Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Padhy

Inspirational

3.3  

Padmalaya Padhy

Inspirational

ପ୍ରଥମ ପ୍ରଥମାଷ୍ଟମୀ

ପ୍ରଥମ ପ୍ରଥମାଷ୍ଟମୀ

6 mins
135


ପ୍ରଥମାଷ୍ଟମୀ ରେ ପ୍ରଥମ ସନ୍ତାନ କୁ ବନ୍ଦାଇବା ର ପରମ୍ପରା କୁ ସାମାନ୍ୟ ବଦଳାଇ ପ୍ରତିଭା ଦୁଇଟି ଯାକ ପୁଅଙ୍କୁ ବନ୍ଦଉଛନ୍ତି l ସାନ ପୁଅଟି କାହିଁକି ବା ଗୋଟେ ଭଲ ଦିନ ରେ ମୁହଁ ଫୁଲେଇ ବସିବ l ସ୍ୱାମୀ ରଜତ ବାବୁ ମଜା ରେ ବଡ ପୁଅ କୁ କହନ୍ତି ତୋ ମl ଭଲ ଉପାୟ କରୁଛି l ତୁମ ଦୁଇ ଜଣକୁ ହାତରେ ରଖୁଛି ଯେମିତି ଆମ ଭିତରେ ଝଗଡା ହେଲେ ତୁମେ ମାନେ ମା ପଟିଆ ହେବ ଓ ବାପା ଟି ବିଚରା ସମ୍ପୂର୍ଣ୍ଣ ଏକୁଟିଆ ହୋଇ ରହିଯିବ lସବୁ ବର୍ଷ ଭୋର ଚାରିଟା ରୁ ନିକି ର ମା ନିକି ସହିତ ଆସି ପ୍ରତିଭା ଙ୍କୁ ସାହାଯ୍ୟ କରି ହାତ ପାଖକୁ ସବୁ ଜିନିଷ ପତ୍ର ଯୋଗାଡି ଦେଇ ଚାଲି ଯାଏ ଓ ପ୍ରତିଭା ରକମ ରକମ ର ପିଠା କରିବାକୁ ଆରମ୍ଭ କରନ୍ତି l ରଜତ କହନ୍ତି ପ୍ରତିଭାଙ୍କ ସବୁ ପ୍ରତିଭା କାଳେ ପିଠା ରେ ହିଁ ପ୍ରତିଫଳିତ ହେଉଛି l ସତରେ ପ୍ରତିଭା କିନ୍ତୁ ଶହେ ପ୍ରକାର ପିଠା ବନେଇବାରେ ଉସ୍ତାଦ l ପଡୋଶୀ ମାନେ ତାଙ୍କ ଠୁ ଶିଖନ୍ତି ସିନା କିନ୍ତୁ ତାଙ୍କ ପରି କେହି କରି ପାରନ୍ତି ନାହିଁ lସବୁ ପିଠା ସରେନା ପର ଦିନ ପୁଣି ବଳକା ଜିନିଷ ନିକି ର ମା ନିଏ l ଦଶ ବର୍ଷ ହେଲାଣି ନିକି ର ମା ପ୍ରତିଭା ଙ୍କ ଘରେ କାମ କରି ଆସୁଛି l ନିକି ମଧ୍ୟ ମା କୁ କାମରେ ସାହାଯ୍ୟ କରେ l ଛ ବର୍ଷ ର ଝିଅ ନିକି ର କାମ ତା ମା ଠୁ ମଧ୍ୟ ଆହୁରି ନିଖୁଣ lନିକି ତା ପରିବାର ମଧ୍ୟରେ ସବୁଠୁ ବଡ l ତା ତଳେ ତାର ଆହୁରି ଦୁଇ ଭଉଣୀ ଓ ଗୋଟେ ଭାଇ l ନିକି ର ମା କେବେ ପ୍ରଥମାଷ୍ଟମୀ ପାଳେନାହିଁ ସିନା ନିକି କିନ୍ତୁ ବାବୁ ମାନଙ୍କ ଘରକୁ କାମ କରିବାକୁ ଯାଇ ସବୁ ଦେଖିଛି ଓ କେଉଁ ଦିନ କେଉଁ ପର୍ବ ମନା ଯାଏ ସବୁ କହି ଦେବ l

ହେଲେ ଏଇ ପ୍ରଥମାଷ୍ଟମୀ କୁ ନେଇ ନିକି ର ବଡ ଲୋଭ l ସେ କଦାପି ଖାଇବା ରଂକୁଣି ନୁହେଁ କିନ୍ତୁ ନୂଆ ଡ୍ରେସ ପିନ୍ଧି ବନ୍ଦାପନା ହେବାକୁ ଭାରି ମନ ତାର lବାପ ତାର ମା କୁ ଛାଡି ପାଖ ସାହି ରେ ଆଉ ଗୋଟେ ସ୍ତ୍ରୀ ରଖିଛି ଯାହାକୁ ପୁଣି ସାବତ ମା କୁହା ଯାଏ ବୋଲି ନିକି ଶୁଣିଛି l ସେ ମା ର ଦୁଇଟି ଝିଅ ଅଛନ୍ତି l ସେ ମା କିନ୍ତୁ ତା ନିଜ ଝିଅକୁ ବନ୍ଦାପନା କରି ଟିକା ଲଗାଇ ପିଠା ଖୁଆଇ ଦିଏ l ସାହି ରେ ମଧ୍ୟ ପିଠା ଆଣି ବାଣ୍ଟି ଥାଏ l କିନ୍ତୁ ନିକି ଘରେ ଦିଏନା l ନିକି ର ମା ସେ ସ୍ତ୍ରୀ ଲୋକ ର ସଉତୁଣୀ ବୋଲି ସାହିରେ ସମସ୍ତେ କହନ୍ତି l ତେଣୁ ସଉତୁଣୀ କୁ କୌଣସି ଉପହାର ଦିଆ ଯାଏନା !

ନିକି ସବୁ ପର୍ବ ପର୍ବାଣି ରେ ପ୍ରତିଭା ଙ୍କ ଘରୁ ଲୁଗା ପଟା ପାଏ l ସାନ ଭାଇ ଭଉଣୀ ମାନେ ବି ପାଆନ୍ତି l ଯେତେ ଜଣ ଙ୍କ ଘରେ ତା ମା କାମ କରେ ସମସ୍ତେ କିଛି ନାଁ କିଛି ଦିଅନ୍ତି l ସେମାନ ଙ୍କ ର ସେତିକି ରେ ଚଳି ଯାଏ l ହେଲେ ଏଇ ଯୋଉ ବନ୍ଦାପନା କଥା ଅଛି ସେଥିପାଇଁ ନିକି ତା ମା କୁ ଥରେ ପଚାରିଥିଲା ଯେ ତା ମା ଖାଲି କାନ୍ଦି ଥିଲା ସିନା କିଛି କହି ନଥିଲା l ତା ପରଠୁ ସେ ମା କୁ କେବେ ବି ବନ୍ଦାଇବାକୁ କହି ନାହିଁ l ମା କୁ ଯାହା କହିଲେ ବି ମା ବାପାକୁ ମନେ ପକାଇ କାନ୍ଦେ l ନିକି ମା ଆଖିରେ ଲୁହ ଦେଖି ପାରେନି lଥରେ ନୂଆ ମା ତା ଝିଅକୁ ବନ୍ଦାପନା କଲା ବେଳେ ନିକି ଯାଇ ଝରକା ବାଟେ ଦେଖୁଥିଲା ଯେ ତା ବାପl ଆସି ଧଡ଼ାସ କରି ଝରକା ବନ୍ଦ କରିଦେଲା l ତା ନିଜ ମା ବି କେତେ କଣ ଉପାସ ବ୍ରତ ରଖେ l ମା ନିର୍ଜଳା ସାବିତ୍ରୀ ବ୍ରତ କଲା ବେଳେ ନିକି ଭାବେ ସେ ବଡ ହେଲେ ତା ବର ପାଇଁ ଏମିତି ବ୍ରତ କରିବ l ସେ କଥା ଶୁଣିକି ତା ମା ପୁଣି ଉଦାସ ହୋଇଯାଏ ଓ ମା ର କାନ୍ଦ ଆରମ୍ଭ ହୋଇଯାଏ l 

ପ୍ରତିଭା ସବୁ ଦେଖନ୍ତି ଜାଣନ୍ତି l ନିକି ର ମା ଚାରୋଟି ଛୁଆଙ୍କୁ ଧରି କି ଅବସ୍ଥା ହେଉଛି କେମିତି ଦିନ କାଟୁଚି ସବୁ ଦେଖନ୍ତି କିନ୍ତୁ କିଛି କରି ପାରନ୍ତି ନାହିଁ l ପାରୁ ପର୍ଯ୍ୟନ୍ତ ନିକି ର ମା କୁ ପଇସା ପତ୍ର ଦେଇ ସାହାଯ୍ୟ କରନ୍ତି l ଆଉ କଣ ବା କରି ପାରିବେ ସେ lକାଲି ର ପ୍ରଥମାଷ୍ଟମୀ କିନ୍ତୁ ସବୁ ଥର ଠୁ ନିଆରା ଥିଲା ପ୍ରତିଭା ଙ୍କ ପାଇଁ l ନିକି ର ମା ଆସି ସବୁ ଯୋଗାଡ଼ି ଦେଇ ଚାଲିଗଲା l ସନ୍ଧ୍ୟା ରେ ଆସିବ ଯାହା ପିଠା ପଣା ବଳିଥିବ ନେଇକି ଯିବ l ସମସ୍ତଙ୍କ ଘରୁ ମିଶେଇ ଦେଲେ ତାକୁ ରୋଷେଇ କରିବାକୁ ପଡ଼େନି ସେଦିନ lପ୍ରତିଭାଙ୍କ ବଡ ପୁଅ ସିଲୁ ନିକି ଠୁ ବର୍ଷେ ବଡ ହେବ କି କଣ l କିନ୍ତୁ ମା ବାପା ଙ୍କୁ ବୟସ୍କ ଙ୍କ ଭଳି ଉପଦେଶ ଦେବ l ବଳକା ଖାଇବା ଦେଲା ବେଳେ କହିବମା ! ଆଉ ଟିକିଏ ଖିରି ଦିଅ ତାଙ୍କୁ l ତାଙ୍କ ଘରେ ଏତେ ପିଲା ଅଛନ୍ତି l ନିକି ଭାଗକୁ କିଛି ନଥିବ lମା ! ତୁମେ ନିକି ର ମା କୁ ଶାଢ଼ୀ ଦେଲ କିନ୍ତୁ ନିକି କଣ ଶାଢ଼ୀ ପିନ୍ଧି ପାରିବ ? ତା ପାଇଁ ବି ଗୋଟେ ଫ୍ରକ କିଣି ଆଣିଲନି lସେଦିନ ବନ୍ଦାପନା ସରିଲା ପରେ ସିଲୁ ର ସାନ ଭାଇ ଦିଲୁ ମଧ୍ୟ ଜିଦ ଧରି ବସିଲା ତାକୁ ବି ଠିକ ସେମିତି ବନ୍ଦାପନା ଦରକାର ଯେମିତି ଭାଇ କୁ କରାହେଲା l ତାକୁ ବୁଝାଇବାକୁ ଯାଇ ସିଲୁ କହିଲାଆମର ସିନା ବାପା ଅଛନ୍ତି ଚାକିରୀ କରି ଟଙ୍କା ଆଣିଲେ ମା ପିଠା ପଣା କରି ପୂଜା କରୁଛନ୍ତି l ନିକି ର ତ ବାପା ଛାଡି ଚାଲି ଯାଇଛନ୍ତି l ତାଙ୍କର ଏତେ ଟଙ୍କା ବି ନାହିଁ l ତାକୁ କିଏ ବନ୍ଦାପନା କରିବ ଆଜି ? କିନ୍ତୁ ସେ ତ ତୋ ଭଳି ଟିକେ ବି କାନ୍ଦୁନାହିଁ ?

ପ୍ରତିଭା ଙ୍କ ହୃଦୟ ରେ କଥାଟି ଭେଦି ଯାଇଥିଲା l ସତରେ ସେ ବି ତ ସିଲୁ ଦିଲୁ ବୟସ ର ପିଲାଟିଏ l ସମସ୍ତ ଙ୍କ ଘରେ ଯାଇ ପୂଜା ପାର୍ବଣ ଦେଖୁଛି l ତା ର ବି ମନ ହେଉଥିବ l

ନିକି ସୁଧାର ପିଲାଟିଏ ହେଲେ ବି ବନ୍ଦାପନା ବେଳେ ସିଲୁ କୁ ଅପଲକ ନେତ୍ର ରେ ଚାହିଁ ରହେ l ପ୍ରଥମେ ସେ ବୁଝି ପାରି ନଥିଲେ ପରେ ତା ମା ଠୁ ଜାଣିଲେ ଯେ ସଜବାଜ ହୋଇ ନୂଆ ପିନ୍ଧି ବସିବାକୁ ନିକି ର ବହୁତ ଆଗ୍ରହ l ତାଙ୍କ ଘରେ ସେ ବି ପ୍ରଥମ ସନ୍ତାନ ! କିନ୍ତୁ ତା ମା ଏତେ ପ୍ରକାର ଆଡମ୍ବର କରି ପାରେନି l ସୁତରାଂ ନିକି ଆଜି ପର୍ଯ୍ୟନ୍ତ କେବେ ବନ୍ଦାପନା ହେବାର ସୁଯୋଗ ପାଇନାହିଁ l

ସିଲୁ ର କଥା ଶୁଣିବା ପରେ ସବୁ କିଛି ଫିକା ଫିକା ଲାଗୁଥିଲା l ଭଳି କି ଭଳି ପିଠା କରିବାର ଚାତୁର୍ଯ୍ୟ , ପଡୋଶୀ ଙ୍କ ବାହାବା ସାଙ୍ଗକୁ ରଜତ ଙ୍କ ସାଙ୍ଗ ମେଳ ରେ ସ୍ତ୍ରୀ କୁ ନେଇ ବାହାଦୁରି ସବୁ କିଛି ପାଣିଚିଆ ଲାଗୁଥିଲା ପ୍ରତିଭା ଙ୍କୁ l ନିଜ ଘର ର ଚାରି କାନ୍ଥ ଭିତରେ ଖୁସି କୁ ବାନ୍ଧି ରଖିଛନ୍ତି ସେ l ସେଇ ଖୁସି ଯେଉଁଥିରେ କେବଳ ତାଙ୍କ ସ୍ୱାମୀ ଓ ପୁଅ ମାନେ ହିଁ ଭାଗ ବସାଇ ପାରିବେ l ଘର ର ଚାରି କାନ୍ଥ ବାହାରକୁ ତାହା ଯିବ ନାହିଁ l ଖୁସି ଆଜି ପର୍ଯ୍ୟନ୍ତ ତାଙ୍କ ଘର ର ପରିସୀମା ଅତିକ୍ରମ କରି ପାରି ନାହିଁ l ନ ବାଣ୍ଟିଲେ ବଢିବ ବା କେମିତି l

ହଠାତ ସେ ଉଠିଗଲେ ଓ ନିକି ର ମା କୁ ଫୋନ ଲଗାଇ ଶୀଘ୍ର ନିକି କୁ ନେଇ ପହଂଚିବା ପାଇଁ କହିଲେ l ନିକି ର ମା ଛାନିଆ ହେଇ ଆସି ପହଞ୍ଚିଥିଲା l କୋଉଠି କିଛି ଭୁଲ ଭଟକା ହେଇଗଲା କି l ଏମିତି ଅସମୟରେ କାହିଁକି ଡାକରା ଆସିଲା l ସାଙ୍ଗରେ ନିକି ଅଛି l ଛ ବର୍ଷ ର ନିକି ମଧ୍ୟ ବୁଝି ପାରୁଛି ଯେ ବାବୁ ମାନଙ୍କ ଘରେ କାମ ରେ ଗଡବଡ କଲେ ସେମାନେ କାମରୁ ବାହାର କରି ଦେବେ ଓ ତାକୁ ତା ପରିବାର ସହିତ ଭୋକ ଉପାସ ରେ ରହିବାକୁ ହେବ l 

ନିକି କୁ ଦେଖି ପ୍ରତିଭା ସିଲୁ ପାଇଁ ନୂଆ କିଣା ଯାଇଥିବା ହଳେ ଜିନ୍ସ ଓ ଟି ସାର୍ଟ ଆଣି ଦେଲେ l ନିକି କିଛି ବୁଝି ପାରୁ ନଥିଲା l ପୁଅ ମାନଙ୍କ ପୋଷାକ ପିନ୍ଧି ସେ କଣ କରିବ l ପ୍ରତିଭା ନିକି ର ମା କୁ ତା ର ପୁରୁଣା ଡ୍ରେସ ବଦଳାଇ ସେ ଦେଇଥିବା ସିଲୁ ର ନୂଆ ଡ୍ରେସ ପିନ୍ଧାଇବାକୁ କହିଲେ l ହେଲେ ମଧ୍ୟ ନିକି ର ମା କିଛି ବୁଝୁ ନଥାଏ l

ପ୍ରତିଭା କହିଲେ "ଆଲୋ ଚାହୁଁଚୁ କଣ ଏ ହେଲା ଆଜି କାଲି ର ନୂଆ ଷ୍ଟାଇଲ l ଆଜି କାଲି ଝିଅ ମାନେ ବି ଜିନ୍ସ ପିନ୍ଧିଲେଣି l ନିକି ପାଇଁ ମୋ ଘରେ ଫ୍ରକ ନାହିଁ ତେଣୁ ଏଇଟି ନେ ପିନ୍ଧାଇ ଦେ ତାକୁ l ପ୍ରତିଭା ଯେମିତି କହିଲେ ସେପରି କରିବାକୁ ହେଲା l ଏହା ପରେ ପ୍ରତିଭା ନିକି କୁ ବସାଇ ବନ୍ଦାଇବାକୁ ଆରମ୍ଭ କରୁ କରୁ ନିକି ର ମା ପଚାରିଲା

ମା ! ତୁମେ ଏ କଣ କରୁଛ ? ମୋ ଝିଅ କୁ ତୁମେ କାହିଁ

ବନ୍ଦlଉଛ ?ନିକି ତୋର ପ୍ରଥମ ସନ୍ତାନ ନୁହେଁ କି ? ଆଜି ପରା ପ୍ରଥମାଷ୍ଟମୀ ମନେ ଅଛିଟି ତୋର ?ହେଲେ ତୁମ ପିଲା ମାନଙ୍କୁ କରିବା କଥା ନା lଖାଲି ନିଜ ପିଲାଙ୍କୁ ହିଁ ବନ୍ଦାପନା କରା ହେବ କିନ୍ତୁ ଆଉ କାହାରିକୁ ହେଇ ପାରିବ ନାହିଁ ବୋଲି କୋଉଠି ଲେଖା ହୋଇଛି କହିଲୁ l ସବୁ ନାରୀ ଙ୍କ ପାଖେ ମାତୃ ସୁଲଭ ଗୁଣ ଟି ଏ ଥାଏ l ଖାଲି ନିଜ ପର ଭେଦ ଭାବ ଯୋଗୁଁ ଏହା ପରିସ୍ଫୁଟ ହୋଇ ପାରେନା l ଆମ ପିଲା ସବୁ ସୁଖର ହକଦାର l ତୋ ପିଲା ପର ତେଣୁ ଆମର କରି ପାରିବା ଶକ୍ତି ଥିଲେ ବି ଆମେ କରିବା ନାହିଁ l ଏଇ ତୋର--ମୋର ପାଚେରୀ ଟି କୁ ଯଦି ସିଲୁ ଭଳିଆ ସlତ ବର୍ଷ ର ପିଲାଟିଏ ଭାଙ୍ଗି ପାରିଛି ତେବେ ମୁଁ କାହିଁକି ପାରିବିନି ?ପ୍ରତିଭା ଜନ୍ମରୁ ଯେତେ ପ୍ରଥମାଷ୍ଟମୀ ଦେଖି ଆସିଛନ୍ତି ଏଇଟି ହେଉଛି ଅର୍ଥପୂର୍ଣ୍ଣ ଓ ସବୁଠୁ ଅଲଗା l ଏହି ଦିନ ଟି କୁ ସେ କେବେ ବି ଭୁଲିବେ ନାହିଁ କି ନିକି ବି ଭୁଲି ପାରିବ ନାହିଁ l ପ୍ରଥମ ଥର ପ୍ରଥମାଷ୍ଟମୀ ପାଳୁଛି ସେ l ନିକି ଭାବୁଥିଲା ତେବେ ତାକୁ ଏହି ସ୍ବର୍ଗୀୟ ସୁଖ ଟି ଦେବା ପଛରେ ଯେ ଅଛି ସେ ହେଉଛି ସିଲୁ l "ଭଗବାନ ସିଲୁ କୁ ଭଲ ପାଠ ଦିଅ l ସବୁବେଳେ ସେ ଅଙ୍କ ହଉନି ବୋଲି ବାପାଙ୍କ ଠୁ ମାଡ଼ ଖାଉଛି l ତାର ସବୁ ଅଙ୍କ ଠିକ ହେଇ ଯାଉ" lଆଜି ନିକି ନିଜକୁ କୌଣସି ରାଜକୁମାରୀ ଠାରୁ କମ ଭାବୁ ନଥିଲା l ତାକୁ ବି ଚିତା ତିଳକ ଲାଗିଲା ଓ ସେ ବି ପୂଜା ପାଇଲା ଯେ !! ପ୍ରଥମଷ୍ଟାମୀ ରୁ ନିକି ତା ଜୀବନ ର ପ୍ରଥମ ପର୍ବ ପାଳିବା ଆରମ୍ଭ କରିଥିଲା l


Rate this content
Log in

Similar oriya story from Inspirational