Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMRITA PANI

Tragedy

5.0  

AMRITA PANI

Tragedy

ନର୍କ

ନର୍କ

2 mins
570


ଜୟନ୍ତୀ ଙ୍କ ମୋବାଇଲ୍ ଟା ଘନ ଘନ ବାଜି ଚାଲି ଥାଏ । ଠାକୁର ଘରୁ  ଦୌଡ଼ି ଗଲେ ମୋବାଇଲ ଟି ଆଡ଼େ । ହଁ କମଳା ଅପା ଓଳଗି ହଉଛି । ଠାକୁର ପୂଜା ସାରିଲାଣି ଯେ  ଟିକିଏ ପୁରାଣ ଟା ପଢ଼ୁଥିଲି ମ  କଣ କରିବି ତୁ ତ ଜାଣିଚୁ ମୋର ବାରମାସ ରେ ତେର ଓଷା । ଆଉ କଣ ଅଛି ଏ ଜୀବନ ରେ କହିଲୁ ? ଏ ମିଛ ମାୟା ସଂସାର ରେ ଆଜି ମଲେ କାଲି କି ଦି ଦିନ । ଓଷା ବ୍ରତ କରି ପୁଣ୍ୟ ଅର୍ଜନ କରିବା କଥା । ନହେଲେ ମଲା ପରେ   ନର୍କ ଗାମୀ ହେବାକୁ ପଡ଼ିବ   । ତେଣୁ ମୁଁ ଦିନ ରାତି ସେଇ ରାଧା ମାଧବ ଙ୍କ ସେବା ରେ ନିଜକୁ ଉତ୍ସର୍ଗ କରିଦେଇଛି । ସବୁ ତାହାରି ମାୟା ରାଧେ କୃଷ୍ଣ ,ରାଧେ କୃଷ୍ଣ 

ହଉ ହଉ କହ ଏଥର  ସେ ରମେଶ ଭାଇନା ର ଫୁଲେଇ ଝିଅ ମାନଙ୍କ ର ଖବର କଣ ବା ? କଣ କୁଆଡେ ବାହାରେ ରହି ପାଠ ପଢୁଛନ୍ତି ପରା । ବୁଝିବ ଯେ, ଯେତେବେଳେ ନେଡ଼ି ଗୁଡ଼ କହୁଣୀ କୁ ବୋହି ଯାଇଥିବ । ଆଛା କହିଲୁ ସେ ମଞ୍ଜୁ ଖବର କଣ ? ତା 'ବୋହୁ କୁଆଡ଼େ ବହୁତ ଯାନୀ ଯୌତୁକ ଆଣିଛି ?   ମୁଁ ତ  ସାନ ପୁଅ ବେଳକୁ  ସଫା ସଫା କହିଦେବି ,  ହୋଣ୍ଡା ସିଟି ଗାଡ଼ି ଆଉ ଗୋଟିଏ ଡୁପ୍ଲେକ୍ସ ଘର ଯିଏ ଦେବ ସେଠି ହିଁ ବାହାଘର ହେବ ।

ଝଣ ଝଣ ହୋଇ ଏକ ଶବ୍ଧ ଶୁଣି  ଦୌଡ଼ି ଗଲେ ଜୟନ୍ତୀ   ଆଲୋ ଆଲୋ , ଏ  କଣ କଲୁ ତୁ ବଜ୍ଜାତ ଟୋକି । ତୋ ମା କୁଆଡ଼େ ଗଲା ଡାକେ ତାକୁ । ଆଜି ଦୁଇ ଜଣ କୁ ପାନେ ଦେଉଛି । କଷିକି ଏକ ଥାପଡ଼ ମାରିଲେ କୁନି ନାତୁଣୀ ଗାଲ ରେ । ଭୟାତୁର ଚାହାଣି ରେ   ମା କୁ ଜାବୋଡି ଧରି କାନ୍ଦୁଥାଏ କୁନି  ଝିଅ ଟି ।   ବେସ୍ତ ହୋଇ ଫୋନ  ପୁଣି ଲଗାଇଲେ କମଳା ।  କଣ ହେଲା କିଲୋ ଫୋନ କାହିଁକି କାଟିଦେଲୁ ? କଣ କହିବି ଅପା , ସେ ବଦମାସ ଟୋକି ମ ।   ବୋହୁ ର ଝିଅ ମାମାଲି , ମୋର ଆଂଠୁଆ ଗୋପାଳ ଙ୍କ ଭୋଗ  ପାଇଁ  ରଖିଥିବା ଖିରି କୁ ଖାଉଥିଲା । କଷିକି ଦେଲି ଥାପଡ଼ ଦିଟା । କହିଲି   ,  ଠାକୁର ଙ୍କ ଭୋଗ କୁ ଅଇଁଠା କରିଛୁ , ତତେ ନର୍କ ଗତି ହେବ । କେତେ ଥର କହି ଥିଲି  , ମାମାଲି  ଜନ୍ମ ହେବା ପୂର୍ବ ରୁ ଥରୁଟିଏ ଲିଙ୍ଗ ନିରୂପଣ ପରୀକ୍ଷା କରିଦେବା ,   ମୋ ସ୍ତ୍ରୀ ବୋଲକରା ପୁଅ ମୋ କଥା ଶୁଣିଲାନି  । ଆପଣା ସୁନା ତ ଭେଣ୍ଡି । କାକୁସ୍ଥ ହୋଇ ବୋହୁ  କୁନି ଝିଅ ର ଲୁହ ପୋଛୁ ପୋଛୁ ଅନାଉଥିଲା ଦୋଳି ରେ ଝୁଲୁଥିବା ଆଂଠୁଆ ଗୋପାଳ ଙ୍କ ପିତୁଳା ଆଡ଼କୁ । ରକ୍ତ ଚାଉଳ ଚୋବାଉଥିଲେ ଜୟନ୍ତୀ ।

କିଛି ବର୍ଷ ପରେ....

ଏକ ଅନ୍ଧାରିଆ କୋଠରୀ ରେ ପକ୍ଷାଘାତ ଅବସ୍ଥା ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜୟନ୍ତୀ ଚିନ୍ତା କରୁଥିଲେ ; ଜୀବନ ଯାକ ଭଗବତ ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ବି କଣ ପାଇଁ ତାଙ୍କୁ ଏହି ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ୁଚି କେଜାଣି ? ଝର୍କା ଆଡ଼ୁ ଦଲକାଏ ଶୀତୁଳିଆ ପବନ ଭାସି ଆସିଲା   ଶିହରି ଉଠିଲେ ଜୟନ୍ତୀ । ଜେଜେମା.... ଡାକରେ ମୁଣ୍ଡ ଉଠାଇ ଚାହିଁଲେ ଜୟନ୍ତୀ । ଔଷଦ ଖୁଆଇ ସାରି ଚାଦର  ଘୋଡାଇଦେଲା  ଡାକ୍ତରୀ ଶେଷବର୍ଷ ଛାତ୍ରୀ ଏବଂ ତାଙ୍କ ବୋହୁର ଝିଅ ମାମାଲି । ଖଡ଼ ଖାଡ଼ ହୋଇ କାନ୍ଥ ରେ ଦୋହଲୁ ଥିଲା ମୁରୁକି ମୁରୁକି ହସୁଥିବା ବାଳଗୋପାଳ ଙ୍କ ଚିତ୍ର ଥିବା କ୍ୟାଲେଣ୍ଡର୍ ଟି |


Rate this content
Log in

Similar oriya story from Tragedy