Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଯାତ୍ରୀ – ଭାଗ ୨

ଯାତ୍ରୀ – ଭାଗ ୨

6 mins
7.8K


ଏହି ପି୍ଳ ଗଛ ତଳେ ଅନ୍ୟ ପିଲାମାନଙ୍କ ସଙ୍ଗେ କେତେ ଦିନ କେତେ ଖେଳ ଖେଳିଛି । କେତେ ନିଶ୍ଚିନ୍ତରେ ସମୟ କଟାଇଛି । ଖରାଦିନ ଦୁଇପହର ଝାଉ(ଗରମ ପବନ)ରେ , କେତେଦିନ ସାଙ୍ଗ ପିଲାମାନଙ୍କ ସଙ୍ଗରେ ଖେଳିଛି ଓ ଖେଳିବାରୁ ବାପଠାରୁ ଗାଳି ଖାଇଛି । ମନେ ପଡ଼େ ପ୍ରଥମ ଯୌବନର କଥା ଯେତେବେଳେ ତାର ପୁଅ ଚନ୍ଦ୍ର ଜନ୍ମ ହୋଇନଥିଲା । ଚନ୍ଦ୍ରର ମାଆ କେତେଥର ନଦୀରୁ ମାଠିଆମାନଙ୍କରେ ପାଣି ବୋହି ଏହି ଗଛମୂଳ ଦେଇ ଯାଇଛି । ଆଶ୍ୱସ୍ତିର ନିଶ୍ୱାସ ମାରେ ପଧାନ ବୁଢ଼ା । ଏ ବୁଢ଼ାର ଓ ପିଲାପିଲିଙ୍କର ଏ ବିତ୍ତି ଓ ଦୁଃଖ ଦେଖିବାକୁ ଆଜି ପଧାନ ବୁଢ଼ୀ ବଞ୍ôଚନାହିଁ । ବଞ୍ôଚଥିଲେ କେତେ କାନ୍ଦୁଥାନ୍ତା । ଭଗବାନଙ୍କୁ କେତେ ଡାକୁଥାନ୍ତା । ‘ହେ ଭଗବାନ’, ବୋଲି କାତର କଣ୍ଠରେ ଡାକିଲା ପଧାନ ବୁଢ଼ା । “କିଏ? ପଧାନ ମଉସା? ଏ ଅନ୍ଧାରେ କ’ଣ କରୁଛ ଏଠାରେ ଏକା ବସି?” ଜଣେ ଆଗନ୍ତୁକର ସ୍ୱର ଜଣାଗଲା । “କିଏ? ଶ୍ୟାମ? କ’ଣ ଆଉ କରିବି? ଭାଗ୍ୟକୁ ସୁମରୁଛି । କେତେ ମହାପାତକ କରିଥିଲି ଯେ ଆଜି ପୁଅ ନାତି ସମସ୍ତଙ୍କୁ ଧରି ଦେଶ ଛାଡ଼ିବାକୁ ହେଉଛି । ସେଥିାଇଁ ଭଗବାନଙ୍କୁ ଗୁହାରୁଛି ।” “କାଲି ତୁମେ ଅନ୍ୟ କେଉଁ ଗାଁକୁ ଚାଲିଯାଉଛ ପରା? କେଉଁ ଗାଁକୁ ଯାଉଛ?” ପଚାରିଲା ଶ୍ୟାମ ବାରିକ । ଶ୍ୟାମ ବାରିକ ଏ ପର୍ଯ୍ୟନ୍ତ ଗାଁ ଛାଡ଼ି ଚାଲିଯାଇନାହିଁ । ବୁଢ଼ାକୁ ସେ ମଉସା ବୋଲି ଡାକେ । “କେଉଁଠାକୁ ଆଉ ଯିବୁଁ । ଚନ୍ଦ୍ର ସମ୍ବଲପୁର ଯାଇଛି ଟ୍ରକ୍ ଠିକଣା କରି, କାଲି ସକାଳେ ସେ ଫେରି ଆସିବ ଟ୍ରକ୍ ଧରି । ସେଇଥିରେ ଜିନିଷପତ୍ର ନେବୁଁ । ଆମେ ତ ଅନ୍ୟ ଜାଗାରେ ଜମିବାଡ଼ି କିଛି ଠିକଣା କରିନାହୁଁ । ସେଇଥିାଇଁ କୁମାରବନ୍ଧ ଗାଁକୁ ଯାଇ ଝିଅ ଘରେ କିଛିଦିନ ରହିବୁ । ସେଠାରୁ ପୁଅ ଯାଇ ଜମିବାଡ଼ି କେଉଁଠି କିଣିବ, ତା’ପରେ ସେଠାକୁ ଯିବୁଁ । ବର୍ତ୍ତମାନତ ମଝି ସମୁଦ୍ରରେ ଭାସିବୁ ।”

“ଆମର ବି ତ ସେହି ଦଶା ।” କହିଲା ଶ୍ୟାମ, “କାହିଁ ଘର ଘାଟି ଠିକଣା ହୋଇନାହିଁ । ପୁଲିସ୍ ଆମକୁ ଥରକୁ ଥର ଘରୁ ତଡ଼ୁଛି । କେଉଁଠାକୁ ଯିବୁଁ ଏ ଯାଏ ଭାବିନାହିଁ । ଯାହା କରମରେ ଥିବ ହେବ ।” ଉଭୟେ ନିରବ ହେଲେ । ଚିନ୍ତା ଯେଉଁଠୁଆଗକୁ ଯାଇ ନ ପାରି ପଥଭ୍ରଷ୍ଟ ହୁଏ, ସେଠି ଭାଷା ମଧ୍ୟ ବନ୍ଦ ହୁଏ । ଦୁଇଜଣଙ୍କର ଏକ ଦୀର୍ଘ ନିରବତା ଯେପରି ପରସ୍ପରକୁ ସହାନୁଭୂତିର ଏକ ନିବିଡ଼ ବନ୍ଧନରେ ବାନ୍ଧିବାକୁ ଚେଷ୍ଟା କରୁଥାଏ । ଶେଷରେ ନିରବତା ଭଙ୍ଗ କରି ଶ୍ୟାମ କହିଲା, “ଚାଲ, ନଦୀକୁ ଯିବା । ଡେରି ହେଲାଣି ।”ଉଭୟେ ଚାଲିଲେ ଇବ ନଦୀର ଘାଟ ଆଡ଼କୁ ।

ନିଦ୍ରାହୀନ ଅସରନ୍ତି ରାତି । ବାବାଜୀ ପଧାନ ଦାଣ୍ଡ ଦୁଆରେ ବାଉଁଶ ଖଟିଆରେ ପଡ଼ି ଭାବୁଛି ଅତୀତର କଥା ଓ କଳ୍ପନା କରୁଛି ନିଜର ଓ ପିଲାମାନଙ୍କର ଅନିର୍ଦ୍ଦିଷ୍ଟ ଭବିଷ୍ୟତର କଥା । ଘରେ ପୁଅ ଚନ୍ଦ୍ରର ସ୍ତ୍ରୀ ଉଷା ଓ ତା’ର ପାଞ୍ଚ ବରଷର ପୁଅ ଗୋବିନ୍ଦ କେତେବେଳୁ ଖିଆପିଆ ସାରି ଗଭୀର ନିଦ୍ରାରେ ମଗ୍ନ । ବୁଢ଼ା ଖଟରେ ପଡ଼ି କଡ଼ ଲେଉଟୁଛି ଓ ଛଟପଟ ହେଉଛି । ତା’ର ଅସ୍ୱସ୍ତିକୁ ବଢ଼ାଇଦେଉଛି ଗ୍ରାଷ୍ମକାଳର ଆକାଶର ଖଣ୍ଡ ମେଘ ଓ ବାୟୁର ନିଶ୍ଚଳତା । କେତେବେଳେ ବୁଲା କୁକୁରର ରଡ଼ି ରାତ୍ରିର ନିସ୍ତବ୍ଧତା ଭଙ୍ଗ କରି ଦେଉଛି । ଦୂର ହୀରାକୁଦର ମେସିନ୍ ଗୁଡ଼ିକର ସ୍ୱର କ୍ଷୀଣ ହେଲେ ମଧ୍ୟ ସ୍ପଷ୍ଟ ଭାବରେ ଶୁଣାଯାଉଛି । ମଝି ମଝିରେ ଗାଁ ମଝିରେ ଯାଇଥିବା ସମ୍ବଲପୁର-ମୁରା ରାସ୍ତାରେ ଯା ଆସ କରୁଥିବା ମୋଟର ଓ ଟ୍ରକ୍ର ତୀବ୍ର ଆଲୋକ ଓ ଘର୍ଘର ସ୍ୱର ତାକୁ ଚକିତ କରି ଦେଉଛି । ଏଇ ଅଳ୍ପ କେତେ ଦିନ ମଧ୍ୟରେ ସେ ଦେଖିଲାଣି ଏପରି କେତେ ଦୃଶ୍ୟ ଯାହାକୁ କି ଆସନ୍ତାକାଲି ତାକୁ ନିଜକୁ ଦେଖାଇବାକୁ ହେବ । ଦିନ ନାହିଁ, ରାତି ନାହିଁ, କେତେ ଟ୍ରକ୍ ତା’ର ଆଖି ସାମନାରେଚାଲିଛି, ତାହାରି ପରି ହତଭାଗ୍ୟ ଲୋକଙ୍କୁ ସକୁଟୁମ୍ବେ ଘରଦ୍ୱାର ଠାରୁ ବହୁଦୂରରେ କେଉଁ ଏକ ଅଜଣା ରାଇଜକୁ ନେଇ ଚାଲିଛନ୍ତି । କେତେକେତେ ଛୋଟ ଛୋଟ ମାଟିର ଦୁନିଆକୁ ଉପାଡ଼ି ନେଇ କେଉଁଠି ରଖିବେ କିଏ ଜାଣେ? ଦିନ ଦୁଇପ୍ରହରରେ ଭୀଷଣ ଖରାରେ ଟ୍ରକ୍ରେ ଲଦା ଯାଇଛି ବସ୍ତା ଉପରେ ବସ୍ତା, ପୁରା ଉପରେ ପୁରା, ତା’ ଉପରେ ଖଟ, ଶେଜ, ବିଛଣା, ହାଣ୍ଡି, ମାଠିଆ, ପୁରୁଣା କବାଟ, ଦୁଆରବନ୍ଧ ଏବଂ ଅନ୍ୟାନ୍ୟ ଗୃହ ଉପକରଣ ସାମଗ୍ରୀ ଓ ସବୁ ଜିନିଷପତ୍ର ଉପରେ ବସିଛନ୍ତି କେତେ ଜଣା

ଅଜଣା ପରିବାର ପିଲା ଛୁଆଙ୍କୁ ଧରି । ସେହିରି ରାତି ଅଧରେ ଛୁଟିଛି ସେହି ରାସ୍ତା ଦେଇ ଟ୍ରକ୍ ପଛରେ ଟ୍ରକ୍ । ହୁଏତ ଘୁମନ୍ତ ଶିଶୁକୁ କାଖରେ ଧରି କେଉଁଠି ମା’ ଟ୍ରକ୍ ଉପରେ ଲଦା ହୋଇଥିବା ବସ୍ତା ଉପରେ ଢୋଳାଇପଡ଼ିଛି, କେଉଁଠି ବୁଢ଼ା ବୁଢ଼ୀ ଟ୍ରକ୍ ଉପରେ ବଲ୍ ପରି ନାଚି ନାଚି ଯିବା ଦ୍ୱାରା ଅସ୍ୱସ୍ତିରେ, ଯନ୍ତ୍ରଣାରେ ମୁହଁ ବିକୃତ ଦେଖାଯାଉଛି ।କାଲି ସକାଳେ ଘରଦ୍ୱାର ଛାଡ଼ି ଯିବାକୁ ହେବ । ବୁଢ଼ା ମନେମନେ ହିସାବ କରୁଛି କେଉଁ ଜିନିଷ ନିଆଯିବା ପାଇଁ ବନ୍ଧାଛନ୍ଦା ହୋଇ ରଖାଯାଇଛି । ଛୋଟ ଛୋଟ ବାରଟି ପୁଡ଼ାରେ ପ୍ରାୟ ତିନି ପୁଡ଼ୁଗ (ଧାନର ମାପ) ଧାନ । ବାରଟା ବସ୍ତାରେ ପ୍ରାୟ ନଅ ପସ୍ତମୀ (ଚାଉଳର ମାପ) ଚାଉଳ ।

ପାଞ୍ଚଟି ବସ୍ତାରେ ମୁଗ ଓ କୋଳଥ । ବାସନ, କୁସନ ଦୁଇଟି ବସ୍ତାରେ ଭର୍ତ୍ତି କରି ରଖାଯାଇଛି । ବାକ୍ସ, ପେଡ଼ି, ଶିଳ, ଚକି ସବୁ ଗୋଟି ଗୋଟି କରି ମନେମନେ ହିସାବ କରିଗଲା । ବଳଦ ଦୁଇହଳ ପଡ଼ୋଶୀ ରାମ ପଣ୍ଡାଙ୍କର ଜିମାରେ ଦେଇଛି ତା’ର ପୁଅ । କୁଟୁମ୍ବକୁ କୁମାରବନ୍ଧ ଗାଆଁରେ ଛାଡ଼ିଦେଇ ଆସିଲା ପରେ ଚନ୍ଦ୍ରମଣି ବଳଦମାନଙ୍କୁ ନେଇଯିବ । ଏ ସବୁ ନେଲା ପରେଘରେ ଲାଗିଥିବା ଇଟା, ପଥର, କାଠ, କବାଟ ପ୍ରତି ପଧାନ ବୁଢ଼ାର ମୋହ । ଏ ସବୁ କ’ଣ କେତେ ଦାମ୍ର ଜିନିଷ । ଅନ୍ୟ ଲୋକେ କାଠ ବାଉଁଶ, ଘର ଖପରା, କବାଟ ସୁଦ୍ଧା ନେଇ ଯାଉଛନ୍ତି ଅନ୍ୟ ଜାଗାରେ ନୂଆ ଘର ତିଆରି କରିବା ପାଇଁ । କିନ୍ତୁ ଏ ଜାଗାରୁ ଚାଲିଗଲେ ଅନ୍ୟ କୌଣସିଠାରେ ଠିଆ ହେବାକୁ ସୁଦ୍ଧା ତା’ର ନିଜର ଜମି ନାହିଁ । ଏତେ ଦାମ୍ର ଘର ଉପକରଣମାନ ନେଇ କେଉଁଠି କୁଡ଼ିଆ ଖଣ୍ଡିଏ କରିବାକୁ ସୁଦ୍ଧା ତା’ର ଜମି ନାହିଁ । କାଲିଠାରୁ ସେ ହେବ ପୂରା ପର ଆଶ୍ରିତ । ତେଣୁ ଏତେ ଦାମ୍ର ଘର ଉପକରଣମାନ ତା’ର ବଢ଼ି ପାଣିରେ ଆହୁତି ଦେବାର ଛଡ଼ା ଉପାୟ ନାହିଁ । ଜ୍ୟେଷ୍ଠ କୃଷ୍ଣ ସପ୍ତମୀର ନିଷ୍ପ୍ରଭ ଚନ୍ଦ୍ର ବଉଳ ଗଛର ଉହାଡ଼ରୁ ଉଇଁଲା । ମନେ ପଡ଼ିଲା ତା’ର କେଉଁ ଏକ ସ୍ୱପ୍ନମଧୁର ଅତୀତ ଯୁଗର କଥା । ସେତେବେଳେ ସେ ଚନ୍ଦ୍ର ପରି ଯୁବକ ଥିଲା ଏବଂ ଚନ୍ଦ୍ର ଥିଲା ତା’ର ନାତି, ଗୋବିନ୍ଦ ପରି ଗୋଟିଏ ପାଞ୍ଚ ବର୍ଷର ଶିଶୁ । ଏହିରି ଏକ ଅସ୍ୱସ୍ତିକର ମେଘସଙ୍କୁଳ ରାତିରେ ଗାଁ ସଡ଼କରେ ସେ ଶୋଇଥିଲା ଚନ୍ଦ୍ରର ମା’ ଓ ଶିଶୁ ଚନ୍ଦ୍ର ପାଖରେ । ଏମିତି ପାଣ୍ଡୁର ଚନ୍ଦ୍ର ଉଇଁଥିଲା, ହୁଏତ ସେ ଦିନ, ତା’ର ମନରେ କେତେ କାମନା ଜାଗ୍ରତ କରିବାକୁ । ତା’ର ବୟସ କେତେ ସୁଖରେ ଗଡ଼ିଯାଇଛି । ସେତେବେଳେ ସେ କ’ଣ ଭାବିଥିଲା ତା’ର ସେଇ ସମୟର ପାଞ୍ଚ ବର୍ଷର ପୁଅ ବଡ଼ ହେଲା ପରେ ଏତେ ଦୁଃଖଭୋଗିବ? ସେ କ’ଣ ସେ ଦିନରେ ଭାବିଥିଲା, ଦିନେ ତାକୁ ଘରଦ୍ୱାର ଛାଡ଼ିଏକ ଅନିର୍ଦ୍ଦିଷ୍ଟ ଦେଶକୁ ସବୁଦିନ ପାଇଁ ଯିବାକୁ ପଡ଼ିବ? ପଧାନ ବୁଢ଼ାର ଶୁଖା ପଞ୍ଜରା ହାଡ଼ରୁ ବାହାରି ପଡ଼ିଲା ଏକ ଦୀର୍ଘନିଶ୍ୱାସ । ନିଜର ଅତୀତ ସୁଖ-ଶାନ୍ତିଭରାଜୀବନ ଓ ପୁଅର ଭବିଷ୍ୟତ ଦୁଃଖ-ଦୁଶ୍ଚିନ୍ତା ଆଶଙ୍କା କରି ତା’ର ହାତ ଗୋଡ଼ ଅବଶ ହୋଇ ପଡ଼େ । ଚିନ୍ତାର ଧାରା ସ୍ତବ୍ଧ ହୋଇପଡ଼େ । ଏମିତି ଆଉ ଏକ ଖରାଦିନିଆ ରାତିର କଥା ତା’ର ମନେ ପଡ଼ିଲା । ସେ ସମୟରେ ଚନ୍ଦ୍ରକୁ ପ୍ରାୟ ସାତ ବର୍ଷ ହୋଇଥିଲାଣି । ସେଇ ରାତିରେ ମଧ୍ୟ ଆକାଶରେ ଉଇଁଥିଲା ଏହିରି ଏକ ପାଣ୍ଡୁର ଚନ୍ଦ୍ର, ଆଉ ଆଗରେ ଜଳୁଥିଲା ତା’ର ଗର୍ଭଧାରିଣୀ ମାଆର ଚିତାଗ୍ନି, ଗାଁ ମଶାଣିରେ । ଆଜିର ଏ ରାତି ବାବାଜି ପଧାନକୁ ମନେ ପକାଇ ଦେଉଥାଏ ସେହି ଅଶୁଭ ରାତିର କଥା । ଗର୍ଭଧାରିଣୀ ମାଆର ଚିତାଗ୍ନି ଯେପରି ଗାଆଁ ମଶାଣିରୁ ଧୀରେ ଧୀରେ ଘୁଞ୍ôଚଯାଇ ହୀରାକୁଦରେ ଖୁବ୍ ଜୋର୍ରେ ଜଳୁଛି, ତା’ର ଜନ୍ମମାଟିର ମଶାଣି ନିଆଁ ରୂରେ । ଆଉ ସେହି ନିଆଁର କ୍ଷୀଣ ଆଲୋକ ଦେଖାଯାଏ ଅସ୍ପଷ୍ଟ ଭାବରେ ଦକ୍ଷିଣ ଦିଗରେ ଜଳୁଥିବା ହୀରାକୁଦର ଆଲୋକରୁ । ବହୁତ ବର୍ଷ ପୂର୍ବେ ତାକୁ ଯେପରି ଗର୍ଭଧାରିଣୀ ମାଆର ମାୟାର ବନ୍ଧନ ତୁଟାଇବାକୁ ପଡ଼ିଥିଲା, ଆଜି ମଧ୍ୟ ସେହିରି ତାକୁ ମାଟିର ମାଆର ମମତାର ବନ୍ଧନ ଛିଣ୍ଡାଇବାକୁହେବ । ପଧାନ ବୁଢ଼ା ଆଉ ଭାବିାରେ ନାହିଁ । ଥକା ହୋଇ ପଡ଼ି ରହେ ଖଟରେ । କ୍ରମେ ପାହାନ୍ତିଆର ତରା ଉଇଁଲା । ପୂର୍ବ ଦିନମାନଙ୍କ ପରି ପୂର୍ବ ଦିଗରେ ସିନ୍ଦୂରା ଫାଟିଲା ଆକାଶରେ ମେଘ ଖଣ୍ଡମାନଙ୍କୁ ସୁନେଲି ରଙ୍ଗରେ ଚିତ୍ରିତ କରି । ଅନ୍ୟ ଦିନ ପରି ଆଜି ମଧ୍ୟ ଶୁଣାଗଲା ପକ୍ଷୀମାନଙ୍କର ଆନନ୍ଦମୟ କଳରବ । ସକାଳ ହେଲା । କିନ୍ତୁ ପଧାନ ବୁଢ଼ାର ଜୀବନରେ ସବୁଠାରୁ ଅଶୁଭ ପ୍ରଭାତ ଆଜି । ଏକ ଅହେତୁକ ଦୁର୍ବଳତାରେ ହାତ, ଗୋଡ଼ ଅବଶ ହୋଇ ବନ୍ଧା ହେଲା ପରି ମନେ ହେଉଥାଏ । ବଡ଼ି ସକାଳୁ ଉଠି ବୋହୂ ଚଞ୍ଚଳ ରନ୍ଧାବଢ଼ା ସାରିବା ପାଇଁ ତିଆର ହେଉଛି, ଯେପରିକି ଘରୁ ବାହାରିବା ପୂର୍ବରୁ ସମସ୍ତଙ୍କର ଖିଆପିଆ ଚଞ୍ଚଳ ଶେଷ ହୋଇଯିବ । ନାତି ନିଶ୍ଚିନ୍ତ ମନରେ ଶୋଇଛି । ବର୍ଷ ବର୍ଷର ଅଭ୍ୟାସ ଆଜି ସୁଦ୍ଧା ପଧାନ ବୁଢ଼ାକୁ ତା’ର କ୍ଷେତ ଆଡ଼କୁ କଢ଼ାଇ ନେଲା । ଜମି ବୋଲି ତା’ର ପାଞ୍ଚ ଏକର, ଜମି ଭିତରେ ମହୁଲ ପାଞ୍ଚ ଗଛ ଏବଂ ତେନ୍ତୁଳି ଦୁଇ ଗଛ । ପିତୃ ପିତାମହର ସ୍ମୃତିଘେରା, ସୁନା ଫଳାଉଥିବା ସେହି ଜମି ଆଜି ମରୁଭୂମି ପରି ଶ୍ରୀହୀନ । ମାର୍ଗଶୀର ମାସରେ ଫସଲ ଉଠିବା ପରେ ଆଉ ସେଠାରେ ଏ ବର୍ଷ ହଳ କରାଯାଇ ନାହିଁ, ଖତ ଦିଆଯାଇ ନାହିଁ, ନିତାନ୍ତ ଲକ୍ଷ୍ମୀଛଡ଼ା ମଶାଣି ପରି ଖାଁ ଖାଁ କରୁଛି । ଏପରି ସୁନ୍ଦର ଜମିର ଏପରି ଅଯତ୍ନ ହେବ, ପଧାନ ବୁଢ଼ା ଏ କଥା କେବେ କଳ୍ପନା କରିନଥିଲା । ଆଜି ଶେଷ ଦେଖା । ବିଦାୟର ଦିନ । ମଶାଣିରେମା’ର ଚିତାରେ ନିଆଁ ଲଗାଇଲା ପରେ ଯେପରି ସେ ଦିନେ ମୁହଁ ଫେରାଇ ଚାଲି ଯାଇଥିଲା, ଆଜି ସେହି ରି ଛଳଛଳ ଆଖିରେ ଶେଷ ଥର ପାଇଁ ଜମିର ଦେଖା ସାରି, ସେ ଫେରିଲା ଘରକୁ ।


Rate this content
Log in

Similar oriya story from Classics