Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Drama Tragedy

4  

Trushna Das

Abstract Drama Tragedy

ଆଧୁନିକ ଯୁଗରେ ଆକବର ଓ ବିରବଲଙ୍କ ଯୋଡ଼ି

ଆଧୁନିକ ଯୁଗରେ ଆକବର ଓ ବିରବଲଙ୍କ ଯୋଡ଼ି

3 mins
377


ମାନବ ଓ ମଳୟ ଦୁଇ ସାଙ୍ଗ ଥିଲେ। ମାନବ ଗୋଟିଏ ଧନୀ ଘରର ପୁଅ ଓ ମଳୟ ମାନବଙ୍କ ଘରେ କାମ କରୁଥିବା ଗରିବ ଚାକରର ପୁଅ । ମାନବ ସବୁବେଳେ ମଳୟକୁ ପାଠ ପଢାରେ ଆର୍ଥିକ ସାହାଯ୍ୟ କରିଥାନ୍ତି ଓ ମଳୟ ସବୁବେଳେ ମାନବଙ୍କୁ ଭଲ ଭଲ ଉପଦେଶ ଦେଉ ଥାଆନ୍ତି। ଏ ଦୁହିଁଙ୍କର ଯୋଡ଼ିକୁ ସମସ୍ତେ ଆଧୁନିକ ଯୁଗର ଆକବର ଓ ବିରବଲଙ୍କ ଯୋଡ଼ି କହୁଥିଲେ। କାରଣ ଆକବର ସମ୍ରାଟ ଥିବା ବେଳେ ବିରବଲ ତାଙ୍କ ଉପଦେଷ୍ଟା ଥିଲେ। ବିରବଲ ଆକବରଙ୍କୁ ନିଜ ବୁଦ୍ଧି ବଳରେ ଶାସନର ସୁପରିଚାଳନାରେ ସାହାଯ୍ୟ କରୁଥିଲେ। ମାନବଙ୍କ ପରିବାର ଲୋକେ ଏ ଯୋଡିକୁ ପସନ୍ଦ କରୁ ନ ଥିଲେ କିନ୍ତୁ ସାଙ୍ଗଙ୍କ ଯୋଡି ବହୁତ ଦୃଢ ଥିଲା। 


ବଡ ହେଲା ପରେ ମାନବ ବାପାଙ୍କ ବ୍ୟବସାୟ ସମ୍ଭାଳି ଥିଲେ ଏବଂ ମଳୟ ତାଙ୍କ ବ୍ୟବସାୟର ପରିଚାଳକ ହିସାବରେ କାମ କରୁଥିଲେ। ମଳୟ ବହୁତ ବୁଦ୍ଧିମାନ ଥିଲେ। ସେ ବ୍ୟବସାୟରେ ପଶିଲା ପରେ ମାନବଙ୍କ ବ୍ୟବସାୟ ବହୁତ ଉନ୍ନତ ହେଲା। ମାନବଙ୍କ ଉନ୍ନତି ଦେଖି ତାଙ୍କ କାକା ଇର୍ଷା କଲେ। ସେ ଜାଣିପାରଲେ ଯେ ମାନବଙ୍କ ଉନ୍ନତି ପଛରେ ମଳୟର ହାତ ଅଛି। ତେଣୁ ମଳୟଙ୍କୁ ମାନବଙ୍କ ଠାରୁ ଅଲଗା କରି ଦେଲେ ମାନବ ବର୍ବାଦ ହୋଇ ଯିବେ। ସେ ମାନବ ଓ ମଳୟଙ୍କ ବିରୁଦ୍ଧରେ ଷଡଯନ୍ତ୍ର କଲେ।


ମାନବ ବହୁତ ସରଳ। ସେ ଷଡଯନ୍ତ୍ର ବୁଝିପାରିଲେ ନାହିଁ। ସେ ମଳୟ ଉପରେ ସନ୍ଦେହ କଲେ। ମଳୟ ଷଡଯନ୍ତ୍ର ବୁଝି ପାରିଲେ। ସେ ମାନବଙ୍କୁ ବୁଝାଇଲେ କିନ୍ତୁ ମାନବ ବୁଝିଲେ ନାହିଁ। ସେ କହିଲେ ଅଳ୍ପ ଟଙ୍କା ଲୋଭରେ ତୁ ଆମ ସମ୍ପର୍କରେ କଳଙ୍କ ଲଗାଇ ଦେଲୁ। ଶେଷରେ ମାନବ ମଳୟଙ୍କୁ ବ୍ୟବସାୟରୁ ବାହାର କରି ଦେଲେ। ବାହାର କରି ଦେବା ସମୟରେ ସେ ତାଙ୍କୁ କିଛି ଟଙ୍କା ଦେଇ କହିଲେ ନେଇ ଯାଆ ଏଇ ଟଙ୍କା ଆଉ ତୁ ତୋ ନୂଆ ଜୀବନ ଆରମ୍ଭ କର। ହେଲେ ଆଉ ମୋତେ କେବେ ବି ତ ମୁହଁ ଦେଖେଇବୁ ନାହିଁ। ମାନବଙ୍କ ସ୍ତ୍ରୀ ସୌମ୍ୟା ବି ମାନବଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ମାନବ ଜମାରୁ ବୁଝିଲେ ନାହିଁ। 


ଏବେ ମାନବଙ୍କ କାକା ବଡ ଖୁସି। ସେ କହିଲେ ଯେ ଏ ଆଧୁନିକ ଯୁଗରେ ଆକବର ଓ ବିରବଲଙ୍କ ଯୋଡି ଭାଙ୍ଗି ଗଲା। ଏବେ ମାନବ ତଳିତଳାନ୍ତ ହେବେ। ତାହା ମଧ୍ୟ ସତ ହେଲା। ମଳୟ ବ୍ୟବସାୟରେ ବାହାରି ଯିବା ପରେ ମାନବଙ୍କ ବ୍ୟବସାୟ ଆସ୍ତେ ଆସ୍ତେ ତଳକୁ ଗଲା।ମାନବ ବୁଝିଗଲେ ଯେ ମଳୟ ଯାହା କହୁଥିଲେ ସତ। ଏ ସବୁ ତାଙ୍କ କାକାଙ୍କ ଷଡ଼ଯନ୍ତ୍ର। ହେଲେ ସେତେବେଳକୁ ଡେରି ହୋଇ ସାରିଲାଣି। ମଳୟ ଓ ତାଙ୍କ ସ୍ତ୍ରୀ ଝୁମା ସହର ଛାଡ଼ି କୁଆଡ଼େ ପଳେଇ ଥିଲେ। ମାନବ ସେମାନଙ୍କୁ ବହୁତ ଖୋଜିଛନ୍ତି। ହେଲେ ପାଇଲେ ନାହିଁ। 


ଏମିତି ପାଖାପାଖି ବର୍ଷେ ହୋଇ ଗଲାଣି ମଳୟଙ୍କର ସହର ଛାଡ଼ିବାର। ମାନବ ତାଙ୍କ କାକାଙ୍କ ଚକ୍ରାନ୍ତରେ ତଳିତଳାନ୍ତ ହୋଇ ସାରିଲେଣି। ହଠାତ୍ ମାନବଙ୍କୁ ବ୍ୟାଙ୍କରୁ ନୋଟିସ୍ ଆସିଛି ଯେ ସେ ଦେବାଳିଆ ହୋଇ ଯିବାରୁ ତାଙ୍କ ସମସ୍ତ ସମ୍ପତ୍ତି ନିଲାମ ହେବ। 


ମାନବ ପୁରା ଭାଙ୍ଗି ପଡିଛନ୍ତି। ସେ ମଳୟଙ୍କ ପ୍ରତି କରିଥିବା ଅନ୍ୟାୟର ଫଳ ପାଉଛନ୍ତି ବୋଲି ଭାବିଛନ୍ତି ଏବଂ ଅନୁତାପ କରିଛନ୍ତି। 


ମାନବ ବହୁତ ଚେଷ୍ଟା କରି ମଧ୍ୟ ନିଲାମ ଅଟକାଇ ପାରି ନାହାଁନ୍ତି। ନିଲାମ କାର୍ଯ୍ୟ ଶେଷ ହେବା ପରେ ନୂଆ ମାଲିକର ନାମ ଯେତେବେଳେ ପ୍ରକାଶ ହେଲା ମାନବ ଓ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ। କାରଣ ନୂଆ ମାଲିକ ଆଉ କେହି ନୁହେଁ ସେ ହେଉଛନ୍ତି ମାନବ। 


ମାନବ ଯେତେବେଳେ ବୁଝିଲେ ସେ ବିଷୟରେ, ସେତେବେଳେ ଜାଣିଲେ ଯେ ଗୋଟିଏ ମଲ୍ଟିନେସନାଲ କମ୍ପାନୀ ଏ କାମ କରିଛି। ସେ ନିଜର ସବୁ କିଛି ପାଇଗଲେ। ଏବେ ସେ ସେହି କମ୍ପାନୀ ବିଷୟରେ ବୁଝାବୁଝି କରିବାରୁ ଜାଣିଲେ ଯେ ଦେଢବର୍ଷ ତଳେ ମଳୟ ଏହି କମ୍ପାନୀ ସହ ମାନବଙ୍କ ଏକ ମିଳିତ ବ୍ୟବସାୟ କରିବା ପାଇଁ ସେହି କମ୍ପାନୀକୁ ଆବେଦନ କରିଥିଲେ। ସେଥିପାଇଁ ମାନବ ସବୁ କାଗଜପତ୍ରରେ ଦସ୍ତଖତ କରି ଦେଇଥିଲେ। ଅଲଗା ହେବା ପରେ ମଳୟଙ୍କ ପାଖକୁ ଇମେଲ୍ ଆସିଲା ଯେ ସେହି କମ୍ପାନୀ ଆବେଦନ ସ୍ୱୀକାର କରିଛି। ଯେଉଁ ଟଙ୍କା ମାନବ ଦେଇଥିଲେ ସେହି ଟଙ୍କା ମଳୟ ଫେରେଇ ଦେବାକୁ ବାହାରିଲେ। କିନ୍ତୁ ମଳୟଙ୍କ ସ୍ତ୍ରୀ ଝୁମା ତାଙ୍କୁ ବୁଦ୍ଧି ଦେଲେ ସେହି ଟଙ୍କା ସେ ମାନବଙ୍କ ନାମରେ ସେହି କମ୍ପାନୀରେ ଲଗାଇବାକୁ ପରେ ମାନବଙ୍କ ଦରକାର ହେବ। ମଳୟ ସେ ବ୍ୟବସାୟରେ ମାନବଙ୍କ ପ୍ରତିନିଧି ରୂପରେ କାମ କରିଥିଲେ। ଯେତେବେଳେ ବି ତାଙ୍କର ମାନବଙ୍କର ଦସ୍ତଖତ ଦରକାର ହେଉଥାଏ ସେ ମାନବଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଦ୍ୱାରା କରାଉ ଥିଲେ। ଏବେ ସେହି ଟଙ୍କାରେ ସେ ମାନବଙ୍କ ସମସ୍ତ ସମ୍ପତ୍ତିକୁ ନିଲାମରୁ ରକ୍ଷା କରିଥିଲେ। ମାନବ ମଳୟଙ୍କ ପାଖକୁ ଖବର ପଠାଇଲେ ଯେ ସେ ତାଙ୍କ ଭୂଲ ବୁଝି ପାରିଛନ୍ତି। ତାଙ୍କୁ କ୍ଷମା କରି ମଳୟ ତାଙ୍କ ପାଖକୁ ଫେରି ଆସନ୍ତୁ। ମଳୟ ପୁଣି ଫେରି ଆସିଲେ ମାନବଙ୍କ ପାଖକୁ। ପୁଣି ଆଉ ଥରେ ଉଭୟ ମିଶି ବ୍ୟବସାୟ କଲେ ଏବଂ ଦୁହେଁ ଏବେ ଏକତ୍ର ଗୋଟିଏ ପରିବାର ଭଳି ରହିଲେ। 


ସମସ୍ତେ କହିବାକୁ ଲାଗିଲେ ଯେ ମାନବ ଓ ମଳୟ ଏ ଯୁଗର ଆକବର ଓ ବିରବଲ ଏବଂ ସେମାନଙ୍କ ଯୋଡି କେବେବି ଭାଙ୍ଗିବ ନାହିଁ।


Rate this content
Log in

Similar oriya story from Abstract