Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Inspirational

3.9  

Prakash Sahoo

Inspirational

ଦୃଶ୍ୟ ଆର ପାରି ର

ଦୃଶ୍ୟ ଆର ପାରି ର

4 mins
369


ସବୁ ପ୍ରକାର ପୂର୍ବ ପ୍ରସ୍ତୁତି ପରେ ଯୁଦ୍ଧ ଜାହାଜ ର ସମୟ ଆସି ସାରିଥାଏ ମୁମ୍ବାଇ ସହର ସହିତ ସବୁ ସମ୍ପର୍କ ଛିନ୍ନ କରି ଭିନ୍ନ ଏକ ଦୁନିଆ କୁ ଯିବାକୁ। ଯେଉଁଠି ଥାଏ କେବଳ ଆକାଶ,ପାଣି ଆଉ ସେମାନେ ଭାବ ର ଆଦାନପ୍ରଦାନ କରନ୍ତି ପବନ ମାଧ୍ୟମ ରେ।ନବ ବିବାହିତ ବଧୂ ର ଗୃହ ପ୍ରବେଶ ପରି ବିଶାଳ ସମୁଦ୍ର ଜାହାଜ କୁ ସ୍ଵାଗତ କରେ।ମହାସାଗର ର ନୀଳ ଲହଡି କୁ ଚିରି ଆଗ କୁ ଆଗ କୁ ବଢି ଚାଲେ ଜାହାଜ ।କିଛି ଦୂର ବାଟ ର ସାଥି ହୁଅନ୍ତି କିଛି ପକ୍ଷୀ ସେମାନେ ଉଡୁଥାନ୍ତି ଜାହାଜ ର ଗତି ସହିତ ସମାନ୍ତରାଳ ହୋଇ।

ପ୍ରତିଦିନ ଆଖି ସାମ୍ନା ରେ ପ୍ରତିଫଳିତ ମୁମ୍ବାଇ ସହର ଧୀରେ ଧୀରେ ଦୁରେଇ ଯାଏ।ସହର ଟି କ୍ରମଶଃ ଝାପ୍ସା ହେବା କୁ ଲାଗେ।ଉଚ୍ଚ ଅଟ୍ଟାଳିକା, ତାଜ ହୋଟେଲ,ଭାରତୀୟ ରିଜର୍ଵ ବ୍ୟାଙ୍କ ର ମୁଖ୍ୟାଳୟ ସବୁ ଡ୍ରଇଂଙ୍ଗ ପେପର ର ସ୍କେଚ ଭଳି ଦେଖା ଯାଆନ୍ତି।ବାସ ତା ପରେ ଖାଲି ଆକାଶ ,ପାଣି ଆଉ ପବନ ମୁମ୍ବାଇ ସହର କେଉଁଆଡ଼େ ହଜିଯାଏ ଆଖି ସାମ୍ନା ରୁ ସେହି ଡ୍ରଇଂଙ୍ଗ ଖାତା ର କେଉଁ ଗୋଟେ ପୃଷ୍ଠା ରେ।

ନେଟୱର୍କ ଛିନ୍ନ ହେବା ପୂର୍ବ ରୁ ନିଜଲୋକ ଙ୍କ ସହିତ ଶେଷ ଦୁଇ ପଦ ଫୋନ ରେ କଥା ହୋଇ ଫେରିଆସିବାର ପ୍ରତିଶୃତି ଦେବା ପରେ ସମସ୍ତେ ବିଦାୟ ନିଅନ୍ତି କିଛି ଦିନ,ସପ୍ତାହ ଅବା ମାସ ପାଇଁ ଦେଶ ର ଜଳ ସୀମା ଏବଂ ଭାରତୀୟ ମଚାର୍ନ୍ତ ଶିପ କୁ ସୁରକ୍ଷା ଦେବା ଲାଗି।ଏହି ଦିନ ମାନ ଙ୍କ ରେ ଭୁଲିବାକୁ ହୁଏ ଆପଣା ର ଲୋକ ମାନ ଙ୍କୁ ।ଜାହାଜ କୁ ସ୍ୱାଗତ କରେ ଆର ପାରି ଦୁନିଆ ର ଭିନ୍ନ ଏକ ଅସ୍ଥାୟୀ ପରିବାର।ମାଟି ବଦଳରେ ପାଣି,ସହର ବଦଳ ରେ ସାଗର ଆଉ ସେହି ଅକାତ, ଅମାପ ବିଶାଳ ସମୁଦ୍ର ରେ ଖେଳି ବୁଲୁଥିବା ଜଳୀୟ ଜୀବ ହୁଅନ୍ତି ନୂଆ ବନ୍ଧୁ।ଆରମ୍ଭ ହୁଏ ଆର ପାରି ଦୁନିଆ ର ସୁମଧୁର ଆଉ ମନଲୋଭା ଦୃଶ୍ୟ।

ଦିନ ର ଆରମ୍ଭ ହୁଏ ସୂର୍ଯ୍ୟ ଙ୍କ ସୁନେଲି କିରଣ ରେ।ସକାଳ ର ସାମୁଦ୍ରିକ ମୄଦ୍ୟୁ ପବନ ବହୁଥାଏ।ଚତୁର୍ଦ୍ଦିଗ ର ଲବଣ ଯୁକ୍ତ ପାଣି ରେ ସୁନା ର ପତଳା ସ୍ତର ପଡିଥାଏ। ବେଳେ ବେଳେ ସମୁଦ୍ର ର ଲହଡି ସେହି ସ୍ତର କୁ ଦୋହଲାଇ ଦେଉଥାଏ।ଜାହାଜ ର ଆଖ ପାଖ ରେ ଡ଼ଲଫିନ,ଫ୍ଲାଇଙ୍ଗ ଫିଶ,ଜଲି ଫିଶ ମାନ ଙ୍କ ର କ୍ରୀଡା ମନ ର ଉଦାସପଣ କୁ ଦୂର କରେ।କିଛି ମାଇଲ ଦୂର ରେ ଥିବା ଦେଶୀ ଏବଂ ବିଦେଶୀ ଜାହାଜ ,କ୍ରୁଜ ଜାହାଜ ମାନେ କାର୍ତିକ ମାସ ରେ ନଦୀ ର ସ୍ଥିର ଜଳ ରେ ଭାସୁଥିବା କାଗଜ ତିଆରି ଡ଼ଙ୍ଗି ପରି ମନେ ହୁଏ।

ସମୂଦ୍ର ର ଅନେକ ଛୋଟ ବଡ଼ ଦ୍ବୀପ କୁ ଅତିକ୍ରମ କଲାବେଳେ ପିଲା ଦିନ ର ଜୋଗ୍ରାଫି ବହି କଥା ମନେ ପଡେ।ଯେମିତି ଭିନ୍ନ ଭିନ୍ନ ପ୍ଲେଟ ମାନ ଙ୍କୁ ନେଇ ଦ୍ଵୀପ,ଛୋଟ ଛୋଟ ଦ୍ବୀପ ମାନ ଙ୍କୁ ନେଇ ମହାଦ୍ବୀପ ଆଉ ଏହି ମହାଦ୍ବୀପ କୁ ନେଇ ଆମ ପୃଥିବୀର ର ନିର୍ମାଣ।କିନ୍ତୁ ଜାହାଜ ରୁ ଦେଖାଯାଉଥିବା ସେହି ଛୋଟ ବଡ଼ ଦ୍ବୀପ ଗୁଡିକ ଆମେ ରହୁଥିବା ଦ୍ବୀପ ଅପେକ୍ଷା ବହୁତ ଗୁଣ ରେ ଛୋଟ।ଦୃଶ୍ୟମାନ ସେହି କ୍ଷୁଦ୍ର ଦ୍ବୀପ ରୁ ଆଖି ନେଉଟାଇ ନେବା ପାଇଁ ଇଛା ହୁଏ ନାହିଁ।ନା ଥାଏ ପ୍ରଦୂଷିତ ଜଳ ବାୟୁ ନା ଥାଏ ଶବ୍ଦ ପ୍ରଦୂଷଣ।ହତ୍ୟା ,ଲୁଣ୍ଠନ, ଭ୍ରଷ୍ଟାଚାର ଆଉ ପ୍ରତାରଣା ମୁକ୍ତ ଏବଂ ସୁନ୍ଦର ସବୁଜିମା ଭରା ଶାନ୍ତ ଆଉ ନିର୍ମଳ ପରିବେଶରେ ଭ୍ରମଣ କରି ନୂତନ ପ୍ରଜାତି ର ବୃକ୍ଷ,ସରୀସୃପ ଏବଂ ଜୀବଜନ୍ତୁ ମାନ ଙ୍କୁ ଆବିଷ୍କାର କରିବାର ଦିବାସ୍ବପ୍ନ ରେ ମନ ବିଭୋର ହୋଇଉଠେ।ଜାହାଜ ର ଲମ୍ବା ହରନ ମନ କୁ ପୂର୍ବ ଅବସ୍ଥା କୁ ଫେରାଇ ଆଣେ।

ସନ୍ଧ୍ୟା ସମୟ ର ଦୃଶ୍ୟ ବର୍ଣ୍ଣନା କରିବା କଷ୍ଟକର କେବଳ ଅନୁଭବ କରିହୁଏ।ସୂର୍ଯ୍ୟସ୍ତ ସହିତ ରଜନୀ ର ଆଗମନ ହୁଏ।ନୀଳ ପରି ଦେଖା ଯାଉଥିବା ମହାସାଗର ଟି ଅଙ୍ଗାର ପରି କଳା ପାଲଟିଯାଏ।ବେଳେବେଳେ ଜହ୍ନ ଆଲୁଅ ରେ ଛୋଟ ଛୋଟ ଲହଡି ଗୁଡିକ ଝଲକୀ ଉଠନ୍ତି।ଏବେ ଆଉ କୌଣସି ଜଳୀୟ ଜୀବ ର କ୍ରୀଡା ଡେଖିବାକୁ ମିଳେନି ସମସ୍ତେ ଶୋଇପଡ଼ନ୍ତି ଗଭୀର ସମୁଦ୍ର ଜଳ ରେ ଦିନ ତମାମ କ୍ରୀଡ଼ାରତ ହୋଇ ଥକିଯାଇଥାନ୍ତି।

ରାତି ଆରମ୍ଭ ରେ ମହାସାଗର ର ମଧ୍ୟଭାଗ ରେ ଭାସୁଥିବା ଜାହାଜ ର ଉପର ଭାଗ ରେ ବସି ଚତୁର୍ଦିଗ କୁ ଦେଖିଲା ପରେ ସାମାନ୍ୟ ଭୟ ଲାଗିବା ସ୍ୱାଭାବିକ।ଆକାଶ କୁ ଚାହିଁଲେ ମିଞ୍ଜି ମିଞ୍ଜି ହେଉଥିବା ତାରା ଆଉ ଜହ୍ନ ସେମାନ ଙ୍କ କ୍ଷୀଣ ଆଲୁଅ ରେ କିଛି କୁହନ୍ତି ଏହି ଯେମିତି "ଆମେ ଅଛୁ ସବୁଠି ଆଉ ରହୁଥିବୁ ସବୁଠି ତୁମ ସାଥିରେ ତୁମେମାନେ ଧରିତ୍ରୀ ର କୋଳ ରେ ହିଁ ଅଛ ନିଜ କୁ କେବେ ଏକା ମନେ କର ନାହିଁ " ମନେ ହୁଏ କବି ଅବା ଭାବୁକ ଟେ ହୋଇ ଏହି ଜହ୍ନ ଆଉ ତାର ମାନ ଙ୍କୁ ନେଇ ନୂଆ କବିତା ଲେଖିବା କୁ।

ଶାନ୍ତ ସମୁଦ୍ର ବି ବେଳେବେଳେ ଅଶାନ୍ତ ହୋଇ ଉଗ୍ର ରୁପ ଧାରଣ କରେ ।କେବେ ପ୍ରଚଣ୍ଡ ଉତ୍ତାପ ତ ପୁଣି କେବେ ହାଡ଼ଭଙ୍ଗା ଶୀତ।ଶୀତ ଦିନେ କୁହୁଡି ଏବଂ ବର୍ଷା ଦିନେ ବର୍ଷା ର ପ୍ରଭାବ ରେ ଭିଜିବିଲିଟୀ କମ ରୁହେ।ଯେଉଁଠି ପାଇଁ ଜାହାଜ କୁ ଆଗକୁ ଅତିକ୍ରମ କରିବାରେ ସାମାନ୍ୟ ଅସୁବିଧା ର ସମ୍ମୁଖୀନ ହେବା କୁ ପଡେ।ବର୍ଷା ଦିନେ ସାମୁଦ୍ରିକ ଝଡ଼ ର ଭୟ ରୁହେ।ଏହି ସମୟରେ ସମୁଦ୍ର ଅଶାନ୍ତ ରୁହେ ଯାହା ଜାହାଜ ରେ କାର୍ଯରତ ନାବିକ ମାନ ଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।ମାତ୍ର ଏହି ଦୁର୍ଦ୍ଦିନ ବେଶୀ ଦିନ ପାଇଁ ରୁହେ ନାହଁ।

ରାତି ପରେ ଦିନ ଆଉ ଦୁଃଖ ପରେ ସୁଖ ଆସିବା ପରି ସମୁଦ୍ର ରେ କିଛି ଦିନ ର ଡିପ୍ଲୟମେଣ୍ଟ ସଫଳତା ସହିତ ଶେଷ ହେବା ପରେ ।ପ୍ରତ୍ୟାବର୍ତ୍ତନ ହୁଏ ମୁମ୍ବାଇ ସହର କୁ ।ଆରପାରି ଦୁନିଆ ରୁ ନିଜ ଦେଶ ର ମାଟି ମା କୋଳ କୁ ଫେରି,ନିଜ ଲୋକ ଙ୍କ ସହିତ ଫୋନ ରେ କଥା ହୋଇ ସୁରକ୍ଷିତ ଯାତ୍ରା ର ସମ୍ବାଦ ଦେବା ପରେ ବିଗତ ଦିନ ର ଦୁଃଖ ଦୁରେଇ ମନ ହାଲକା ହୋଇଯାଏ।ଜାହାଜ ଟି ପୋତାଶ୍ରୟ ଲାଗିବା ପରେ ପୁଣି ଥରେ ମୁମ୍ବାଇ ସହର ର କେଉଁ ସିନେମା ହଲ ,ପାର୍କ,ହୋଟେଲ ଆଉ ମରାଇନ ଡ୍ରାଇଭ ଯିବା ର ପୂର୍ବ ପ୍ରସ୍ତୁତି ଆରମ୍ବ ହୋଇଯାଏ।


Rate this content
Log in

Similar oriya story from Inspirational