Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଉଚିତ ଶିକ୍ଷା

ଉଚିତ ଶିକ୍ଷା

2 mins
7.8K


ସୁଧାକର ରାଉତ

ମକ୍ରାମପୁର ଛୋଟ ଗାଁଟିଏ । ସେହି ଗାଁରେ ନଟବର ପଲେଇର ଘର । ପରିବାର କହିଲେ ନଟବର ଓ ତା’ ସ୍ତ୍ରୀ ବୀଣା । ସେମାନଙ୍କର କୌଣସି ସନ୍ତାନ ସନ୍ତତି ନାହିଁ । ନଟବର ଅତି କୃପଣ । ତା’ର କଞ୍ଜୁସ୍‌ପଣ ଯୋଗୁଁ ଗାଁଟା ସାରା କେହି ତାକୁ ଭଲ ପାଆନ୍ତି ନାହିଁ । ପ୍ରଥମେ ପ୍ରଥମେ ବୀଣା ସ୍ୱାମୀର ଏପରି ବ୍ୟବାହରରେ ଅତିଷ୍ଠ ହୋଇଯାଉଥିଲା । ପରେ କିନ୍ତୁ ତା’ର ସବୁ କିଛି ଦେହସୁହା ହୋଇଗଲା ।

ନଟବରର କୂଅଟିଏ ଥାଏ । କୂଅର ପାଣି ପରିଷ୍କାର ଓ ମଧୁର । ସେ କୂଅରୁ ପାଣି ନେବା ପାଇଁ ପଡ଼ୋଶୀମାନେ ଆସିଲେ , ସେମାନଙ୍କୁ ସେ ରୋକ୍‌ ଠୋକ୍‌ ମନା କରିଦିଏ । ସମସ୍ତେ ଅସନ୍ତୁଷ୍ଟ ହୋଇ ଫେରନ୍ତି । ଯୋଗୀ , ଭିକାରୀଙ୍କୁ ଭିକ ମୁଠିଏ ଦେବାର କେହି କେବେ ତାକୁ ଦେଖି ନାହାନ୍ତି । ତା’ଘର ନିକଟରେ ବହୁତଗୁଡ଼ିଏ କଦଳୀ ଗଛ ସେ ଲଗାଇଛି । କାଳେ କଦଳୀପତ୍ର କିଏ ମାଗିବ , ସେଥିପାଇଁ ସେ ବାଡ଼ିରେ ବାଡ଼େଇ କଦଳୀପତ୍ରକୁ ଫଟାଇ ଦିଏ ।

ଥରେ ବୀଣାକୁ ଭିଷଣ ଥଣ୍ଡା ହେଲା । କାଶ ମଧ୍ୟ ହେଲା । ସେ ନଟବରକୁ ତା’ଦେହ କଥା କହିଲା । ନଟବର ତ ପଇସା ଖର୍ଚ୍ଚ କରିବାକୁ ଆଗଭର ! ସେ କହିଲା ଥଣ୍ଡା ଆପେ ଆପେ ଭଲ ହୋଇଯିବ । ଆସ୍ତେ ଆସ୍ତେ ବୀଣାର ଲହରା କାଶ ହେଲା । ପଡ଼ୋଶୀମାନେ ପରାମର୍ଶ ଦେଲେ ତୁଳସୀପତ୍ର ସଙ୍ଗେ ମହୁ ଖାଇବାକୁ । ବୀଣା ଏକଥା ନଟବରକୁ କହିଲା । ସେ ମହୁ ବଜାରରୁ ନ କିଣି ଆମ୍ବ ଗଛରେ ଯେଉଁ ମହୁ ଫେଣା ଅଛି ସେଥିରୁ ମହୁ ସଂଗ୍ରହ କରିବ ବୋଲି ତା’ ସ୍ତ୍ରୀକୁ କହିଲା । ବୀଣା ତାକୁ ବାରଣ କରିବା ସତ୍ତ୍ୱେ ସେ ମାନିଲା ନାହିଁ ।

ମହୁ ସଂଗ୍ରହ ପାଇଁ ଆମ୍ବ ଗଛରେ ନଟବର ଚଢ଼ିଲା । ହାତରେ ବାଡ଼ିଟିଏ ଥାଏ । ମହୁଫେଣା ନିକଟରେ ପହଞ୍ଚି ଭାବିଲା , ବୋଧହୁଏ ସେଥିରେ ମହୁମାଛି ନାହାଁନ୍ତି । ସେ ଯେମିତି ବାଡ଼ିରେ ମହୁ ଫେଣାକୁ ଛୁଇଁଛି , ମହୁମାଛିମାନେ ତାକୁ ଆକ୍ରମଣ କଲେ । ବୋପାଲୋ , ମାଆଲୋ , ମରିଗଲି , ମରିଗଲି କହି ସେ ତଳକୁ ଓହ୍ଲାଇ ଘରକୁ ଦୌଡ଼ିଲା । ସେମାନଙ୍କ ଦଂଶନରେ ତା’ର ମୁହଁ , ଦେହ ସବୁ ଫୁଲିଗଲା । ବାଧ୍ୟ ହୋଇ ସେ ଔଷଧ ଖାଇ ଧୀରେ ଧୀରେ ସୁସ୍ଥ ହେଲା । ମହୁ ଟିକେ ନ କିଣି ତା’ ପରିବର୍ତ୍ତେ ସେ ଅନେକ କଷ୍ଟ ପାଇଲା ଓ ପଇସା ମଧ୍ୟ ଖର୍ଚ୍ଚ କଲା । ଏବେ ତା’ର କଞ୍ଜୁସ୍‌ପଣ ଆଉ ନାହିଁ । ମହୁମାଛିମାନେ ତାକୁ ଉଚିତ୍‌ ଶିକ୍ଷା ଦେଲେ ।


Rate this content
Log in

Similar oriya story from Classics