Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦିଦା

ଦିଦା

2 mins
7.3K


ଶ୍ଵେତା ରାଉତ

ସବୁଦିନ ସେ ସନ୍ଧ୍ୟାରେ ଆସେ । କଲୋନୀ ସାରା ସମସ୍ତଙ୍କ ଦ୍ଵାର ମୁହଁରେ ଠିଆହୋଇ ଘର ଭିତରକୁ ଝଙ୍କୁଥାଏ । ସତେଯେମିତି ସେ କାହାକୁ ଖୋଜୁଥାଏ ! ତା’ ଦେହର ଦୁର୍ଗନ୍ଧରୁ କଲୋନୀ ସାରା ଲୋକ ଜାଣି ଯାଆନ୍ତି ଦିଦା ଆସିଲା ।

ମୁଣ୍ଡରେ ଝଙ୍କାଳିଆ ଚୁଟି, ଯେମିତି କେଉଁ କାଳରୁ ପାନିଆ ବାଜିନି । ଦାନ୍ତ ଉପରେ ମାଟି ବସିଲା ପରି କଷରା ଦାଗ । ଆଣ୍ଠୁ ଉପରକୁ ପିନ୍ଧିଥାଏ ମଳି ପଟପଟ ଧୂସର ଛିଣ୍ଡା ଲୁଗା । ଲୋଚାକୋଚା ମୁହଁରେ ବେଳେବେଳେ ଭୟଙ୍କର ହସଟିଏ ହସୁଥାଏ ଦିଦା ।

ଦିଦା ସବୁବେଳେ ଛୋଟପିଲାଙ୍କୁ ଜାବୁଡି ଧରିବାକୁ ଚେଷ୍ଟା କରେ । ପିଲାମାନଙ୍କ ମୁହଁକୁ ବାଲୁବାଲୁ ହୋଇ ଚାହେଁ । କେତେବେଳେ ହସେ ତ କେତେବେଳେ କାନ୍ଦେ । ପାଗଲୀ ଦିଦାର ଭୟଙ୍କର ରୂପ ଦେଖି ପିଲାମାନେ ଡରରେ ଲୁଚିଯାଆନ୍ତି ।

ଦିନେ ସନ୍ଧ୍ୟାରେ ଆମ ଘରକୁ ଆସିଥିଲା ଦିଦା । ମୋ ଛୋଟ ଭାଇଭଉଣୀ ତାକୁ ଡରି ମୋ ପଛରେ ଲୁଚିଗଲେ । ହଠାତ ଦିଦା ବିଚିତ୍ର ହସଟିଏ ହସି ମୋ ପଛପଟୁ ଛଡେଇ ନେଇ ଗଲା ମୋ ଭାଇକୁ । ମୋ ଛୋଟ ଭାଇଟା ଚିତ୍କାର କରି କାନ୍ଦୁଥାଏ । ମୋତେ ବି ଡର ଲାଗୁଥାଏ । କଲୋନୀର ସବୁ ଲୋକ ଦିଦା କୁ ଘଉଡାଇବା ପାଇଁ ଟେକାପଥର ମରୁଥାନ୍ତି । ପାଟି କରୁଥାନ୍ତି । ଦିଦା କିନ୍ତୁ ମୋ ଭାଇକୁ ଛାଡୁ ନ ଥାଏ ।

କଲୋନୀର କେହି ଜଣେ ଦିଦାକୁ ଆଘାତ ଦେବାରୁ ଦିଦା ମୋ ଭାଇକୁ ଛାଡିଦେଲା । କିନ୍ତୁ ତାକୁ ଲୋକମାନେ ଏତେ ମରିଥା’ନ୍ତି ଯେ ତାହା ମୋତେ ବହୁତ କଷ୍ଟ ଦେଉଥିଲା । ଦିଦାର ଏ ଅବସ୍ଥା କେମିତି ଓ କାହିଁକି ହେଲା ଜାଣିବାକୁ ଚାହିଁଲାରୁ ମୁଁ ଜାଣିଲି, କିଛିବର୍ଷ ପୂର୍ବେ ବଣେଇଁ ମେଳାରେ ତା’ ପୁଅ ହଜିଯାଇଥିଲା । ଦିଦା ବହୁତ ଖୋଜିଲା, ହେଲେ ପାଇଲାନି । ପରଦିନ ଏନଏଚରେ ତା’ ପୁଅ ମରି ପଡିଥିଲା । ସେ ସେତେବେଳେ ତା’ ପୁଅକୁ ଦେଖି ପାଗଳୀ ପ୍ରାୟ କାନ୍ଦୁଥିଲା, କେହି ତାକୁ ସାନ୍ତ୍ଵନା ଅଳରେ କହିଥିଲା- ତୋ ପୁଅ ମରିନି, ଏଇ ପାଖ କଲୋନୀରେ ଅଛି । ଦିଦା ସେଦିନରୁ ତା’ ପୁଅକୁ ଖୋଜୁଛି , କାଲେ ସେ କଲୋନୀରେ ତା’ ପୁଅକୁ ପାଇଯିବ କାରଣ ସେ ବି ଗୋଟେ ମା’ । !


Rate this content
Log in

Similar oriya story from Classics