍ରୁ ସହ କୋହ ଭରା କଣ୍ଠ ରେ ଦୀପକ କହି ଉଠନ୍ତି ମନକୁ ମନ ଶୂନ୍ୟ ଆକାଶ ର ଜହ୍ନ କୁ ଚାହିଁ,ତୁମେ ପୁଣିଥରେ ଦେଖା ହୁଅ ରୂପାଲି ହୁଏତ ମୁ ସାଇତା ଅଶ୍ରୁକୁ ତୁମରି ସାମ୍ନାରେ ନିଗାଡ଼ି ଦେବି,ମୁଁ କଥା ଦେଉଛି ରୂପାଲି ତୁମପାଇଁ ଅସରନ୍ତି ଅଶ୍ରୁ କୁ ନଈ କରି ବୁହାଇଦେବି ମୋ ଆମାନିଆ ଆଖିରୁ ।କିନ୍ତୁ ତୁମକୁ ଭଲ ପାଇବାର ଇଛା କୁ କେବେ ଜାଗ୍ରତ କରିପାରିବିନି ।ତୁମେ ତ ଘୃଣା କରିବା ମୋତେ ଶିଖେଇ ଦେଲ ।ସତରେ ଏହି କୋମଳ ବୟସରେ ପ୍ରେମ କୁ ଉଚିତ ମାର୍ଗ ନ ମିଳିଲେ କେତେ ଯେ ଯନ୍ତ୍ରଣା ଭୋଗିବାକୁ ହୁଏ ତାହା ଦୀପକଙ୍କ ବ୍ୟତୀତ ସେ ହିଁ ଜାଣିବ ଯେ କି ସେହି ବାଟ ରେ ଆସିଥିବ ।ପ୍ରେମ ଏକ ପ୍ରଶ୍ନବାଚୀ ନିଶ୍ଚିତ ରୂପେ ।ଯାହାର ସମାଧାନ ଦୀପକ କରିପାରୁନାହାନ୍ତି ।
ରାତ୍ରୀ 12 ଟା ବାଜିଗଲାଣି  କେତେ ବେଳେ ଦୀପକଙ୍କୁ ନଜର ନାହିଁ ।ହଠାତ ଫୋନ ର ଘଣ୍ଟି ବାଜିଲା ।ତରବରରେ ଫୋନ ଦେଖିଲେ ଦୀପକ ତାଙ୍କ ମା ଫୋନ କରି ସେଇ ପରିଚିତ ସ୍ନେହ ସ୍ୱରରେ କହିଲେ ରାତି ଅନେକ ହେଲାଣି ଦିପୁ କେଉଁଠି ଅଛୁ ଶୀଘ୍ର ଆସ ଖାଇବୁ ।ଖାଦ୍ୟ ଥଣ୍ଡା ହୋଇଗଲାଣି ଆଉ ମୋତେ ନିଦ ବି ଲାଗିଲାଣି ।ଗମ୍ଭୀର ସ୍ୱର ରେ ହଁ ଆସୁଛି କହି ଯିବାକୁ ଉଦ୍ୟତ ହେଲେ ଦୀପକ ।ମିଞ୍ଜି ମିଞ୍ଜି ତାରାଙ୍କ ଗହଣରେ ସଫେଦ ଜହ୍ନକୁ ଦେଖି ଦୁଇ ହାତ ମେଲାଇ କହିଲେ ଦୀପକ ।ହେ ପ୍ରିୟା ପୁଣି ଦେଖା ହେବ ଆର ଜନମ ରେ ଆମର ।କାଳେ ତୁମେ ଛଳନା ସୁନ୍ଦରୀ ରୁ ଜନ୍ମ ନେଇଥିବ ଏକ ପବିତ୍ର ହୃଦୟ ଥିବା ଷୋଡଶି ସୁନ୍ଦରୀ ହୋଇ ଏହି ବିଶ୍ୱାସ ମୋର ଅଛି  |

*ସୀମାଞ୍ଚଳ ରଣା*
ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ
କୁର୍ତ୍ତମଗଡ଼,କନ୍ଧମାଳ
8280913966(what'sapp)


Rate this content
Log in

Similar oriya story from Romance