Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Tragedy

2  

Kamal Kumar Dash

Tragedy

ହାର୍ଟ ଆଟାକ

ହାର୍ଟ ଆଟାକ

2 mins
443


ବାଙ୍ଗାଲୋର ର ଏକ ରାସ୍ତାରେ ବୁଲୁ ବୁଲୁ ଦେଖା ହୋଇଗଲା ରମେଶ ସାର ନ୍କ ସାଙ୍ଗରେ | ସାରଙ୍କ ସାଥିରେ ଏମିତି ଦେଖା ହେବ ବୋଲି ବିଶ୍ୱାସ ହେଲାନି | ମୋ ଘର ପାଖ ସାଇ ମନ୍ଦିର କୁ ପୂଜା କରିବାକୁ ଆସିଥିଲେ ସାର ସାଙ୍ଗରେ ମାଉସୀ( ସାର ନ୍କ ସ୍ତ୍ରୀ) ଓ ନାତି ବି ଥଲେ | ମୁଁ ଦି ଜଣ ଙ୍କୁ ନମସ୍କାର ହେଲି ସାର ଖୁସିରେ କୁଣ୍ଢାଇ ପକାଇଲେ ପଚାରିଲେ କୁଆଡେ ଆସିଚୁ ବୋଲି | ମୁଁ କହିଲି ମୋ ପୁଅ ଏଠି କାମ କରୁଛି ତ ତାକୁ ଦେଖିବାକୁ ଆସିଛୁ | ସାରଙ୍କ ପୁଅ ଘର ବି ପାଖରେ ଥିଲା |ସେ ଓ ମାଉସୀ ତାଙ୍କ ଘର କୁ ଆସିବାକୁ ଆମକୁ ଡାକିଲେ |

    ସନ୍ଧ୍ୟା ରେ ଆମେ ତାଙ୍କ ଘରକୁ ବାହାରିଲୁ | ତାଙ୍କ ର ପୁଅ ବୋହୁ ଦିଜଣ ଚାକିରୀ କରନ୍ତି ଓ ଛୋଟ ପୁଅ ଏବେ ସ୍କୁଲ ଯିବା ଆରମ୍ଭ କରିଛି | ଛୁଟି ଥିବାରୁ ବୋହୁ ଘରେ ଥିଲା ଓ ପୁଅ କୁଆଡେ ଯାଇଥିଲା | ସବୁ ପୁରୁଣା କଥାର ଆଲୋଚନା ଚାଲିଲା |  ଆମ ଘରର ସମସ୍ତ ନ୍କ କଥା ପଚାରିଲେ | ଭାଇ ଭଉଣୀ କେଉଁଠି ରହୁଛନ୍ତି କଣ କରୁଛନ୍ତି | ବାପା ମା ଚାଲିଗଲେଣି ଶୁଣି ଦୁଃଖକଲେ | ସାର ରିଟାୟାର୍ଡ଼ କଲା ପରେ କଣ କରୁଛନ୍ତି ପଚାରିଲି ? ସାର କହିଲେ ଚାଲୁଚି ଓ ଖୁସି ରହିବାକୁ ଚେଷ୍ଟା କରୁଛି | ମାଉସୀଙ୍କୁ ଝିଅ ମାନଙ୍କ କଥା ପଚାରିଲି ସେ କହିଲେ ବଡ଼ ଝିଅ ଦିଲ୍ଲୀରେ ଓ ସାନ ଝିଅ ଜୋଇଁ ଲଣ୍ଡନ ରେ ରହୁଛନ୍ତି | ସାର୍ ନ୍କ ଛାତି କାଟିଲା ସେ ପାଣି ମାଗିଲେ | ମାଉସୀ ପାଣି ଦେଲେ | ସାମାନ୍ୟ ପାଣି ପିଇ ସେ ବସିଗଲେ | ମୁଁ କଣ କରିବି ଭାବୁଥିଲି ? ବୋହୁ ଆମ୍ବୁଲାନ୍ସ ଡାକିଲା ,20ମିନିଟ୍ ପରେ ଆମ୍ବୁଲାନ୍ସ ଆସି ପହଁଚିଲା ଆମେ ସମସ୍ତେ ସାରଙ୍କୁ ଧରି ହସ୍ପିଟାଲ ବାହାରିଲୁ | ଡାକ୍ତର ସାର୍ କୁଂ ଆଇସିୟୁ ରେ ଆଡମିଟ କଲେ କିଛି ସମୟ ପରେ ଡାକ୍ତର ଆସି କହିଲେ ସ|ର ଏବେ ଠିକ ଅଛନ୍ତି ତାଙ୍କର ସ୍ଟେନଟ ଲାଗିବ | ସାରଙ୍କ ପୁଅ କିଛି ସମୟ ପରେ ଆସି ପହଁଚିଲା ଓ ତା ଆଖିରେ ଲୁହ ଥିଲା ,ତାକୁ ବୁଝାଇ  କହିଲି ସାର ଜଲ୍ଦି ଠିକ ହୋଇଯିବେ | ଦି ଘଣ୍ଟା ପରେ ସାର ଙ୍କର ଆଞ୍ଜିଓ ପ୍ଲାସ୍ଟି କରାଗଲା ଓ 2ଟା ସ୍ଟେନଟ ଲାଗିଲା | ସାର ଆଇସିୟୁକୁ ଘଣ୍ଟେ ପରେ ଫେରିଲେ | ଆମକୁ ଦେଖି ପଚାରିଲେ କଣ ହୋଇଥିଲା ବୋଲି | ଦି ଦିନ ହସ୍ପିଟାଲ ରେ ରହିବ| ପରେ ସାର ଘରକୁ ଆସିଲେ | ଆମର ମନ ଦୁଃଖ ଦେଖି ସେ କହିଲେ ଆରେ କିଛି ହୋଇନି ମୋର, ବେଳେ ବେଳେ ଛାତି କାଟୁଥିଲା ଏବେ ଆଉ ସେପରି ହେବନି ବୋଲି ଡାକ୍ତର କହିଲେ ,ଆଉ ଦିଦିନ ପରେ ମୁଁ ଚାଲିବାକୁ ଯିବି | ତାଙ୍କ ଠୁ ଏସବୁ ଶୁଣି ଟିକେ ଭଲ ଲାଗିଲା ଓ ସIରଙ୍କର ପରୀକ୍ଷା ବେଳର ସେ ପୁରୁଣା କଥା ମନେ ପଡିଲା, ଜମା ଡ଼ରନି ସବୁ ଠିକ ହେବ , ପରୀକ୍ଷାରେ ସବୁ ଭଲ କରିବ | ମୁଁ ମନେ ମନେ ହସୁଥିଲି,କାରଣ ସାର ଏଥର ପରୀକ୍ଷାରେ ପାସ ହୋଇ ହସପିଟାଲରୁ ବାହାରିଥିଲେ | 


Rate this content
Log in

Similar oriya story from Tragedy